ହେଡଲାଇନସ୍:

୨ବର୍ଷ ପରେ ଘରକୁ ବାହୁଡ଼ିଲା ନିଖୋଜ ପୁଅ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ପୁରୀ ଜିଲ୍ଲା ଅନ୍ତର୍ଗତ କାକଟପୁର ଥାନା ଅଧିନ ଉଲୁକୁଦା ଗ୍ରାମର ରମେଶ କାଣ୍ଡିଙ୍କ ପୁଅ ସଂଜୟ କୁମାର କାଣ୍ଡି(୧୯) ୨ବର୍ଷ ହେଲା ନିଖୋଜ ଥିଲା । ଓଡଗାଁ ପୋଲିସ ତାକୁ ଉଦ୍ଧାର କରି ଆଜି ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରଛନ୍ତିି । ୪ବର୍ଷ ପୂର୍ବେ ମାଟ୍ରିକ ପରିକ୍ଷା ପରେ ସଂଜୟ କାମକରିବାକୁ ସୁରାଟ ଯାଇଥିଲା । ୨ବର୍ଷ ପର୍ଯ୍ୟନ୍ତ ପରିବାରକୁ ପଇସା ପଠାଇବା ସହିତ ଯୋଗାଯୋଗ ରଖିଥିଲା । ହଠାତ ଦିନେ ସେ ଟ୍ରେନରେ ଘରକୁ ଫେରୁଥିବା ନେଇ ଫୋନରେ ଜଣାଇଥିଲା । କିନ୍ତୁ ତାପରଠାରୁ ୨ବର୍ଷ ହେଲା ସଞ୍ଜୟର ପରିବାର ଲୋକଙ୍କ ସହିତ ଆଉ କୈାଣସି ଯୋଗସୁତ୍ର ରହିନଥିଲା । ପରିବାର ଲୋକେ ସଞ୍ଜୟର ନିଖୋଜ ଘଟଣା ନେଇ କାକଟପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ଗତ ଶୁକ୍ରବାର ଦିନ ଚେନାଇରୁ କୋଣାର୍କ ଟ୍ରେନରେ ସଞ୍ଜୟ ଫେରୁଥିବା ନେଇ ସମ୍ପର୍କିୟଙ୍କ ଠାରୁ ଖବର ପାଇ ପରିବାର ଲୋକେ ଭୁବନେଶ୍ୱର ଷ୍ଟେସନରେ ଅପେକ୍ଷା କରିଥିଲେ । ହେଲେ ସଞ୍ଜୟକୁ ପାଇନଥିଲେ । କିନ୍ତୁ ସଞ୍ଜୟ ଟ୍ରେନରୁ ଆସି କୈାଣସି ଏକ ବସରେ ଆସି ଓଡଗାଁରେ ପହଁଚିଥିଲା । ସନ୍ଦିଗ୍ଧ ଅବସ୍ଥାରେ ଧରି  ଓଡଗାଁ ପୋଲିସ  ଥାନାକୁ ନେଇ ଆସିଲେ । ୪ବର୍ଷପରେ ପୁଅକୁ ପାଇ ଖୁସିହେବା ସହିତ ଓଡଗାଁ ପୋଲିକୁ ଧନ୍ୟବାଦ ଦେଇଥିଲେ । 

0
0
0
s2sdefault