ହେଡଲାଇନସ୍:

ଗୁଣପୁରରେ ପାଳିତ ହେଲା ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର/ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା ଗୁଣପୁର ଠାରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ନୂଆଁ ବସ୍ ଷ୍ଟାଣ୍ଡ ଛକ ନିକଟସ୍ଥ ମହା ମାନବ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ନିକଟରୁ ପୁରୁଣା ବସ୍ ଷ୍ଟାଣ୍ଡ ବାଘୁଆ ମନ୍ଦିର ନିକଟସ୍ତ ବିଜୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ବରିଷ୍ଠ ନାଗରିକ ଙ୍କ ଦୃତ ଚାଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହାକୁ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମ୍ରିତ୍ ଋତୁରାଜ ଓ ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ସମ୍ମିଳିତ ଭାବେ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏଥିରେ ଯୋଗ ଦେଇଥିବା ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରୁ ନୀଳମାଧବ ପାଢ଼ୀ ପ୍ରଥମ ସ୍ଥାନ , ରାମ ଚନ୍ଦ୍ର ସାବତ ଦ୍ବିତୀୟ ସ୍ଥାନ ଏବଂ ଏ ଭାନୁ ରାଓ ଓ ରାମା ରାଓ ତୃତୀୟ ସ୍ଥାନ ଅଧିକାର କରିଥିଲେ । 

ସମସ୍ତ ପ୍ରତିଯୋଗୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପହଞ୍ଚିବା ପରେ ପୌର ପରିଷଦ ପକ୍ଷରୁ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପୌର ପରିଷଦ ର ହୋମିଓପଥି ଚିକିତ୍ସକ ଗଣେଶ କୁମାର ପଣ୍ଡା ଙ୍କ ତତ୍ଵାବଧାନ ରେ ବରିଷ୍ଠ ନାଗରିକ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।  

ସ୍ଥାନୀୟ ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ କୁ ସୁଚନା ଓ ଲୋକ ସମ୍ପର୍କ ବିଭାଗ କର୍ମଚାରୀ ଅନନ୍ତ ପାତ୍ର ପରିଚାଳନା କରିଥିବା ବେଳେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ , ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ଯୋଗ ଦେଇଥିଲେ ।  କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟ ରେ ଅନୁଷ୍ଠିତ ସଭା ରେ ଅତିଥି ମାନେ ଯୋଗଦେଇ କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ ।

 

0
0
0
s2sdefault