ଗୁଣପୁର ପୋୖର ପରିଷଦ କାର୍ଯ୍ୟାଳୟରେ କିଏ ଅଧିସୂଚନା ଅଧିକାରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଗୁଣପୁର ରୁ ସିଦ୍ଧାର୍ଥ ଦାଶ - ଗୁଣପୁର ପୋୖର ପରିଷଦ କାର୍ଯ୍ୟାଳୟ ରେ କିଏ ଅଧିସୂଚନା ଅଧିକାରୀ ଭାବେ ରହିଛନ୍ତି ଏବଂ କାହାରିକୁ ଏହାର ଦାୟିତ୍ୱ ଦିଆଯାଇଛି ଏହା ସର୍ବସାଧାରଣ ରେ ସ୍ପଷ୍ଟ ହୋଇପାରୁନାହିଁ । କାର୍ଯ୍ୟାଳୟର କୌଣସି କର୍ମକାର୍ତ୍ତା ଙ୍କ ସିଟ ନିକଟରେ ଏନେଇ କୌଣସି ସୂଚନା ରହିନି କିମ୍ବା କିଏ ଏହି କାର୍ଯ୍ୟାଳୟର  ସୂଚନା ଅଧିକାରୀ ତାଙ୍କରି ବିବରଣୀ କିମ୍ବା ସୂଚନା ଫଳକ ପୋୖର କାର୍ଯ୍ୟାଳୟ ରେ ରହିନାହିଁ । ଫଳରେ ସୂଚନା ଅଧିକାର ଫର୍ମ ଦାଖଲ କରିବାକୁ ଯାଇ ଲୋକେ ଫେରି ବାକୁ ପଡୁଛି । ସହର ମଧ୍ୟରେ ରହିଥିବା ଏହି କାର୍ଯ୍ୟାଳୟକୁ ପତ୍ର ପଠାଇବା ନିମନ୍ତେ ଡାକ ସେବାର ସହାୟତା ନେଇ ଅଯଥା ଖର୍ଚ୍ଚାନ୍ତ ହେବାକୁ ପଡୁଥିବା ଅଭିଯୋଗ ହେଉଛି । ପୋୖର ନିର୍ବାହୀ ଅଧିକାରୀ ଙ୍କ ଏପରି ବେପାରୁଆ ମନୋଭାବ ଅଧିସୂଚନା ଆଇନ ପ୍ରତି ଅବମାନନା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ଏଥିପ୍ରତି ପୋୖର ପରିଷଦ ଅଧକ୍ଷ ଦୃଷ୍ଟି ଦେଇ ଆବେଦନକାରୀ ଙ୍କୁ ସୂଚନା ଯୋଗାଇବା ଦିଗରେ ପଦକ୍ଷେପ ନେବାକୁ ଦାବୀ ହେଉଛି ।

 

 

0
0
0
s2sdefault