ହେଡଲାଇନସ୍:

ବିଜେପୁର ଉପନିର୍ବାଚନ : ସରିଲା ଯାଞ୍ଚ, ମଇଦାନରେ ପାଞ୍ଚ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ନାକଚ ହେଲା ଦୁଇ ସ୍ୱାଧୀନ ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର 

ବରଗଡ :- ବିଜେପୁର ଉପନିର୍ବାଚନ ପାଇଁ ଗତ କାଲି ସାତ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ଆଜି ନାମାଙ୍କନ ପତ୍ର ଜାଞ୍ଚ ପାଇଁ ଦିନ ନିର୍ଦ୍ଧାରିତ ଥିଲା । ପଦ୍ମପୁର ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଶ୍ରୀ ତନ୍ମୟ ଦରୁଆନ ଙ୍କର କାର୍ଯଳୟ ରେ ନାମଙ୍କନ ପତ୍ର ଜାଞ୍ଚ ହେବା ପରେ ଦୁଇ ପ୍ରାର୍ଥୀ ଯଥା ସମାଜବଡୀ ପାର୍ଟି ର ଗଙ୍ଗାଧର ପୂଜାରୀ ଓ ସ୍ୱାଧୀନ ପ୍ରାର୍ଥୀ ଡୋଲାମଣି ବେହେରା ଙ୍କର ନାମଙ୍କନ ଖାରଜ ହେଇ ଯାଇଛି । ବର୍ତମାନ 5 ଜଣ ବିଜୁ ଜନତା ଦଳର ରୀତା ସାହୁ , କଂଗ୍ରେସ ର ଦିଲୀପ ପଣ୍ଡା , ଭାରତୀୟ ଜନତା ପାର୍ଟି ର ସନତ ଗଡ଼ତିଆ , ଅଖିଳ ଭାରତୀୟ ହିନ୍ଦୁ ମହାସଭା ର ଅଶୋକ ମିତ୍ତଳ , ବୃନ୍ଦାବନ ପୁରୋହିତ ଙ୍କର ପ୍ରାର୍ଥୀ ପତ୍ର କାୟମ ରହିଛି । ଅଶାନ୍ତ ତିନି ତାରିଖ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପାଇଁ ତାରିଖ ନିର୍ଦ୍ଧାରିତ ହେଇଛି ।

0
0
0
s2sdefault