ହେଡଲାଇନସ୍:

ଶକ୍ତି ସଂରକ୍ଷଣର ପ୍ରସାର ପାଇଁ ବେଦାନ୍ତ ଲାଞ୍ଜିଗଡ ତରଫରୁ ସୌର ଉପକରଣ ବଣ୍ଟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଲାଞ୍ଜିଗଡ଼/କଳାହାଣ୍ଡି (ଶାସକ ପ୍ରଶାସକ) :  ଭାରତର ପ୍ରମୁଖ ଆଲୁମିନା ଉତ୍ପାଦନକାରୀ ସଂସ୍ଥା ବେଦାନ୍ତ ଲାଞ୍ଜିଗଡ଼ ତରଫରୁ 'ଶକ୍ତି ସଂରକ୍ଷଣ ଯୋଜନା'ର ଆରମ୍ଭ କରାଯାଇଛି I ଲାଞ୍ଜିଗଡ଼ର ଅଞ୍ଚଳବାସୀ କିପରି ସୌର ଶକ୍ତି ଦ୍ୱାରା ସ୍ୱଚ୍ଛ ଆଲୋକ ତଥା ସ୍ୱଚ୍ଛ ଖାଦ୍ୟ ପ୍ରସ୍ତୁତି କରିବାରେ ସକ୍ଷମ ହୋଇପାରିବେ, ଏହା ହେଉଛି ଏହି ପରିଯୋଜନାର ମୂଳ ଉଦ୍ଦେଶ୍ୟ I ଏହି ଯୋଜନା ଅନ୍ତର୍ଗତ ବେଦାନ୍ତର ସ୍ବେଛାସେବୀ କର୍ମଚାରୀମାନେ ଡେଙ୍ଗସର୍ଗି ଗ୍ରାମରେ ଗ୍ରାମବାସୀଙ୍କୁ ସୌର ଲ୍ୟାମ୍ପ ବଣ୍ଟନ କରିଛନ୍ତି I

   ଗ୍ରାମବାସୀଙ୍କୁ ପ୍ରଦୂଷଣରହିତ, ନିର୍ଭରଯୋଗ୍ୟ ତଥା ସ୍ଥାୟୀ ଶକ୍ତି ସ୍ରୋତକୁ ସୁନିଶ୍ଚିତ କରିବା ଦିଗରେ ବେଦାନ୍ତ ଦ୍ୱାରା ଏହି ଯୋଜନା ଆରମ୍ଭ ହୋଇଛି I ଏହି ପଦକ୍ଷେପ ବିଶେଷ କରି ସନ୍ଧ୍ୟା ସମୟରେ ଶିଶୁଙ୍କ ପଢିବା ସମୟରେ ବୃଦ୍ଧି, କାଠ ଜାଳେଣି ବ୍ୟବହାର ଯୋଗୁଁ ହେଉଥିବା ଶ୍ଵାସ ଜନିତ କୌଣସି ଅସୁବିଧାକୁ ରୋକିବା, ମହିଳା ମାନଙ୍କ ରାନ୍ଧଣାରେ ତଥା ଅନ୍ୟାନ୍ୟ ଘରକରଣାରେ ସହାୟତା କରିପାରିବ I ଏହା ପୂର୍ବରୁ ନିକଟସ୍ଥ ସିନ୍ଧିବାହାଲ ଗ୍ରାମରେ ସୌର ଲ୍ୟାମ୍ପ ବଣ୍ଟନ ହୋଇଥିଲା ଯାହାକି ଗ୍ରାମବାସୀଙ୍କ ଦ୍ୱାରା ବେଶ ଆଦୃତ ହୋଇଥିଲା I  ଅଞ୍ଚଳରେ ସ୍ୱଚ୍ଛ ଇନ୍ଧନର ସଚେତନତା ବୃଦ୍ଧି ନେଇ କମ୍ପାନୀ ତରଫରୁ କୁଶଳୀ-ଇନ୍ଧନର ବ୍ୟବହାର ନେଇ ପ୍ରଦର୍ଶନ ହେବା ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠିରେ ଜଡିତ ମହିଳା ମାନଙ୍କୁ କେନ୍ଦ୍ର ସରକାରଙ୍କ ଉଜ୍ଜ୍ଵଳା ଯୋଜନା ମାଧ୍ୟମରେ ଏଲ୍.ପି.ଜି. ଆପଣେଇବାପାଇଁ ମଧ୍ୟ ପ୍ରୋତ୍ସାହିତ କରାଯାଇଛି I ଚଳିତ ୨୦୨୦-୨୧ ଆର୍ଥିକ ବର୍ଷରେ କମ୍ପାନୀର ୧୫ଟି ପାରିପାର୍ଶ୍ବିକ ଗ୍ରାମ ସହିତ ତିନି ବର୍ଷ ମଧ୍ୟରେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ୭୦ଟି ଗ୍ରାମକୁ ଶକ୍ତି-ଦକ୍ଷ ଗ୍ରାମରେ ପରିଣତ କରିବାର ଲକ୍ଷ୍ୟ ରଖିଛି ବେଦାନ୍ତ I ଗୋଷ୍ଠୀ ସମୁଦାୟଙ୍କ ବିକାଶ ଦିଗରେ ସରକାରୀ ଯୋଜନାର କାର୍ଯ୍ୟକାରିତାରେ ସହଭାଗିତା ସହାୟତା ସହିତ ସ୍ବେଛାସେବୀ କର୍ମଚାରୀ ଏବଂ ନବାଚାର ଦୃଷ୍ଟିକୋଣକୁ ପାଥେୟ କରି ଏହି ଯୋଜନାର କାର୍ଯ୍ୟକାରୀତା ଜାରି ରହିଛି I ବର୍ତ୍ତମାନ ପର୍ଯ୍ୟନ୍ତ ୫୦ଟି ଘର, ଏହି ପ୍ରକଳ୍ପ ଯୋଗୁଁ ଲାଭାନ୍ବିତ ହୋଇପାରିଛନ୍ତି I

  ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି ଯେ ବେଦାନ୍ତ ସର୍ବଦା ଅଞ୍ଚଳର ସାମାଜିକ-ଅର୍ଥନୈତିକ ବିକାଶ ଦିଗରେ କାର୍ଯ୍ୟରତ ରହିଛି, ବିଶେଷ କରି ମହିଳା ତଥା ଶିଶୁଙ୍କ ବିକାଶ ଦିଗରେ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜାରି ରଖିଛି I ଅଞ୍ଚଳବାସୀଙ୍କ ଜୀବନଧାରାରେ ଉନ୍ନତି ଆଣିବା ସହିତ ଗୋଷ୍ଠୀ ସମୁଦାୟଙ୍କ ବିଭିନ୍ନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁଚିନ୍ତିତ ସମାଧାନ ମଧ୍ୟ ଆଣିପାରିଛି I ସେହିପରି ଏକ ଯୋଜନା ହେଲା 'ଶକ୍ତି ସଂରକ୍ଷଣ ଯୋଜନା' ଯାହାଦ୍ୱାରା ଗ୍ରାମବାସୀ ସୌରଶକ୍ତି ଚାଳିତ ଆଲୋକ ସହିତ ସେମାନଙ୍କ ସନ୍ଧ୍ୟା ସମୟରେ ରାନ୍ଧିବା ନେଇ ବିଶେଷ ସୁବିଧା ହୋଇପାରିବ I ବେଦାନ୍ତ ସର୍ବଦା ଅଞ୍ଚଳବାସୀଙ୍କ ପାଇଁ ବିକାଶରେ ସାଥି ହୋଇ କାର୍ଯ୍ୟକରିବାରେ ବିଶ୍ୱାସ କରେ ଏବଂ କମ୍ପାନୀର ସ୍ବେଛାସେବୀ କର୍ମଚାରୀଙ୍କ ଦ୍ୱାରା ସୌର ଲ୍ୟାମ୍ପ ବଣ୍ଟନ ଏହାର ଏକ ଉଦାହରଣ ଅଟେ I   ବେଦାନ୍ତର ଏତାଦୃଶ କାର୍ଯ୍ୟକ୍ରମର ପ୍ରଶଂସା କରି  ସିନ୍ଧିବାହାଲ ଗ୍ରାମର ଛାତ୍ରୀ ସଞ୍ଜିତା ମିଶ୍ର କହିଛନ୍ତି ଯେ ପୂର୍ବରୁ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟ ଯୋଗୁଁ ମହମବତୀ ତଥା ଲଣ୍ଠନ ଲଗାଇ ପଢିବାକୁ ପଡୁଥିଲା, କିନ୍ତୁ ବର୍ତ୍ତମାନ ବେଦାନ୍ତ ଦ୍ୱାରା ପ୍ରଦତ୍ତ ସୌର ଲ୍ୟାମ୍ପ ଯୋଗୁଁ ସନ୍ଧ୍ୟା ସମୟରେ ମଧ୍ୟ ସୁବିଧାରେ ପଢି ହେଉଛି I ଏହି ଲ୍ୟାମ୍ପ ଯୋଗୁଁ ରାନ୍ଧିବାରେ ତଥା ଅନ୍ୟାନ୍ୟ ଘରକରଣାରେ ମାଁକୁ ମଧ୍ୟ ବେଶ ସୁବିଧା ହୋଇପାରିଛି I

   ବେଦାନ୍ତର ଜୀବିକା ନିର୍ବାହ, ମହିଳା ସଶକ୍ତିକରଣ, ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଏବଂ ପରିଛନତା, ଜୈବ-ନିବେଶ ତଥା ଗୋଷ୍ଠୀ ଭିତ୍ତିଭୂମି ନେଇ ବିଭିନ୍ନ ସାମାଜିକ ପଦକ୍ଷେପ ଅଞ୍ଚଳର ୬୦ଟି ଗ୍ରାମରେ ପହଞ୍ଚିବା ସହିତ ବାର୍ଷିକ ୧ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏହାଦ୍ୱାରା ଲାଭାନ୍ବିତ ହୋଇପାରୁଛନ୍ତି I ୩୦୦ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦୦୦ଜଣ ମହିଳାଙ୍କୁ ଆତ୍ମନିର୍ଭର କରିବା, ୬୦୦୦୦ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ସୁବିଧା, ୨୮୦୦ ଜଣ ଶିକ୍ଷାର୍ଥୀଙ୍କ ପାଇଁ ଗୁଣବତ୍ତା ମୂଳକ ଶିକ୍ଷା ବ୍ୟବସ୍ଥା, ଅଞ୍ଚଳର ୫.୪ଲକ୍ଷ ବୃକ୍ଷରୋପଣ ତଥା ୫୦୦ରୁ ଉର୍ଦ୍ଧ୍ବ ଭିତ୍ତିଭୂମି ବିକାଶ ଦ୍ୱାରା ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶଧାରା ତ୍ୱରାନ୍ୱିତ ହୋଇପାରିଛି I

  ବେଦାନ୍ତ, ଭାରତର ବୃହତ୍ତମ ଆଲୁମିନିୟମ ଏବଂ ଆଲୁମିନା ଉତ୍ପାଦକ ହୋଇଥିବାବେଳେ ୨୦୦୭ ପରଠାରୁ ଲାଞ୍ଜିଗଡ଼ଠାରେ ବାର୍ଷିକ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା ରିଫାଇନାରୀ ସଞ୍ଚାଳନ କରିବା ସହ ନିଜସ୍ୱ ୯୦ ମେଗାୱାଟର ପାୱାର ପ୍ଲାଣ୍ଟରେ ନିଜସ୍ୱ ଶକ୍ତି ଉତ୍ପାଦନ କରିବାର କ୍ଷମତା ରଖିଛି I

0
0
0
s2sdefault