ହେଡଲାଇନସ୍:

ମାଗଣା ଚକ୍ଷୁ ଚିକିତ୍ସା ଶିବିର : ଚିକିତ୍ସିତ ହେଲେ ୧୫୦ ଲୋକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଗଲପୁର  (ସୁଶିଲ କୁମାର ବିଶ୍ବାଲ ):- ବଲାଙ୍ଗୀର ଜିଲ୍ଲା  ଆଗଲପୁର ବ୍ଳକ ଅନ୍ତର୍ଗତ ନଅଗାଁ  (କ)କଲ୍ୟାଣ ମଣ୍ଡପଠାରେ, କୋଶଲ୍ ପରିବାର  (ସମସ୍ୟା  ସମାଧାନ ଗ୍ରୁପ )ଆଗଲପୁର ଓ ତ୍ରିଲୋଚନ ନେତ୍ରାଲୟର ମିଲିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ମଙ୍ଗଳବାର ଦିନ  ଅନୁଷ୍ଠିତ ହୋଇଯାଇଛି  । ଉକ୍ତ ଶିବିରରେ ନଅଗାଁ ତଥା ଆଖପାଖ ଅଞ୍ଚଳର 150 ଜଣ ଲୋକ ଚିକିତ୍ସିତ ହୋଇଥିଲେ । ସେମାନଙ୍କ ମଧ୍ଯରୁ 15 ଚଷମା ପ୍ରଦାନ କରାଯାଇଥିଲା ଏବଂ 45 ଜଣଙ୍କୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇ ସମ୍ବଲପୁର ସ୍ଥିତ ତ୍ରିଲୋଚନ ନେତ୍ରାଲୟକୁ ପଠାଯାଇଛି । ତ୍ରିଲୋଚନ ନେତ୍ରାଲୟର ଡାକ୍ତର ସିନ୍ଧୁନନ୍ଦିନୀ ସାହୁଙ୍କ ନେତୃତ୍ଵରେ ଏକ ଦଶଜଣିଆ ଟିମ୍ ରୋଗୀଙ୍କର ପରୀକ୍ଷା ନିରୀକ୍ଷା  କରିଥିଲେ । କୋଶଲ ପରିବାର (ସମସ୍ୟା ସମାଧାନ ଗ୍ରୁପ )ର ପ୍ରମୁଖ ସଦସ୍ୟ  ସମାଜ ସେବୀ ବିଜୟ ଅଗ୍ରୱାଲ ଓ ଅରୁପା ପଧାନ  ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  । ତ୍ରିଲୋଚନ ନେତ୍ରାଲୟର ଟେକ୍ନିସିଆନ୍ ସୁଧାଂଶୁ, ସାବିତ୍ରୀ, ସିଦ୍ଧେଶ୍ଵର, ପ୍ରତିମା, ଅଜୟ, ବିକାଶ, ସୁଜିତ ଏବଂ କୋଶଲ ପରିବାର  (ସମସ୍ୟା ସମାଧାନ ଗ୍ରୁପ ) ର ମନୋଜ, ନିର୍ମଳ, ସୂର୍ଯ୍ୟ,ସଂଯୋଗ ଓ   ହିତାଂଶୁ ସହଯୋଗ କରିଥିଲେ ।

0
0
0
s2sdefault