ସାତ ସନ୍ତାନର ମା ହେବା ଆଣିଲା ବିପଦ, ଅସିଦ୍ଧ ହେଲା ନିର୍ବାଚନ ଓ ପଦ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ (ଗଗନ ପ୍ରଧାନ): କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବିଜେଡି ବିଧାୟକ ସାଲୁଙ୍ଗା ପ୍ରଧାନଙ୍କୁ ଝଟକା ଲାଗିଛି । ଦାରିଙ୍ଗିବାଡି ବ୍ଲକ ଅଧ୍ୟକ୍ଷା ଥିବା ତାଙ୍କ ପତ୍ନୀ ସୁବେନ୍ତ୍ରୀ ପ୍ରଧାନଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲା ଦୌରାଜଜ ଗୌତମ ଶର୍ମା । ଅଭିଯୋଗକାରିଣୀ ରୁଦା ମଲ୍ଲିକଙ୍କ ଅଭିଯୋଗ ଉପାରେ ଆଗତ ହୋଇଥିଲା ମାମଲା । ସେ କୁଆଡେ 7ଟି ସନ୍ତାନଙ୍କ ଜନନୀ ବୋଲି ହୋଇଥିଲା ଅଭିଯୋଗ । ସାକ୍ଷା ପ୍ରମାଣକୁ ଆଧାର କରି  ମାନ୍ୟବର ଦୌରା ଜଜ ଏହି ରାୟ ଶୁଣାଇଥିବା ଜାଣିବାକୁ ମିଳିଛି । ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ କନ୍ଧମାଳ ଜିଲ୍ଲା ଦୌରା ଜଜ ରଦ୍ଧ କରିଛନ୍ତି।

୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ସମିତି ସଭ୍ୟ ଭାବେ ନିର୍ବାଚିତ ହେବା ପରେ ବ୍ଲକ ଅଧକ୍ଷା ଭାବେ ସୁବେନ୍ତି ପ୍ରଧାନ ନିର୍ବାଚିତ ହୋଇଥିଲେ । ତାଙ୍କଠୁ ପରାସ୍ତ ହୋଇଥିବା ବିରୋଧୀ ଦଳର ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ପକ୍ଷରୁ ଏନେଇ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟରେ ଚାଲିବା ପରେ ମଙ୍ଗଳବାର ଅର୍ଥାତ୍‌ ଆଜି ଏହି ମାମଲାର ଶୁଣାଣି ହୋଇଛି। ଜିଲ୍ଲା କୋର୍ଟ ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ରଦ୍ଧ କରି ଦେଇଛନ୍ତି ।

ସୂଚନାଯୋଗ୍ୟ, ଜି.ଉଦୟଗିରିର ନବନିର୍ବାଚିତ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ ହେଉଛନ୍ତି ସୁବେନ୍ତି ପ୍ରଧାନ। ତାଙ୍କର 1995 ପୂର୍ବରୁ 6ଟି ପିଲା ଜନ୍ମ ଗ୍ରହଣ କରି ଥିବା ବେଳେ 5-07-1996 ଅଉ ଏକ ସନ୍ତାନ ଜନ୍ମ ଗ୍ରହଣ କରିଥିବାର ତାଜୁଙ୍ଗିଆର ରୁଦା ମଲିକ ଅଭିଯୋଗ କରି ନିର୍ବାଚନ ମାମଲା 2/2017ରେ ଏକ ପିଟିସନ ଦୟାର କରି ଥିଲେ ।.ଏହାର ବିଚାର କରି କନ୍ଧମାଳ ଜ଼ିଲ୍ଲା ଦୌରା ଜଜ ରାୟ ପ୍ରକାଶ କରିଛନ୍ତି । ଅଧକ୍ଷା ସୂବେନ୍ତ୍ରୀ ପ୍ରଧାନଙ୍କ ବିରୋଧରେ 45(b)ରେ ମାମଲା ରୁଜୁ ହୋଇ ଥିବା ବେଳେ 45(v)ଧାରା ଅନୁସାରେ 7ଟି ପିଲା ଥିବା  ପ୍ରମାଣିତ ହୋଇ ଯାଇଥିବା ଯୋଗୁ ତାଙ୍କ ସଭ୍ୟ ପଦ ବିଚାରପତି ରଦ୍ଦ କରିଛନ୍ତି ବୋଲି ଅଭିଯୋଗ କାରିଣୀ ରୁଦା ମାଲିକଙ୍କ ଓକିଲ ସିଦ୍ଧେସ୍ୱର ଦାସ ସୂଚନା ଦେଇଛନ୍ତି.। ସୂଚନା ଥାଉ କି ସୂବେନ୍ତି ପ୍ରଧାନ ଶ୍ରାନିକେତା ଗ୍ରାମ ପଂଚାୟତର ସମିତି ସଭ୍ୟା ଭାବେ ବିଜୟୀ ହୋଇଥିବା ବେଳେ ରୁଦା ମଲିକ ତାଜୁଙ୍ଗିଆ ଗ୍ରାମ ପଂଚାୟତର ସମିତି ସଭ୍ୟା ଭାବେ ବିଜୟୀ ହୋଇ ଥିଲେ. ରୁଦା ମାଲିକଙ୍କ ଓକିଲ ଭାବେ ଆଇନଜୀବି ସିଧେସ୍ୱର ଦାସ ମକଦ୍ଧମା ଲଢୁଥିଲେ ।

0
0
0
s2sdefault