ହେଡଲାଇନସ୍:

ଟପ ଟେନରେ  ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଧନଲକ୍ଷ୍ମୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର କୃତି ଛାତ୍ରୀ ଗୃହ-ବିଜ୍ଞାନ(ସମ୍ମାନ) ବ୍ରହ୍ମପୁର ବିଶ୍ବ-ବିଦ୍ୟାଳୟର +୩ ଶେଷ ବର୍ଷ ପରୀକ୍ଷାରେ ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଦଶମ ସ୍ଥାନ ଅଳଙ୍କୃତ କରିଛନ୍ତି  ଧନଲକ୍ଷ୍ମୀ ବେହେରା ।

ଏହି ଅବସରରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ଃ.ରୀନା ସାହୁ ଉକ୍ତ କୃତି ଛାତ୍ରୀଙ୍କୁ ମହାବିଦ୍ୟାଳୟ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ ।  ଗୃହ  ବିଜ୍ଞାନ ଅଧ୍ୟାପିକା  କୁମାରୀ ମଧୁସ୍ମିତା ପ୍ରଧାନଙ୍କ ସହଯୋଗରେ ସମ୍ମାନ( ଗୃହ ବିଜ୍ଞାନ)ରେ କୃତ କାର୍ଯ୍ୟ ହୋଇଥିବା ଯୋଗୁଁ ବିଭାଗୀୟ ଅଧ୍ୟାପିକା ମାନଙ୍କୁ ମଧ୍ୟ ଅଧ୍ୟକ୍ଷା ଡ଼ଃ.ସାହୁ ଉଚ୍ଚ ପ୍ରସଂଶା କରିଥିଲେ । 

ମୁଖ୍ୟତଃ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା ମାନଙ୍କ ଅକୁଣ୍ଠ ସହଯୋଗ ଯୋଗୁଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଉକ୍ତ ବିଭାଗରେ ଦଶମ ସ୍ଥାନରେ ଅଳଙ୍କୃତ ହୋଇ ପାରିଥିବା କଥା କହି ଧନଲକ୍ଷ୍ମୀ ଅତ୍ୟନ୍ତ ଭାବବିହ୍ଵଳ ହୋଇ ପଡ଼ିଥିଲେ ସମ୍ଭର୍ଦ୍ଧନା ସଭାରେ ।ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା , ଅଧ୍ୟାପକ , ଅଣ-ଶିକ୍ଷକ , କର୍ମଚାରୀ ବୃନ୍ଦ ଓ ସମସ୍ତ ଛାତ୍ରୀ ଉପସ୍ଥିତ ରହି କୃତି ଛାତ୍ରୀ ଧନଲକ୍ଷ୍ମୀଙ୍କ ଉତ୍ତରୋତ୍ତର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ 

 

0
0
0
s2sdefault