ହେଡଲାଇନସ୍:

ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିଥିଲେ ହରେକୃଷ୍ଣ ମହତାବ - ଧର୍ମେନ୍ଦ୍ର ପ୍ରଧାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୂଆଦିଲ୍ଲୀରେ ଡା. ହରେକୃଷ୍ଣ ମହତାବଙ୍କ ୧୨୦ତମ ଜୟନ୍ତୀ ପାଳିତ

 ସମସ୍ତେ ମହତାବଙ୍କ ସାମାଜିକ ଓ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ

 ଗଡଜାତ ମିଶ୍ରଣରେ ନୀଳଗିରିକୁ ୧ ନମ୍ବର କରିଥିଲେ ମହତାବ

ନୂଆଦିଲ୍ଲୀ/ଭୁବନେଶ୍ୱର, – ରାଷ୍ଟ୍ରୀୟ ସ୍ତରରେ ଓଡିଶାର ନେତୃତ୍ୱକୁ ସ୍ଥାପିତ କରିବାରେ ସ୍ୱର୍ଗତ ଡା ହରେକୃଷ୍ଣ ମହତାବ ଅଗ୍ରଣୀ ଭୂମିକା ନେଇଥିଲେ ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ ତାଙ୍କର ୧୨୦ତମ ଜୟନ୍ତୀ ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଶିକ୍ଷା, କ୍ରୀଡା, ରାଜନୀତି, ସିନେମା, ପ୍ରଶାସନ, ସଂସ୍କୃତି ଓ ଅନନ୍ୟ କ୍ଷେତ୍ରରେ ପୃଷ୍ଠପୋଷକ  ଥିଲେ ମହତାବ । ସମସ୍ତେ ମହତାବଙ୍କ ସାମାଜିକ ଓ ରାଜନୈତିକ ଆଦର୍ଶରେ ଅନୁପ୍ରାଣିତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ଦେଶରେ ୩୭୦ ଧାରା ଉଚ୍ଛେଦ କରାଯାଇ ଭାରତକୁ ଏକତ୍ରୀକରଣ କରାଯାଇପାରିଛି । ତେବେ ସେତେବେଳେ ଯଦି ଡାକ୍ତର ମହତାବ ଓ ସର୍ଦ୍ଧାର ପଟେଲଙ୍କୁ ଜାମ୍ମୁ କାଶ୍ମୀରର ଦାୟିତ୍ୱ ଦିଆଯାଇଥାନ୍ତା ତେବେ ଓଡିଶାର ନୀଳଗିରି ପ୍ରଥମ ଦେଶୀୟ ରାଜ୍ୟ ଭାବେ ଗଡଜାତରେ ମିଶ୍ରଣ ହେବା ଭଳି ଜାମ୍ମୁ କାଶ୍ମୀର ମଧ୍ୟ ଦେଶରେ ସମାହିତ ହୋଇସାରିଥାନ୍ତା ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟକୁ ପ୍ରତିଷ୍ଠିତ  କରିବାରେ ତଥା, ଭାଷା, ଐତିହ, ସ୍ୱାଭିମାନକୁ ପ୍ରତିଷ୍ଠିତ କରିବାରେ ଡ ମହତାବଙ୍କ ଯୋଗଦାନ ରହିଛି । ସ୍ୱାଧୀନତା ପରେ ଡା ମହତାବ ଓଡିଶାର ମୁଖ୍ୟମନ୍ତ୍ରୀ ୧୦ ବର୍ଷ ପର୍ଯ୍ୟନ୍ତ ହୋଇଥିଲେ ଓଡିଶା ମହାରାଷ୍ଟ୍ର ଭଳି ଗୋଟେ ପ୍ରଗତିଶୀଳ ରାଜ୍ୟ ହୋଇଥାନ୍ତା । ଗଡଜାତ ମିଶ୍ରଣରେ ଡା ମହତାବ ନୀଳଗିରିକୁ ୧ ନମ୍ବର କରେଇଥିଲେ । ତାଙ୍କର ବିଚାରଧାରା ଓ ପରମ୍ପରା ଆଜି ମଧ୍ୟ ବହୁତ ପ୍ରାସିଙ୍ଗିକତା ରଖୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

0
0
0
s2sdefault