ଜିଲ୍ଲାପାଳ, ବିଧାୟକ ଓ ଶ୍ରମମନ୍ତ୍ରୀଙ୍କୁ ଗୁହାର କଲେ ଦୁଇ ନିର୍ମାଣ ଶ୍ରମିକ
ପାଟଣାଗଡ/ସଚିନ ସାହୁ : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଳକ କେରବେଡା ଗ୍ରାମର ମାଖନ ନାଏକ ଓ ତପସର ଛୁରୀ | ଦୁଇଜଣ ନିର୍ମାଣଶ୍ରମିକ ଓ ତାଙ୍କ ନିର୍ମାଣଶ୍ରମିକ ରେଜିଷ୍ଟ୍ରେସନ କାର୍ଡ ନମ୍ବର-3040/2014 ଓ 3271/୨୦୧୫ | ଦୁଇଜଣ ଜଣେ ଦରିଦ୍ର ଶ୍ରେଣୀର ଶ୍ରମିକ ଓ ଦିନମଜୁରିଆ ଅଟନ୍ତି | ସେ ଦୁହେଁ ୨୦୧୮ ମସିହାରେ ଧାର କରଜ ଆଣି ନିଜ ଝିଅ ଚନ୍ଦ୍ରିକାର ଓ ସସ୍ମିତା ର ବିବାହ କରିଥିଲେ ଓ ସରକାରୀ ସହାୟତା ପାଇଁ ଶ୍ରମବିଭାଗ କାର୍ଯ୍ୟାଳୟ ବଲାଙ୍ଗିରରେ ଆବେଦନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିର୍ମାଣ ଶ୍ରମିକଙ୍କ ଝିଅକୁ ବିବାହ ପାଇଁ କୋଠାବାଡି ଓ ନିର୍ମାଣ ଶ୍ରମିକ ଓଡିଶା ସରକାର ତରଫରୁ ମିଳୁଥିବା ସହାୟତା ରାଶି ମିଳିନାହିଁ | ଦୟାକରି ଏହି ପ୍ରସଙ୍ଗରେ ମାଖନ ନାଏକ ଓ ତପସର ଛୁରୀଙ୍କୁ ନିଜ ଝିଅ ଚନ୍ଦ୍ରିକା ଓ ସସ୍ମିତା ର ବାହାଘର ସମ୍ବନ୍ଧୀୟ କୋଠାବାଡି ଓ ନିର୍ମାଣ ଶ୍ରମିକ ବିଭାଗ ଓଡିଶା ସରକାର ଦ୍ୱାରା ମିଳୁଥିବା ସରକାରୀ ସହାୟତା ଯୋଗାଇଦେବାକୁ ବଲାଙ୍ଗୀର ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ଓ ଓଡିଶାର ମାନ୍ୟବର ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଙ୍କୁ ଆକୁଳ ଗୁହାରି କରିଛନ୍ତି |