ହେଡଲାଇନସ୍:

ଜେ ଏସ ଏମ କମର୍ସ କଲେଜ୍ ର ବାର୍ଷିକ କ୍ରୀଡା ଉତ୍ସବ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗୀର:- (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) : ଆଜି ବଲାଙ୍ଗିର ର ଅନ୍ୟତମ ବାଣିଜ୍ୟ ମହାବିଦ୍ୟାଳୟ ଜେ ଏସ ଏମ କମର୍ସ କଲେଜ୍ ର ୪ ର୍ଥ ବାର୍ଷିକ କ୍ରୀଡା ଉତ୍ସବ ରାଜେନ୍ଦ୍ର ନାରାୟଣ ସ୍ପୋର୍ଟସ କମ୍ପ୍ଲେକ୍ସ ରେ ଅନୁଷ୍ଠିତ ହୋଇଯାଇଛି । ଆନ୍ତର୍ଜାତୀୟ କ୍ରୀଡାବିତ୍ ସୁଶ୍ରୀ ଅାନନ୍ଦିନି ଦର୍ଜିଁ ଉତ୍ସବ କୁ ଉଦଘାଟନ କରି ଛାତ୍ର ଛାତ୍ରୀ ମାନଙ୍କୁ ନିଜର ଅଭିଜ୍ଞତା ବିଷୟ ରେ ବର୍ଣ୍ଣନା କରି ଭବିଷ୍ୟତ ରେ ଜିଲ୍ଲା ,ରାଜ୍ୟ ତଥା ଦେଶ ପାଇଁ କ୍ରୀଡା ଜଗତରେ ସୁନାମ ଅର୍ଜନ କରିବା ପାଇଁ କହିଥିଲେ ।ଆଜିର କ୍ରୀଡା ଉତ୍ସବ କୁ କଲେଜ ର ପୂର୍ବତନ ଦିବଂଗତ ଛାତ୍ର ଦେବାଶିଷ ଦାସ ଙ୍କ ପାଇଁ ଉତ୍ସର୍ଗୀକୃତ ବୋଲି କଲେଜ ର ଅଧ୍ୟକ୍ଷ ଶ୍ରୀ ପଣ୍ଡା ତାଙ୍କର ସ୍ବାଗତ ଭାଷଣ ରେ ଘୋଷଣା କରିଥିଲେ । ମୁଖ୍ୟ ଅତିଥି ଭାବରେ ବଲାଙ୍ଗୀର ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ଯୋଗ ଦେଇ ଛାତ୍ର ଛାତ୍ରୀ ଙ୍କ କ୍ରୀଡା ମନୋଭାବ ସବୁବେଳେ ବଜାୟ ରଖିବା ପାଇଁ ଉଦବୋଧନ ଦେଇଥିଲେ ।ସମ୍ମାନିତ ଅତିଥି ରୂପେ ଉଦୀୟମାନ କ୍ରୀଡାବିତ୍ ଶ୍ରୀ ସୁମିତ୍ ପୁରୋହିତ ଯୋଗ ଦେଇ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କ୍ରୀଡ଼ାରେ ସ୍ବାସ୍ଥ୍ୟ ର ଭୂମିକା ଉପରେ ସମ୍ୟକ୍ ବିବରଣୀ ଉଲ୍ଲେଖ କରିଥିଲେ ।

ଏଇ ଉତ୍ସବ ରେ କଲେଜ୍ ର ଚେୟରମେନ ତଥା ସି ଏ  ଶ୍ରୀମାନ ଶ୍ରୀକାନ୍ତ ଶର୍ମା ଏବଂ କଲେଜ୍ ର ଡାଇରେକ୍ଟର ଶ୍ରୀମତୀ ସୁମନ୍ ଶର୍ମା ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ସମସ୍ତ କ୍ରୀଡା ପ୍ରତିଯୋଗିତା କୁ ଶାରୀରିକ ଅଧ୍ୟାପକ ଶ୍ରୀ ନିରୋଜ୍ କୁମାର ମିଶ୍ର ଏବଂ କୋଚ୍ ଶ୍ରୀ ହୃଷୀକେଶ ସାଏ ଙ୍କ ଦ୍ଵାରା ପରିଚାଳିତ ହୋଇଥିଲା । +୩ ର ଛାତ୍ର ଦଶରଥ ମେହେର ଓ ଛାତ୍ରୀ କୁମାରୀ ସାଇନା ନାଏକ ଓ  +୨ ର ଛାତ୍ର ଆକାଶ  କୁମାର ମାଝୀ ଓ ପ୍ରିୟଙ୍କା କୁମ୍ଭାର ଚମ୍ପିୟାନ ଘୋଷିତ ହୋଇ ପୁରସ୍କୃତ ହୋଇଥିଲେ ।

କଲେଜ୍ ର ସମସ୍ତ ଅଧ୍ୟାପକ /ଅଧ୍ୟାପିକା ତଥା କଲେଜ୍ କାର୍ଯ୍ୟାଳୟ ରେ କାର୍ଯ୍ୟରତ ବୈଶାଳୀ ବିଶ୍ଵାଳ ,  ଶିଶିର କୁମାର ଦାସ ,ଟଙ୍କଧର ସାଏ,ରତିକାନ୍ତ ଦଳାଇ ଓ ମମତା ଙ୍କ ବଳିଷ୍ଠ ସହଯୋଗ ପାଇଁ ଉତ୍ସବ ସଫଳ ହୋଇଥିଲା । ସମ୍ମାନିତ ଅତିଥି ସୂମିତ୍ ପୁରୋହିତ ବାର୍ଷିକ କ୍ରୀଡା ସମାପନ ଘୋଷଣା କରି ପତାକା କୁ କଲେଜ୍ ଚେୟାରମେନ ଶ୍ରୀ ଶର୍ମା ଙ୍କୁ ହସ୍ତାନ୍ତର କରିଥିଲେ । ଚଳିତ ବର୍ଷ କ୍ରୀଡା ଉତ୍ସାହ ଓ ଉଦ୍ଦୀପନା ର ସହ ସମାପ୍ତ ହୋଇଥିବାରୁ କଲେଜ୍ ର ଡାଇରେକ୍ଟର ଶ୍ରୀମତୀ ଶର୍ମା ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ ।

ଏଥିରେ ଚେତନା ଅଗ୍ରୱାଲ, ପୂଜା ମାଖିଜା,ସୁମନ ଶର୍ମା,ମନୀକା ଜେସବାଲ,ସୁପ୍ରିୟା ମହାପାତ୍ର, ଟିଚିଙ୍ଗ ଓ ନନ୍ ଟିଚିଙ୍ଗ ଷ୍ଟାପ ଉପସ୍ଥିତ ଥିଲେ।

0
0
0
s2sdefault