ହେଡଲାଇନସ୍:

ଛାତ୍ରୀଙ୍କ ପାଇଁ ଚାଲିଥିବା ଆତ୍ମ ସୁରକ୍ଷା ଶିବିର ଉଦଯାପିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ନୂଆପଡା.(ଅମିତ ପୁରୋହିତ); ସ୍ଥାନୀୟ ନେସନାଲ କଲେଜରେ ଛାତ୍ରୀମାନଙ୍କ ପାଇଁ ଚାଲିଥିବା ୧୨ ଦିନିଆ ଆତ୍ମ ସୁରକ୍ଷା ଶିବିର ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ  ଉତ୍ସବରେ  ତାଲିମପ୍ରାପ୍ତ ଛାତ୍ରୀମାନେ ସୁନ୍ଦର ରଙ୍ଗୋଲିରେ ତାଲିମ ଗୃହକୁ ସଜାଇବା ସଙ୍ଗେ ସଙ୍ଗେ ମୂଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ନୂଆପଡା ଏ.ଏସ୍.ପି ସୁନିଲ କୁମାର ଆଚାର୍ଯ୍ୟ ଓ କଲେଜ ଅଧ୍ୟକ୍ଷ ସମରେନ୍ଦ୍ର ନାରାୟଣ ଦାସଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଛାତ୍ରୀ ମାନଙ୍କ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ ସହ ଆରମ୍ଭ ହୋଇଥିଲା ଉଦ୍ଯାପନୀ ସମାରୋହ । ମୂଖ୍ୟ ଅତିଥି ଓ କଲେଜ ଅଧ୍ୟକ୍ଷଙ୍କ ସହ ଇତିହାସ ବିଭାଗ ମୂଖ୍ୟ ସରୋଜ ପାଢୀ, ହିନ୍ଦୀ  ବିଭାଗ ମୂଖ୍ୟ ଗଜେନ୍ଦ୍ର ପ୍ରସାଦ ନାୟକ, ରାଜନୀତି  ବିଜ୍ଞାନ ରିଡର ସୁରେନ୍ଦ୍ର ମୋହନ ଦାସ ସମ୍ମାନୀତ ଅତିଥି ରୂପେ ମଞ୍ଚାସୀନ ଥିଲେ । ସମାଜରେ ମହିଳା ମାନଙ୍କ ଉପରେ ହେଉଥିବା ନିର୍ଯ୍ୟାତନା, ଯୌନଶୋଷଣ ଭଳି ବିଭିନ୍ନ ପ୍ରକାର ଅପରାଧ ବୃ୍ଦ୍ଧି ପାଇଚାଲିଥିବା ବେଳେ ମହିଳା ଙ୍କ ପାଇଁ ଆତ୍ମ ସୁରକ୍ଷା ତାଲିମ ଜରୁରୀ ଅଟେ ବୋଲି ଶ୍ରୀ ଆଚାର୍ଯ୍ୟ ପ୍ରକାଶ କରିଥିଲେ । ଆତ୍ମ ସୁରକ୍ଷା ତାଲିମ ଗ୍ରହଣ କଲେ ଏହା ଯେ କୌଣସି  ବିପଦ ସମୟରେ ସହାୟକ ହୋଇପାରିବ ବୋଲି ମଞ୍ଚାସୀନ ଅତିଥିଗଣ ମତ ବ୍ୟକ୍ତ କରିଥିଲେ । ସରସ୍ୱତୀ ଶବର, ଫୁଲେଶ୍ୱରୀ ସାହୁ, ଏବଂ ଧନେଶ୍ରୀ କେଉଁଟଙ୍କୁ ଏହି ୧୨ ଦିନିଆ ତାଲିମ ଶିବିରକୁ ତାଲିମ ଦାତା ରୂପେ ପରିଚାଳିତ କରିଥିଲେ । କଲେଜ ସଂଯୋଜକ ତଥା ଖେଳ ପ୍ରଶିକ୍ଷକ ପ୍ରକାଶ ସାହୁ ମଞ୍ଚ ପରିଚାଳନା କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault