ହେଡଲାଇନସ୍:

ଗାଲିଚା କାର୍ପେଟ ଭାରତରେ ସମ୍ପ୍ରସାରଣ ନିମନ୍ତେ ପ୍ରସ୍ତୁତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଚା ଭାରତର ପ୍ରଥମ ସଫ୍ଟ ଫ୍ଲୋର୍ କଭରିଂ ରିଟେଲ୍ ସେକ୍ଟର ଆରଭ ଏକ୍ସପୋର୍ଟ ଘୋଷଣା କରିଛି ଏହାର ନୂୂତନ ସେବା ‘ଗାଲିଚା ଆପଣଙ୍କ ଇଚ୍ଛାରେ ’

ଓଡିଶା: ଏହି ନୂତନ ପଦକ୍ଷେପ ସମ୍ବନ୍ଧରେ କହିବାକୁ ଯାଇ ଆରଭ ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ୍‌ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ ମୁଦିତ୍ ଚୋରାରିଆ କହିଛନ୍ତି, “ଭାରତୀୟ ପାରମ୍ପରିକ ତଥା ଆଧୁନିକ ଭିତିକ କାର୍ପେଟ୍ ଗୁଡିକର କଲେକ୍ସନ୍ ପାଇଁ ଆମ କମ୍ପାନୀ ଅଦ୍ୱିତୀୟ, ଆମର ବୁଣାକାର ମାନଙ୍କ ଦ୍ୱାରା ପ୍ରାୟ ୪୦୦ରୁ ଅଧିକ ଡିଜାଇନ ପ୍ରସ୍ତୁତ କରାଯାଇଛି, ଯାହା ସମଗ୍ର ଭାରତରେ ପାଖାପାଖି ୧ ନିୟୁତରୁ ଅଧିକ ଗ୍ରାହକଙ୍କ ମନରେ ଖୁସି ଭରିଥାଏ । ଆମର ନୁତନ ସେବା ‘ଗାଲିଚା ଆପଣଙ୍କ ଇଚ୍ଛାରେ’ ମାଧ୍ୟମରେ ଆପଣ ନିଜ ସ୍ୱପ୍ନର ଗାଲିଚା ପ୍ରସ୍ତୁତ କରିପାରିବେ । ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚି ଅନୁସାରେ ଅଥବା ଆପଣଙ୍କ ମନପସନ୍ଦର ରଙ୍ଗ, ଆକାର, ଆକୃତି ଏବଂ ଡିଜାଇନ୍ ଆଧାରରେ ବୁଣାକାରମାନେ ଆପଣଙ୍କ ପାଇଁ ଗାଲିଚା ପ୍ରସ୍ତୁତ କରିବେ । ଆପଣ ଆମର ଅନଲାଇନ୍ କାର୍ପେଟ୍ ଷ୍ଟୋର୍ ମାଧ୍ୟମରେ ଆକାର ଏବଂ ଆକୃତିକୁ କଷ୍ଟୋମାଇଜ୍ କରିବା ସହ ଏହା ସମ୍ବନ୍ଧୀୟ ଅଧିକ ସୂଚନା ନିମନ୍ତେ ଆମ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ । ଏହାର ମୂଲ୍ୟ ୩,୦୦୦ ରୁ ୩,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି । ଆମଦାନୀ ବା ଉତ୍ପାଦନଠାରୁ ଆରମ୍ଭ କରି ଫାଇନାଲ ରିଟେଲ୍ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଆମ୍ଭେମାନେ ସ୍ୱାଧିନ ଭାବେ ପରିଚାଳନା କରିଥାଉ ।”
ବର୍ତମାନ ସମୟରେ ବ୍ରାଣ୍ଡ୍ ଗାଲିଚାର ସମସ୍ତ ହୋମ୍ ଟାଉନ୍ ଏବଂ ହୋମ୍ ରିଟେଲ୍ ସପ୍ ଗୁଡିକରେ ଉପଲବ୍ଧ କରାଯାଇଛି ଏବଂ ୩ଟି ମେଟ୍ରୋ ସିଟି ଯଥା କୋଲକାତା, ଦିଲ୍ଲୀ ଓ ମୁମ୍ବାଇରେ ଏହାର କାର୍ପେଟ୍ ସୋ ରୁମ୍ ରହିଛି ଏବଂ ଅନ୍‌ଲାଇନ୍ ଜରିଆରେ ଭାରତର ଯେକୌଣସି ସ୍ଥାନରେ ରହି ମଧ୍ୟ ଅର୍ଡର କରିପାରିବେ । ବ୍ରାଣ୍ଡ୍ ଗାଲିଚା ଲାଇଫ୍ ଷ୍ଟାଇଲ୍ ହୋମ୍ ଡେକର୍ ପ୍ରଡକ୍ଟ ଏବଂ ହୋମ୍ ଡେକର୍ ଆସେନ୍ଟଗୁଡିକରେ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିବାର ଲକ୍ଷ୍ୟ ରଖିଛି ।
ଆରଭ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ନିର୍ଦ୍ଦେଶକ ବିକ୍ରମ ଚୋରାରିଆ କହିଛନ୍ତି, “୩୫ଟି ସ୍ୱତନ୍ତ୍ର ଷ୍ଟୋର୍ ମାଧ୍ୟମରେ ଆମର ପ୍ରଡକ୍ଟ୍‌ଗୁଡିକୁ ଉପଲବ୍ôଧ କରାଯିବ । ଆମ ପ୍ରଡକ୍ଟ୍ ଗୁଡିକର ୟୁଏସ୍‌ପି ଏହାର ସୁଲଭତା ଉପରେ ଆଧାରିତ । ବର୍ତମାନ ଆମ କମ୍ପାନୀର ସାମ୍ପ୍ରତିକ କାରବାର ୧୦ କୋଟି ରହିଛି ଏବଂ ଆର୍ôଥକ ବର୍ଷ ୨୦୨୨-୨୩ ଶେଷ ସୁଦ୍ଧା ଆମେ ଏଥିରେ ୫ ଗୁଣା ବୃଦ୍ଧି ଆଶା କରୁଛୁ । ଭାରତରେ ଆମେ ୧୦୦ ଟି ଷ୍ଟୋର୍ ଖୋଲିବାର ଲକ୍ଷ୍ୟ ରଖିଛୁ । ଓଡିଶା କାର୍ପେଟ୍ ଇଣ୍ଡଷ୍ଟ୍ରି ପାଇଁ ଏକ ବଡ ବଜାର । ଦିନକୁ ଦିନ ଗ୍ରାହକଙ୍କ ପସନ୍ଦ ବଦଳିବାରେ ଲାଗିଛି । ସେଥିପାଇଁ ଆମେ ଭୁବନେଶ୍ୱରଠାରେ ଏକ ଷ୍ଟୋର୍ ଖୋଲିବାକୁ ନିଷ୍ପତି ନେଇଛୁ ଯାହା ସମଗ୍ର ରାଜ୍ୟରେ ସୁବିଧା ଯୋଗାଇବ ।”

0
0
0
s2sdefault