ହେଡଲାଇନସ୍:

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ହରଭଙ୍ଗା/ପ୍ରତାପ ମେହେର: ପୁରୁଣା କଟକର ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ଠାରେ  ଆମ ଓଡ଼ିଶା, ଯୁବରେଡ୍ କ୍ରସ୍ ବୌଦ୍ଧ , ରେଡ୍ ରିବନ୍ କ୍ଳବ୍ ର ମିଳିତ  ଆନୁକୁଲ୍ୟରେ ରକ୍ତଦାନ ଶିବିର  ଅନୁଷ୍ଠିତ ହେଇଛି । 

ମୁଖ୍ୟ ଅତିଥି ରୂପେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ରୁର ସେଠୀ,  ସମ୍ମାନୀତ ଅତିଥି ରୂପେ ସାମ୍ବାଦିକ ସୁକାନ୍ତ ପଟ୍ଟନାୟକ , ଭୈରବୀ ଡିଗ୍ରୀ  କଲେଜ ଅଧ୍ୟକ୍ଷ ଲଳିତ ମେହେର ଯୋଗଦାନ କରି ରକ୍ତଦାନ ଶିବିର ଉଦ୍ଘାଟନ କରିଥିଲେ । ବୌଦ୍ଧ ବ୍ଲଡ଼ ବ୍ୟାଙ୍କ ଅଧିକାରୀ  ଡ଼ଃ ମଳୟ ସାହୁ ,  ଏଚ୍ ଆଇ ଭି ଏଡ୍ସ ର ପରାମର୍ଶଦାତା  ବୋଜନ୍ କୁମାର ପ୍ରଧାନ , ଲାବ୍ରୋଟରୀ ଟେକ୍ନିସିଆନ  ଦେବଦତ୍ତ କିଷାନ ପ୍ରମୁଖ ରକ୍ତଦାନ ସଂଗ୍ରହ କାର୍ଯ୍ୟ କରିଥିଲେ । ମୋଟ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । କଲେଜ୍ ଛାତ୍ରଛାତ୍ରୀ ସମେତ ଅନେକ ଯୁବ ଗୋଷ୍ଠୀ ରକ୍ତଦାନ କରିଥିଲେ । ସାମ୍ବାଦିକ ଭାଗବତ ମେହେର , ସୁରେଶ୍ଵର ଯୋଶୀ , ନରେନ୍ଦ୍ର ଦେହୁରୀ ପରିଚାଳନା ଦାୟିତ୍ଵ ରେ ଥିଲେ । କଲେଜ କର୍ତ୍ତୁପକ୍ଷ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେଇଥିଲେ |

0
0
0
s2sdefault