ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ରାଜ୍ୟ ବ୍ୟାପୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୧୨୩୨୫ ୟୁନିଟ୍‍ ରକ୍ତ ସଂଗୃହୀତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ରକ୍ତଦାତା ଓ ବ୍ଲଡ୍ ବ୍ୟାଙ୍କ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଠଗଡ଼ରେ ସର୍ବାଧିକ ୬୭୨ ୟୁନିଟ୍, ଦ୍ୱିତୀୟ ସର୍ବାଧିକ ବ୍ରହ୍ମପୁରରେ ୬୧୬ ଓ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍

କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ଦ୍ୱିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୩୯ ୟୁନିଟ୍ ଓ ତୃତୀୟ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୧୧୯୫ ୟୁନିଟ୍

ଭୁବନେଶ୍ୱର,(ଭୁବନେଶ୍ୱର):  ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିଜୁ ଜନତା ଦଳ ନିଜର ସାମାଜିକ ପ୍ରତିବଦ୍ଧତାର ଅଂଶ ସ୍ୱରୂପ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ବିଶିଷ୍ଟ ଜନନାୟକ ବିଜୁବାବୁଙ୍କ ୯୯ତମ ଜନ୍ମ ଜୟନ୍ତୀ ୫ ମାର୍ଚ୍ଚ ୨୦୧୫ରୁ ଶୁଭାରମ୍ଭ ହୋଇ ଏହା ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ‘ରକ୍ତଦାନ ମହାପୂଣ୍ୟ’, ଏହାକୁ ଆଧାର କରି ବିଜୁ ଜନତା ଦଳ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା, ବ୍ଲକ, ପୌରାଞ୍ଚଳ ଏବଂ ପଞ୍ଚାୟତ ସ୍ତରରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଆସୁଛି । 

ଏହି ପରିପ୍ରେକ୍ଷୀରେ ଓଡ଼ିଶା ପ୍ରଗତିର ସାରଥୀ ବିକାଶ ପୁରୁଷ ମାନ୍ୟବର ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ୭୪ ବର୍ଷରେ ପଦାର୍ପଣ ସ୍ମାରକୀ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ସମେତ ରାଜ୍ୟର ୭୭ଟି ପ୍ରମୁଖ ସ୍ଥାନ ଯଥା- ବାଲେଶ୍ୱର, ନୀଳଗିରି, ଭଦ୍ରକ, ସିମୁଳିଆ, କଟକ-ବାରବାଟୀ, କଟକ-ଚୌଦ୍ୱାର, ଆଠଗଡ଼, ମାହାଙ୍ଗା, ଭଞ୍ଜନଗର, ଜଗତସିଂହପୁର, ଯାଜପୁର, ଯାଜପୁର ରୋଡ୍, କେନ୍ଦ୍ରାପଡ଼ା, କେନ୍ଦୁଝର, ଆନନ୍ଦପୁର, ରେକୁଟିଆ, ହାଟଡିହି, ଚମ୍ପୁଆ, ବାରିପଦା, ଉଦଳା, କରଞ୍ଜିଆ, ଠାକୁରମୁଣ୍ଡା, ରାଇରଙ୍ଗପୁର, ଅନୁଗୁଳ, ବଅଁରପାଳ, ପର୍ଜଙ୍ଗ, ଆଠମଲ୍ଲିକ, ଦେବଗଡ଼, ଢେଙ୍କାନାଳ, ପାରଳାଖେମୁଣ୍ଡି, ବ୍ରହ୍ମପୁର, ହିଞ୍ଜିଳି ଏନ୍ଏସି, ହିଞ୍ଜିଳି ବ୍ଲକ, ଖୋର୍ଦ୍ଧା, କୋରାପୁଟ, ଜୟପୁର, ସେମିଳିଗୁଡ଼ା, ଦଶମନ୍ତପୁର, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, ଗୁଣପୁର, ସୁନ୍ଦରଗଡ଼, ବଡ଼ଗାଁ, ରାଉରକେଲା, ବଣାଇଗଡ଼, ବୌଦ୍ଧ, ବାଲିଗୁଡ଼ା, ଫୁଲବାଣୀ, ନୟାଗଡ଼, ଓଡ଼ଗାଁ, ନୂଆପଡ଼ା, ଖରିଆର, ପୁରୀ, ବଲାଙ୍ଗୀର, ପାଟଣାଗଡ଼, ଟିଟିଲାଗଡ଼, ସଇଁତଳା, ତୁଷୁରା, କଣ୍ଟାବାଞ୍ଜି , ଝାରସୁଗୁଡ଼ା, ଲାଇକେରା, ବ୍ରଜରାଜନଗର, ଭବାନୀପାଟଣା, ଜୁନାଗଡ଼, ଧର୍ମଗଡ଼, ବୁର୍ଲା, ସମ୍ବଲପୁର, କୁଚିଣ୍ଡା, ରେଢ଼ାଖୋଲ, ଯୁଜୁମୁରା, ସୋନପୁର, ବୀରମିତ୍ରପୁର ଠାରେ ସ୍ୱେଚ୍ଛାକୃତ ରାକ୍ତଦାନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ୧୨୩୨୫ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି ।

ଆଠଗଡ଼ରେ ଅନୁଷ୍ଠିତ ଶିବିରରେ ସର୍ବାଧିକ ୬୭୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା  ବେଳେ ଦ୍ୱିତୀୟ ସର୍ବାଧିକ ବ୍ରହ୍ମପୁରରେ ୬୧୬ ଓ ତୃତୀୟ ସର୍ବାଧିକ ରାଉରକେଲାରେ ୫୧୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ସେହିପରି କଟକ ଜିଲ୍ଲାରେ ସର୍ବାଧିକ ୧୫୩୪, ଦ୍ୱିତୀୟ ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରେ ୧୨୩୯ ୟୁନିଟ୍ ଓ ତୃତୀୟ ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ୧୧୯୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି ।

ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ୩୭୨ ଜଣ ରକ୍ତଦାତା ସ୍ୱେଚ୍ଛାରେ ରକ୍ତଦାନ କରିଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ପଟ୍ଟନାୟକ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ  ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଫୁଲ ଓ ସାର୍ଟିଫିକେଟ୍ ପ୍ରଦାନ କରି ଶୁଭେଚ୍ଛା ଜଣାଇବା ସହ ଉତ୍ସାହିତ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ଜରିଆରେ ବହୁ ସଂଖ୍ୟାରେ ଲୋକମାନେ ବିଶେଷକରି ଯୁବକ-ଯୁବତୀ, ଛାତ୍ରଛାତ୍ରୀ, ମହିଳା ସ୍ୱେଚ୍ଛାରେ ରକ୍ତଦାନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଥିବା ସ୍ନେହ ଓ ଶ୍ରଦ୍ଧାକୁ ସ୍ୱତଃସ୍ଫୂର୍ତ୍ତ ଭାବେ ପରିପ୍ରକାଶ କରିଛନ୍ତି ।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଜୀବନ ବନ୍ଦୁ ମୁଖ୍ୟ ସଂଯୋଜକ ଦେବାଶିଷ ସାମନ୍ତରାୟ, ବିଧାୟକ ସୁଶାନ୍ତ କୁମାର ରାଉତ, ପ୍ରଣବ କୁମାର ବଳବନ୍ତରାୟ, ସୌମ୍ୟରଞ୍ଜନ ପଟ୍ଟନାୟକ, ସାଂସଦ ଡ. ଅମର ପଟ୍ଟନାୟକ, ଦଳର ସାଧାରଣ ସଂପାଦକ ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ବିଜୟ କୁମାର ନାୟକ, ସଂଖ୍ୟାଲଘୁ ସେଲ୍ ସଭାପତି ମୁନ୍ନା ଖାଁ, ଛାତ୍ର ବିଜେଡି ସଭାପତି ରାଣାପ୍ରତାପ ପାତ୍ର, ଭୁବନେଶ୍ୱର ଜିଲ୍ଲା ବିଜେଡି ସଭାପତି ଅମରେଶ ଜେନା, ମହିଳା ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ, ସାଧାରଣ ସଂପାଦକ ପ୍ରକାଶ ଦାସ, ସଂପାଦକ ବିରଂଚି  ନାରାୟଣ ମହାସୁପକାର, ଜିଲ୍ଲା ଯୁବ ବିଜେଡି ସଭାପତି ଅମରଜିତ ସେନାପତି, ଛାତ୍ର ବିଜେଡି ସଭାପତି କଳ୍ପତରୁ ଓଝା ପ୍ରମୁଖ ରକ୍ତଦାତାଙ୍କୁ ଉତ୍ସାହିତ କରିଥିବା ବେଳେ ବହୁ ପୂର୍ବତନ କର୍ପୋରେଟର୍, ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳର ପ୍ରମୁଖ କାର୍ଯ୍ୟକର୍ତ୍ତା ଏହି ଶିବିରକୁ ପରିଚାଳନା କରିଥିଲେ ।

 

0
0
0
s2sdefault