ହେଡଲାଇନସ୍:

ପାଠ୍ୟପୁସ୍ତକ ସହିତ ବାସ୍ତବ ପରିସ୍ଥିତି ଉପରେ ବିଦ୍ୟାର୍ଥୀ ମାନେ ପରିଚିତ ହେବା ଆବଶ୍ୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏସଜିଏଟି ପକ୍ଷରୁ ଯୋଡାରେ ଖଣିଜ ସଚେତନତା କାର୍ଯ୍ୟକ୍ରମ

ଯୋଡା,(ସମୀର ନନ୍ଦ) ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ ଆଣ୍ଡ ଆଲଏଜ ଟେକ୍ନୋଲୋାଜିଷ୍ଟ (ଏସଜିଏଟି) ପକ୍ଷରୁ ପ୍ରତିବର୍ଷ ଭୂତତ୍ତ୍ୱ ଓ ଖଣିଜ ଜ୍ଞାନର ଉନ୍ନତି ପାଇଁ ବିଗତ ୨୮ ବର୍ଷ ଧରି ଅନୁଷ୍ଠିତ ହୋଇଆସୁଥିବା ସଚେତନତା କାର୍ଯ୍ୟକ୍ରମ ଚଳିତଥର କେନ୍ଦୁଝର ଜିଲ୍ଲା ଯୋଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଭୂବିଜ୍ଞାନ ବିଭାଗର ସ୍ନାତକୋତ୍ତର ତଥା ଖଣିଜ,ଧାତବ,ଖଣି ଯାନତ୍ରିକ ବିଭାଗର ସ୍ନାତକ ବିଦ୍ୟାର୍ଥୀଙ୍କୁ ଭୂତତ୍ତ୍ୱ ଓ ଖଣିଜ ବିଷୟକ ଅଧୁନାତମ ଜ୍ଞାନପ୍ରଦାନ ଉଦେ୍ଧଶ୍ୟରେ ଏହି କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମର ପ୍ରମୁଖ ବିଷୟ ହେଉଛି ବଭିନ୍ନ ଖଣି ଓ କାରଖାନା ପରିଦର୍ଶନ କରି ଖଣିଜ ଉତ୍ତୋଳନ,ପରିବହନ,ଧାତବ ନିଷ୍କାସନ,ବୃକ୍ଷରୋପଣ,ମୃତ୍ତିକା ସଂରକ୍ଷଣ,ଜଳ ଅମଳ ପ୍ରକଳ୍ପ ଆଦି ଅନୁଧ୍ୟାନ କରିବା । ତତସହିତ ବିଭିନ୍ନ ଧାତୁ,ଧାତବ ପଦାର୍ଥ ଓ ଧାତବ ଉତ୍ପାଦନ  ଚିହ୍ନଟ କରିବା ସହ ଉପଗ୍ରହ ଉତ୍ତୋଳିତ ଚିତ୍ର ଅନୁଶୀଳନ କରିବା । ପରିଶେଷରେ ଏସଂକ୍ରାନ୍ତରେ ଏକ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥାଏ । ଟାଟାଷ୍ଟିଲ ଯୋଡା ଭ୍ୟାଲି କ୍ଲବ ଠାରେ ଚଳିତ ଅଗଷ୍ଟ ୨୪ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ  ହୋଇଥିବା ଏହି କାର୍ଯ୍ୟକ୍ରମରେ ଧାନବାଦ ସ୍ଥିତ ଇଣ୍ଡିଆନ୍ ସ୍କୁଲ ଅଫ ମାଇନ୍ସ,ଖଡଗପୁର ଓ ଭୁବନେଶ୍ୱରର ଆଇଆଇଟି,ଶିବପୁର ସ୍ଥିତ ଆଇଆଇଇଏସଟି,ରାଉରକେଲା ଓ ରାୟପୁରର ଏନଆଇଟି,କୋଲକାତାର ପ୍ରେସିଡେନ୍ସୀ କଲେଜ,କୋଥାଗୁଡମର ୟୁନିଭରସିଟି କଲେଜ ଅଫ୍ ଇନ୍ଜିନିୟରିଂ,ଯାଦବପୁର,ସାତନା,ଉକôଳ,ସମ୍ବଲପୁର,ରେଭେନ୍ସା ବିଶ୍ୱବିଦ୍ୟାଳୟ,ଖଲ୍ଲିକୋଟ୍ କଲେଜ,କେନ୍ଦୁଝରର ଧରଣୀଧର କଲେଜ ଓ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ଏଥିରେ ସମୁଦାୟ ୨୦ଟି ବିଭାଗର ୪୦ଜଣ ପ୍ରତିଯୋଗୀ ଭାଗନେଇ ଟାଟାର ଯୋଡା ମାଙ୍ଗାନିଜ ଖଣି,ରୁଙ୍ଗଟା ଜଜାଙ୍ଗ ଲୁହାପଥର ଖଣି,ଟାଟାସ୍ପଞ୍ଜ ଆଇରନ ପ୍ଲାଣ୍ଟ,ଯୋଡା ଫେରୋମାଙ୍ଗାନିଜ ପ୍ଲାଣ୍ଟ,ଟାଟାର ଯୋଡା ଜଳ ଅମଳ ପ୍ରକଳ୍ପ ପରିଭ୍ରମଣ କରି ଉପରୋକ୍ତ ବିଷୟ ପ୍ରତ୍ୟେକ୍ଷ ଭାବେ ଜ୍ଞାନ ଅର୍ଜନ କରିଥିଲେ । ସେହିପରି ଯୋଡା ଭ୍ୟାଲି କ୍ଲବ ଠାରେ ଖଣିଜପଦାର୍ଥ ଚିନଟୀକର,ଉପଗ୍ରହ ଚିତ୍ର ବିଶ୍ଳେଷଣ ଓ ମୌଖିକ୍ କୁଇଜ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ପ୍ରତିଯୋଗିତାରେ ବିଭିନ୍ନ ବିଭାଗରେ ଉକôର୍ଷତା ପ୍ରତିପାଦନ କରି ରାୟପୁର ଏନଆଇଟି ପ୍ରଥମ ସ୍ଥାନ ଅଧିକାର କରିଥିଲା ଓ ଏହାକୁ ପ୍ରତିନିଧିତ୍ୱ କରୁଥିବା ଅଙ୍କିତ ଶର୍ମା ଓ ସୁୟାଶ ସିହ୍ନା ପୁରସ୍କୃତ ହୋଇଥିଲେ । ଜାତୀୟ ସ୍ତରର ଏକମାତ୍ର କାର୍ଯ୍ୟକ୍ରମ ଚଳିତବର୍ଷ ରାଜ୍ୟ ଇସ୍ପାତ ଓ ଖଣି ବିଭାଗର ସହାୟତା ତଥା ଟାଟାଷ୍ଟିଲର ପ୍ରୟୋଜନାରେ ଅନୁଷ୍ଠିତ  ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ରୁଙ୍ଗଟା ମାଇନ୍ସ,ଏସେଲ ମାଇନିଂ ଆଣ୍ଡ ଇଣ୍ଡଷ୍ଟ୍ରିଜ ଲିମିଟେଡ,ଟାଟାସ୍ପଞ୍ଜ ଆଇରନ ଲିମିଟେଡ ଓ ଏମଜି ମିନେରାଲ ଉଲ୍ଲେଖନୀୟ ସହାୟତା ପ୍ରଦାନ କରିଥିଲା । କାର୍ଯ୍ୟକ୍ରମର ଉଦ୍ଯାପନୀ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଯୋଡା ଖଣିମଣ୍ଡଳର ଉପନିର୍ଦ୍ଦେଶକ  ସୁଶାନ୍ତ କୁମାର ନାୟକ,ଭୂତତ୍ତ୍ୱ ବିଭାଗର ଉପନିର୍ଦ୍ଦେଶକ  ଜେ.ପି.ବେହେରା,ଟାଟାଷ୍ଟିଲର ଖଣି ମହାପ୍ରବନ୍ଧକ ମନୀଷ ମିଶ୍ର,ଯୋଡା ମୁଖ୍ୟ ରାଜେଶ କୁମାର,ଏସେଲ ମାଇନିଂର ବରିଷ୍ଠ  ସଭାପତି ପ୍ରସନ୍ନ କୁମାର ପଣ୍ଡା,ରୁଙ୍ଗଟା ମାଇନ୍ସର ମୁଖ୍ୟ ମହାପ୍ରବନ୍ଧକ ଡି.ଏନ.ପରିଡା,ଏସଜିଏଟିର ସାଧାରଣ ସମ୍ପାଦକ ଏ.ବି.ପାଣିଗ୍ରାହୀ,ସହ ସମ୍ପାଦକ ତ୍ରିଲୋଚନ ମହାନ୍ତ,କାର୍ଯ୍ୟକାରୀ ସଦସ୍ୟ ସୁଜିତ୍ କୁମାର ମହାନ୍ତି ଓ ଏନ.ଆର.ପଟ୍ଟନାୟକ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନରେ ଟାଟାଷ୍ଟିଲର ସଞ୍ଜୟ କୁମାର ଭୂୟାଁ,ରୁଙ୍ଗଟା ମାଇନ୍ସର ହୀରକ ମଜୁମଦାର ଓ ସୁଜୟ ବୋଷ,ଏସେଲ ମାଇନିଂର ଶୁଭାଶୀଷ ପଣ୍ଡା ପ୍ରମୁଖ ସହାୟତା ପ୍ରଦାନ କରିଥିଲେ । ଯାନ୍ତ୍ରିକ ପାଠ୍ୟକ୍ରମ ଯଥା,ଭୂତତ୍ୱ,ଖଣି ଯାନ୍ତ୍ରିକ,ଧାତବ,ପରିବେଶ ବିଜ୍ଞାନ ଆଦି କେବଳ ପାଠ୍ୟପୁସ୍ତକ ପଢିଲେ ଚଳିବ ନାହିଁ । ସେମାନଙ୍କୁ ବାସ୍ତବ ଚିତ୍ର ସହିତ ପରିଚିତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଦୀର୍ଘ ୨୮ ବର୍ଷ ନିରବିଚ୍ଛିନ୍ନ ଭାବେ ଅନୁଷ୍ଠିତ  ହେଉଥିବା ବେଳେ ଏପରି କାର୍ଯ୍ୟକ୍ରମ ସାରା ଭାରତରେ ଏକମାତ୍ର ଭାବେ ଆୟୋଜନ କରାଯାଉଥିବା ନେଇ ଏସଜିଏଟିର ଉପଦେଷ୍ଟା ତଥା ପୂର୍ବତନ ଖଣି ଓ ଭୂତତ୍ତ୍ୱ ନିର୍ଦ୍ଦେଶକ  ବି.କେ.ମହାନ୍ତି ପ୍ରକାଶ କରିଥିଲେ । 

0
0
0
s2sdefault