ହେଡଲାଇନସ୍:

ଓଡିଶା  ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର):   ଓଡଗାଁ ରଘୁନାଥ ବିଦ୍ୟାପୀଠରେ ଚାଲିଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ  ହୋଇଯାଇଛିା ଏଥିରେ ସର୍ବାଧିକ୧୭ ଟି ପ୍ରକଳ୍ପ ସ୍ଥାନ ପାଇଥିଲା । ଓଁମ ପ୍ରକାଶ ସାହୁଙ୍କ ରୁମହିଟର ପ୍ରଥମ ଏବଂ କିରଣଜିତ୍ ଲାଲଙ୍କ ସ୍ମୋକ୍ ଆବଜରବର  ଦିତୀୟ ସ୍ଥାନ ଅଧିକାର କରିବା ସହ ବ୍ଲକସ୍ତରୀୟ ବିଜ୍ଞାନ ମେଳାକୁ ମନୋନୀତ ହୋଇଥିଲା । ରଘୁନାଥ ବିଦ୍ୟାପୀଠର ପ୍ରସନ୍ନ କୁମାର ପ୍ରଧାନ ପ୍ରଦର୍ଶନୀର ଶୁଭାରମ୍ଭ କରିଥିବା ବେଳେ ଶିକ୍ଷକ ନରେଶ ପାଣିଗ୍ରାହୀ, ତ୍ରିଲୋଚନ ସାମନ୍ତରା ବିଚାରକ ଭାବେ ପ୍ରକଳ୍ପ ଚୟନ କରିଥିଲେ । ବିଜ୍ଞାନ ଶିକ୍ଷକ ପ୍ରସନ୍ନ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରଚାଳନା କରିଥିଲେ ।  

0
0
0
s2sdefault