ହେଡଲାଇନସ୍:

୧୫ ବର୍ଷ ପରେ ଜେଲରୁ ମୁକୁଳିଲେ ସୁକୁଲୁ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମାଲକାନଗିରି ତା ୧୯/୧୧ ଜିଲ୍ଲା କାରାଗାରରେ ଆଜୀବନ କାରାଦଣ୍ଡ ରେ ଦଣ୍ଡିତ ପାଇଥିବା ଜଣେ କଏଦୀ କୁ ଦୀର୍ଘ ୧୫ ବର୍ଷ ପରେ ରିହା ମିଳିଥିବା ଜଣାପଡିଛି। ଏକ ହତ୍ୟା ମାମଲାରେ ମାଲକାନଗିରି ଜିଲ୍ଲା ଓ ଦୌରା ଜର୍ଜ ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଦେଇଥିଲେ । ଗତ 15 ବର୍ଷ ଧରି ମାଲକାନଗିରି ଜିଲ୍ଲା କାରାଗାରରେ ରହିବା ପରେ ତାଙ୍କ ଚାଲି ଚଳନ ଓ ଆଚାର ବ୍ୟବହାର ରେ ପରିବର୍ତ୍ତନ ଦେଖି ମାଲକାନଗିରି ଜିଲ୍ଲା ଓ ଦୌରା ଜର୍ଜ ଏବଂ ଆରକ୍ଷୀ ଅଧିକ୍ଷକ ତାଙ୍କୁ ଜେଲରୁ ରିହା କରିବା ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ । ରାଜ୍ୟ ସରକାର ତାଙ୍କର ରେକର୍ଡ ଦେଖି ରିହା କରିବା ଲାଗି ନିର୍ଦ୍ଦେଶ ଦେବା ପରେ ଆଜି ଜେଲରୁ ମୁକୁଳିଛନ୍ତି ସେ । ମାଲକାନଗିରି ଜିଲ୍ଲା ଟେମୁରପାଲି ପଞ୍ଚାୟତ ଅନ୍ତର୍ଗତ ଶର୍ଗୀଗୁଡା ଗ୍ରାମର ସୁକାଲୁ ଭୁମିଆ ୨୦୦୬ ମସିହାରେ ଯୁବକ ଅବସ୍ଥାରେ ଜେଲ ଯାଇଥିଲେ ହେଲେ ଆଜି ବୃଦ୍ଧ ଅବସ୍ଥାରେ ଜେଲରୁ ବାହାରିଛନ୍ତି । ସେତେ ବେଳେ ତାଙ୍କ ଝିଅ ଛୋଟ ଥିଲା ଭଲ ଭାବେ ବାପାଙ୍କୁ ଜାଣିନଥିଲା ଏବେ ସେ ବାହା ହୋଇ ସାରିଛନ୍ତି ତଥାପି ବାପାଙ୍କ ଜେଲରୁ ମୁକୁଳିବା ଖବର ପାଇ ଖୁସିରେ ଛୂଟି ଆସିଛନ୍ତି ଝିଅ ଓ ଜ୍ବାଇ । ଜେଲରୁ ମୁକ୍ତ ହେବା ବେଳର ଦୃଶ୍ୟ ଥିଲା ବେଶ ଭାବ ବିହ୍ଵଳ । ଜିଲ୍ଲା କାରାଗାର ଅଧିକ୍ଷକ ସୁକାଲୁଙ୍କୁ ଫୁଲ ମାଳ ପିନ୍ଧାଇ ଥିବା ବେଳେ ଜେଲର ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।

0
0
0
s2sdefault