ହେଡଲାଇନସ୍:

ଟାଟାଷ୍ଟିଲ କଳିଙ୍ଗ ନଗର ପକ୍ଷରୁ ବିଶ୍ୱ ଆଦିମ ଅଧିବାସୀ ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

କଳିଙ୍ଗନଗର : ଟାଟାଷ୍ଟିଲ ପକ୍ଷରୁ  କଳିଙ୍ଗନଗରର ଗୋବରଘାଟି ଠାରେ ବିଶ୍ୱ ଆଦିମ ଅଧିବାସୀ ଦିବସ ପାଳିତ ହୋଇଯାଇଛି । ୧୯୯୪ରେ ମିଳିତ ଜାତିସଂଘ ପକ୍ଷରୁ ଉକ୍ତ ଦିବସ ପାଳନ ଆରମ୍ଭ କରାଯାଇଥିଲା । ଆଦିମ ଅଧିବାସୀଙ୍କ ଅଧିକାରର ସୁରକ୍ଷା ଓ ଏହାର ପ୍ରସାର ପାଇଁବିଭିନ୍ନ ଦେଶ ଓ ସଂସ୍ଥା ପକ୍ଷରୁଉକ୍ତ ଦିବସ ପାଳନ କରାଯାଇଥାଏ  । ଚଳିତବର୍ଷର ବିଷୟବସ୍ତୁ ହେଉଛି “ଆଦିମ ଅଧିବାସୀଙ୍କ ଦେଶାନ୍ତରଣ ଓ ପ୍ରସ୍ଥାପନ” । ଟାଟାଷ୍ଟିଲ ପକ୍ଷରୁ ଷଷ୍ଠ ଥର ପାଇଁକଳିଙ୍ଗନଗରେ ଉକ୍ତ ଦିବସ ପାଳନ କରାଯାଉଛି ।ଚଳିତବର୍ଷ ଗୋବରଘାଟିରେ ଆୟୋଜିତ ଉତ୍ସବରେ୧୦୦୦ରୁ ଉଦ୍ଧ୍ୱ ର୍ଲୋକଅଂଶଗ୍ରହଣ କରଛନ୍ତି ।

ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ବାରିପଦାରୁ ପ୍ରକାଶିତ ଫଗୁଣ ନାମକ ସାନ୍ତାଳି ପତ୍ରିକାର ସମ୍ପାଦିକା ପ୍ରଫେସର ଦମୟନ୍ତି ବେସରା ମୁଖ୍ୟ ଅତିଥି ଭାବେଯୋଗ ଦେବା ସହିତ ପ୍ରଦୀପ ପ୍ରଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସୁକିନ୍ଦା ବିଧାୟକ ଶ୍ରୀ ପ୍ରୀତିରଞ୍ଜନ ଘଡାଇସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅନ୍ୟମାନଙ୍କ ମଧ୍ୟରେ ଗୋବରଘାଟି ପଂଚାୟତ ସରପଂଚ ଶ୍ରୀମତି ସ୍ୱର୍ଣ୍ଣଲତା ବାନରା, baristha ସ୍ଥାନୀୟଜନଜାତିନେତାଶ୍ରୀ ଲକ୍ଷ୍ମଣ ଜାମୁଡ଼ା, କଳିଙ୍ଗ ନଗର ଶ୍ରମିକ ସଂଘର ସଭାପତିଶ୍ରୀବାବୁଲି ହାଇବ୍ରୁ, କଳିଙ୍ଗନଗର ବିସ୍ଥାପିତ ମଂଚର ସଭାପତିଶ୍ରୀ ଅମରସିଂହ ବାନରା ଓ ସମ୍ପାଦକ ଶ୍ରୀ ରବିନ୍ଦ୍ର ନାଥ ଜାରିକା, ଟାଟାଷ୍ଟିଲ ଜାମସେଦପୁର ଜନଜାତି ସାଂସ୍କୃତିକ ସମିତିର ମୁଖ୍ୟ ଶ୍ରୀ ଜିରେନ୍ଟପ୍ନୋ ଓ ଟାଟାଷ୍ଟିଲ କଳିଙ୍ଗନଗର ପୁୂନର୍ବାସ ଓ ଥଇଥାନ ବିଭାଗ ମୁଖ୍ୟ ଶ୍ରୀ ବିଭୁଦେନ୍ଦୁ ପଣ୍ଡା ପ୍ରମୁଖଉପସ୍ଥିତ ଥିଲେ ।

ଏହି ଅବସରରେ ପ୍ରଫେସର ବେସରା କହିଥିଲେ ଯେ, “ଆମସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ ।ଆମେ ଆଦିମ ଅଧିବାସୀ ହୋଇଥିବାରୁ ଗର୍ବ ଅନୁଭବ କରିବ ଉଚିତ । ଆମେ ନିଜର ପରମ୍ପରା ଓ ସଂସ୍କୃତିକୁ ଭୁଲିବା ଉଚିତ ନୁହେଁ ।ଶିକ୍ଷା ହିଁ ଏକମାତ୍ର ମାଧ୍ୟମ, ଯାହାଦ୍ୱାରା ଆମେ ନିଜ ସଂସ୍କୃତିର ସଂରକ୍ଷଣ ଓ ପ୍ରସାର କରିବା ସହିତ ଆମର ପରିଚୟକୁ ପୁନଃସ୍ଥାପିତ କରିପାରିବା । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ନିଜଭାଷାକୁଶିଖିବାଉଚିତ” ।

ଏହି ଅବସରରେଜାମସେଦପୁରରୁଆସିଥିବା ଏକ ଗ୍ରୁପ୍ ପକ୍ଷରୁସାନ୍ତାଳ ଓ ହୋ ନୃତ୍ୟ ପରିବେଷଣକରାଯାଇଥିଲା । ଏହାବ୍ୟତୀତ ଜନଜାତି ପରିବାର ପକ୍ଷରୁ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ସାମଗ୍ରୀଗୁଡ଼ିକ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।

୧୯୯୪  ମସିହା ଡିସେମ୍ବର ମାସରେ ମିଳିିତ ଜାତିସଂଘର ସାଧାରଣ ଅଧିବେସନରେଏହି ଦିବସକୁ ମାନାତ୍ୟ ପ୍ରଦାନ କରିବା ସହିତ ପ୍ରତ୍ୟେକ ବର୍ଷଏହାକୁ ପାଳନ କରାଯାଉଛି । ସେହି ଦିନଠାରୁ ସମଗ୍ରବିଶ୍ୱରେ ଏହି ଦିବସକୁ ପାଳନ କରାଯିବା ସହିତବିଭିନ୍ନ ନୀତି ଓ କାର୍ଯ୍ୟକ୍ରମ ମାଧ୍ୟମରେ ଆଦିମ ଅଧିବାସୀଙ୍କ ଅଧିକାରକୁ କାର୍ଯ୍ୟକାରୀ କରିବାର ଗୁରୁତ୍ୱ ସମ୍ପର୍କରେ ଲୋକମାନଙ୍କୁ ଅବଗତକରାଯାଉଛି । ଏହାସହିିତ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ବିଭିନ୍ନ ସରକାର, ମିଳିତଜାତିସଂଘ, ଆଦିମ ଅଧିବାସୀ ଓ ଅନ୍ୟ ହିତାଧିକାରୀଙ୍କସହମିଳିତଭାବେକାର୍ଯ୍ୟକରୁଛି ।

ଏକ ଆକଳନ ଅନୁସାରେସମଗ୍ରବିଶ୍ୱର ୯୦ଟି ଦେଶରେ ପ୍ରାୟ ୩୭୦ ନିୟୁତ ଆଦିମ ଅଧିବାସୀବସବାସକରୁଛନ୍ତି ।ବିଶ୍ୱରେସେମାନଙ୍କଜନସଂଖ୍ୟା ୫ ପ୍ରତିଶତ ହୋଇଥିବା ବେଳେ ଗରିବଙ୍କ ମଧ୍ୟରେ ସେମାନଙ୍କ ସଂଖ୍ୟା ହେଉଛି ୧୫ ପ୍ରତିଶତ । ଏକ ଅନୁମାନ ଅନୁସାରେ ସମଗ୍ର ବିଶ୍ୱରେସେମାନେ ୭,୦୦୦ ଭାଷାରେ କଥା ହେଉଥିବାବେଳେ୫୦୦୦ ଭିନ୍ନସଂସ୍କୃତିର ପ୍ରତିନିଧିତ୍ୱ କରୁଛନ୍ତି ।

 

 

 

0
0
0
s2sdefault