ପାଇକମାଳର ୨୨ ପଂଚାୟତରେ ଏକାସାଙ୍ଗରେ ପାଳିତ ହେଲା ସ୍ୱଚ୍ଛତା ଅଭିଯାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ପାଇକମାଲ ବ୍ଲକ ର ବାଇଶ ଗୋଟି ଗ୍ରାମ ପଂଚାୟତର 125 ଗୋଟି ଗ୍ରାମର ବିଭିନ୍ନ ସ୍କୁଲ , ଅଙ୍ଗନବାଡି କେନ୍ଦ୍ର , ଡାକ୍ତରଖାନା ପରିସର , ପଞ୍ଚାୟତ ଅଫିସ , ଗାଁ ଦାଣ୍ଡ ଆଦି  ସ୍ଥାନରେ ସରକାରୀ କର୍ମଚାରୀ ଓ ସମସ୍ତ ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଙ୍କର ଦ୍ୱାରା  ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ପାଇକମାଲ ବ୍ଲକ ଅଫିସ ରେ ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଙ୍କର ନେତୃତ୍ୱରେ ଜିପିଓ  ଶ୍ରୀ ଭୀଷ୍ମଦେଵ ମାଝୀ , ଡ଼ବ୍ଲ୍ୟୁଇଓ ଶ୍ରୀ ଗୁରୁ ଚରଣ ଦାଶ, ଏଫଇଓ  ଶ୍ରୀ ରମେଶ ସେଠି , ଜେଇ  ଶ୍ରୀ ସାହେବ ପ୍ରଧାନ , ପ୍ରଭାତ ତ୍ରିପାଠୀ , ବିଳାସିନୀ ପ୍ରଧାନ, ବବିତା ପ୍ରଧାନ , ମୁରଲୀଧର ଗଡ଼ତିଆ, ପ୍ରମୁଖ ବ୍ଲକ ଅଫିସ ପରିସର ଓ ଷ୍ଟାଫ କଲୋନୀ ପରିସରକୁ ସଫା କରିଥିଲେ । ଏକାସାଙ୍ଗରେ ବିଭିନ୍ନ ଗ୍ରାମର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କର ଏହି ଭଳି ସଫେଇ ଅଭିଯାନକୁ ସବୁ ସ୍ତରରେ ବେଶ ପ୍ରସଂଶା କରାଯାଇଛି ।

0
0
0
s2sdefault