ହେଡଲାଇନସ୍:

ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ହାଇସ୍ପିଡ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନ ଉନ୍ମୋଚନ କରିଛି ଷ୍ଟାଟିକ୍‌

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଭାରତର ଅତ୍ୟାଧୁନିକ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଷ୍ଟାଟିକ୍ ପକ୍ଷରୁ ଆଜି ଭୁବନେଶ୍ୱରର ନେକ୍ସସ୍ ଏସ୍‌ପ୍ଲାନେଡ୍‌ଠାରେ ଏହାର ଫାଷ୍ଟ୍ ଇଭି ଚାର୍ଜିଙ୍ଗ୍ ଷ୍ଟେଶନର ଶୁଭାରମ୍ଭ କରାଯାଇଛି । ଏହି ରଣନୈତିକ ପଦକ୍ଷେପ ଭାରତରେ ଇଭି ଚାର୍ଜିଙ୍ଗ୍ ପରିଦୃଶ୍ୟକୁ ବୈପ୍ଳବିକ କରିବା ଏବଂ ଦେଶର ସର୍ବବୃହତ୍ ଇଭି ଚାର୍ଜିଙ୍ଗ୍ ନେଟ୍‌ୱର୍କ ଭାବେ ନିଜର ସ୍ଥିତିକୁ ସୁଦୃଢ କରିବା ପାଇଁ ଷ୍ଟାଟିକ୍‌ର ପ୍ରତିବଦ୍ଧତାକୁ ସୂଚିତ କରୁଛି । ନେକ୍ସସ୍ ଏସ୍‌ପ୍ଲାନେଡ୍‌- ବେସ୍‌ମେଂଟ୍ ବି୧ରେ ଅବସ୍ଥିତ ଏହି ଅତ୍ୟାଧୁନିକ ଚାର୍ଜିଙ୍ଗ୍ ଷ୍ଟେଶନରେ ଦୁଇଟି ୬୦ କେଡବ୍ଲ୍ୟୁ ଇଭି ଚାର୍ଜର୍ ରହିଛି । ଏହି ଉତ୍କୃଷ୍ଟ ଭିତିଭୂମି ବିବିଧ ଇଭି ଟେକ୍ନୋଲୋଜିଗୁଡିକ ସହିତ ଏକ ବିସ୍ତୃତ ଶୃଙ୍ଖଳାର ଚାରି ଚକିଆ ଯାନ ପାଇଁ ଚାର୍ଜିଙ୍ଗ୍ ଆବଶ୍ୟକତାକୁ ପୂରଣ କରିବ । ଉଲ୍ଲେଖନୀୟ ଭାବେ ପ୍ରତ୍ୟେକ ଗନ୍ ଏକ ଇଲେକ୍‌ଟ୍ରିକ୍ କାର୍‌କୁ କେବଳ ୪୫ ମିନିଟ୍‌ରେ ୮୦% ଏସ୍‌ଓସି ପର୍ଯ୍ୟନ୍ତ ରିଚାର୍ଜ କରିବା ପାଇଁ ସୁସଜ୍ଜିତ ରହିଛି, ଯାହାକି ଆଜିର ଦ୍ରୁତ ଗତିଶୀଳ ଦୁନିଆ ପାଇଁ ସୁବିଧାଜନକ ଚାର୍ଜିଙ୍ଗ୍‌କୁ ସକ୍ଷମ କରୁଛି । ଏହାବ୍ୟତୀତ ଏହି ଷ୍ଟେଶନରେ ଏକାସଙ୍ଗେ ଦୁଇଟି ଯାନକୁ ଚାର୍ଜ କରିବା ପାଇଁ କ୍ଷମତା ରହିଛି ଯାହା ଦକ୍ଷତା ଓ ସୁବିଧା ପ୍ରତି ଷ୍ଟାଟିକ୍‌ର ଉତ୍ସର୍ଗୀକୃତତାକୁ ପ୍ରଦର୍ଶିତ କରୁଛି ।

ଏହି ସଫଳତା ସମ୍ପର୍କରେ ନିଜର ଉତ୍ସାହକୁ ବ୍ୟକ୍ତ କରି ଷ୍ଟାଟିକ୍‌ର ସହପ୍ରତିଷ୍ଠାତା ଓ ସିଇଓ ଅକ୍ଷିତ୍ ବଂଶଲ କହିଛନ୍ତି, “ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ଆମର ଚାର୍ଜିଙ୍ଗ୍ ଷ୍ଟେଶନର ଉଦ୍‌ଘାଟନ ସମସ୍ତ ଭାରତୀୟଙ୍କ ପାଇଁ ସ୍ଥାୟୀ ପରିବହନକୁ ପଂହଚଯୋଗ୍ୟ କରିବାର ଆମର ଲକ୍ଷ୍ୟ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଚିହ୍ନିତ କରୁଛି । ଆମେ ସେହି ବିଶ୍ୱାସ ଦ୍ୱାରା ପରିଚାଳିତ ଯେ, ପହଂଚଯୋଗ୍ୟ ଓ ଦକ୍ଷ ଚାର୍ଜିଙ୍ଗ୍ ଭିତିଭୂମି ଇଲେକ୍‌ଟ୍ରିକ୍ ଯାନର ବ୍ୟାପକ ଗ୍ରହଣୀୟତାକୁ ପ୍ରୋତ୍ସାହିତ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଅଟେ । ଆମର ଷ୍ଟେଶନଗୁଡିକୁ ରଣନୈତିକ ଭାବେ ନେକ୍ସସ୍ ଏସ୍‌ପ୍ଲାନେଡ୍ ଭଳି ଅଧିକ ଟ୍ରାଫିକ୍ ଥିବା ଅଂଚଳଗୁଡିକରେ ଅବସ୍ଥାପିତ କରି, ଆମେ ଚାର୍ଜିଙ୍ଗ୍‌କୁ ଏକ ପାରମ୍ପରିକ ଯାନରେ ଇନ୍ଧନ ଭରିବା ଭଳି ସାଧାରଣ ଓ ବାଧାମୁକ୍ତ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ଏକ ଅତ୍ୟାଧୁନିକ ଚାର୍ଜିଙ୍ଗ୍ ସଲ୍ୟୁଶନ ପ୍ରଦାନ କରି ଗର୍ବିତ ଯାହା ସରକାରଙ୍କ ଶକ୍ତି ରୂପାନ୍ତରଣ ନୀତି ସହ ଜଡିତ ରହିଛି । ଏହି ଷ୍ଟେଶନ ଆମ ଦେଶ ପାଇଁ ଏକ ସବୁଜ, ସ୍ୱଚ୍ଛ ଭବିଷ୍ୟତ ସୃଷ୍ଟି କରିବା ଲାଗି ଆମର ସମର୍ପଣଭାବକୁ ସୂଚିତ କରୁଛି ।”

ନେକ୍ସସ୍ ଏସ୍‌ପ୍ଲାନେଡ୍‌ର ସେଂଟର୍ ଡାଇରେକ୍ଟର ପାର୍ଥ ପ୍ରତିମ୍ ନାୟକ କହିଛନ୍ତି, “ଆମେ ନେକ୍ସସ୍ ଏସ୍‌ପ୍ଲାନେଡ୍‌ରେ ଏହି ଆଧୁନିକ ଇଭି ଚାର୍ଜିଙ୍ଗ ଷ୍ଟେଶନର ଶୁଭାରମ୍ଭ କରିବା ପାଇଁ ଷ୍ଟାଟିକ୍ ସହ ସହଭାଗିତା କରି ଆନନ୍ଦିତ । ଆମେ କାର୍ବନ ନିର୍ଗମନ ଓ ପରିବେଶ ଜନିତ ପ୍ରଭାବ ହ୍ରାସ କରିବା କ୍ଷେତ୍ରରେ ଇଲେକ୍‌ଟ୍ରିକ୍ ଯାନଗୁଡିକ ତୂଲାଉଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ଭାବରେ ବୁଝିଛୁ । ଇଭି ଚାର୍ଜିଙ୍ଗ୍ ସୁବିଧା ପ୍ରଦାନ କରି ଆମେ ସହରର ସ୍ଥାୟୀ ବିକାଶ ଲକ୍ଷ୍ୟଗୁଡିକରେ ଯୋଗଦାନ ଦେଇ ଆମର ଗ୍ରାହକଙ୍କୁ ଏକ ବାଧାମୁକ୍ତ ଓ ସ୍ଥାୟୀ ଯାତାୟତ ବିକଳ୍ପ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଏହି ସହଭାଗିତା, ଆମର ପରିଦର୍ଶକଙ୍କୁ ଏକ ଚମତ୍କାର ଅନୁଭୂତି ପ୍ରଦାନ କରିବା ପ୍ରତି ଆମର ପ୍ରତିବଦ୍ଧତା ସହ ଉପଯୁକ୍ତ ଭାବେ ଜଡିତ ରହିଛି । ଆମେ ନିଶ୍ଚିତ ଯେ, ଏହି ଭେଂଚର୍ ଆମର ଗ୍ରାହକମାନଙ୍କୁ ଇଲେକ୍‌ଟ୍ରିକ୍ ଯାନକୁ ଯାତାୟତର ଏକ ସକ୍ଷମ ଓ ଦାୟିତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଗ୍ରହଣ କରିବା ପାଇଁ ଅନୁପ୍ରାଣିତ ଓ ସଶକ୍ତ କରିବ ।’

ଦେଶବ୍ୟାପୀ ୭୦୦୦ ଚାର୍ଜିଙ୍ଗ ଷ୍ଟେଶନ ନିୟୋଜିତ କରିବାର ଏକ ପ୍ରଭାବୀ ରେକର୍ଡ ସହିତ ଷ୍ଟାଟିକ୍ ଟିୟର ୧, ଟିୟର ୨ ଓ ଟିୟର ୩ ସହରଗୁଡିକରେ ଇଲେକ୍‌ଟ୍ରିକ୍ ଯାନଗୁଡିକର ଏକ ବିବିଧ ଶୃଙ୍ଖଳା ପାଇଁ ଚାର୍ଜିଙ୍ଗ ସମାଧାନ ପ୍ରଦାନ କରିବା କ୍ଷେତ୍ରରେ ଏକ ଅଗ୍ରଗାମୀରେ ପରିଣତ ହୋଇଛି । ଶୀର୍ଷ ସ୍ତରର ଗୁଣବତା ଓ ଉପଲବ୍ଧତା ପ୍ରଦାନ କରିବା ପାଇଁ ଏକ ପ୍ରତିବଦ୍ଧତା ସହିତ ଷ୍ଟାଟିକ୍ ୨୦୨୫ ସୁଦ୍ଧା ୨୦,୦୦୦ ଇଭି ଚାର୍ଜିଙ୍ଗ ଷ୍ଟେଶନ ନିୟୋଜିତ କରିବାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ହାସଲ କରିବା ପାଇଁ କାର୍ଯ୍ୟ ଜାରି ରଖିଛି ।

0
0
0
s2sdefault