ହେଡଲାଇନସ୍:

ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ସଂଶୋଧନ କଲା ଖଣି ମନ୍ତ୍ରଣାଳୟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଇସ୍ପାତ ଶିଳ୍ପକୁ କଂଚାମାଲ ଯୋଗାଣ ସୁନିଶ୍ଚିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ଉଦ୍ୟମ

 ସଂଶୋଧିତ ନିୟମନୁସାରେ ଖଣି ଲିଜକୁ  ଆଉ ଅଧିକ ଏକକାଳୀନ ୨୦ ବର୍ଷ ବଢାଇ ପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ/ଭୁବନେଶ୍ୱର – ଭାରତୀୟ ଇସ୍ପାତ୍ କ୍ଷେତ୍ରରେ କଂଚାମାଲର ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ମହତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ସରକାରୀ କମ୍ପାନୀ ଦ୍ୱାରା ଖଣି କାର୍ଯ୍ୟ ନିୟମରେ ଖଣି ମନ୍ତ୍ରଣାଳୟ ସଂଶୋଧନ କରିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ବଳରେ ଏହା ସମ୍ଭବ ହୋଇପାରିଛି ।

ସଂଶୋଧିତ ନିୟମନୁସାରେ ସରକାରୀ କମ୍ପାନୀ ଗୁଡିକୁ ମିଳିଥିବା ଖଣି ଲିଜ୍, ଯଦି ଖଣି କମ୍ପାନୀ ରାଜ୍ୟ ସରକାରଙ୍କୁ ଏସଂକ୍ରାନ୍ତରେ ଲିଜ୍ ସରିବାର ଅନ୍ତତଃ ବର୍ଷେ ପୂର୍ବରୁ ଲିଖିତ ଦରଖାସ୍ତ/ଆବେଦନ କରନ୍ତି ତେବେ ରାଜ୍ୟ ସରକାର ଖଣି ଲିଜ୍କୁ ଆଉ ଅଧିକ ଏକକାଳୀନ ୨୦ ବର୍ଷ ଘୁଂଚାଇ ପାରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ  ଯୋଶୀ ଉଭୟେ ଏହି ପ୍ରସଙ୍ଗରେ ପ୍ରଥମେ ହସ୍ତକ୍ଷେପ କରିଥିଲୋ

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଖଣି ମନ୍ତ୍ରଣାଳୟ ଦାୟିତ୍ୱ ନେବା ପରେ ଭାରତୀୟ ଇସ୍ପାତ୍ କ୍ଷେତ୍ରର କଂଚାମାଲର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ନିକଟରେ ଷ୍ଟିଲ୍ ଅଥୋରିଟି ଅଫ୍ ଇଣ୍ଡିଆ (ସେଲ୍) ନିଜ ଉତ୍ପାଦିତ  ଲୁହାପଥରର ୨୫ ପ୍ରତିଶତ ଘରୋଇ ବଜାରରେ ପ୍ରଦାନ କରିବା ପାଇଁ ଖଣି ମନ୍ତ୍ରଣାଳୟକୁ ଅନୁମତି ଦେଇଛି । ଖଣି ମନ୍ତ୍ରଣାଳୟର ଏହି ନିଷ୍ପତି ଦେଶର ଇସ୍ପାତ ଶିଳ୍ପର ବିକାଶ ପାଇଁ ଏକ ବଡ ପଦକ୍ଷେପ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏମ୍ଏମ୍ଡିଆର୍ ଆକ୍ଟ୍ ୧୯୫୭ ଅନୁସାରେ ୩୧.୦୩.୨୦୨୦ ସୁଦ୍ଧା ୩୧ଟି କାର୍ଯ୍ୟକ୍ଷମ ଖଣିର ଲିଜ୍ ଅବଧି ଶେଷ ହେବ । ନିକଟରେ ଖଣି ମନ୍ତ୍ରାଳୟ ଦ୍ୱାରା ପାରିତ କରାଯାଇଥିବା ଆଦେଶ ଭାରତୀୟ ଇସ୍ପାତ ଉଦ୍ୟୋଗର କଂଚାମାଲ ସୁରକ୍ଷାକୁ ସୁନିଶ୍ଚିତ କରିବ । ଏହାସହ ଏହି ନିଷ୍ପତି ବଜାରରେ କଂଚାମାଲର ମୂଲ୍ୟକୁ ସ୍ଥିର ରଖିବା ସହ ସେକେଣ୍ଡାରୀ ଇସ୍ପାତ୍ କ୍ଷେତ୍ରରେ ସୁପ୍ରଭାବ ପକାଇବ । 

0
0
0
s2sdefault