ହେଡଲାଇନସ୍:

ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ କମିଟି ପକ୍ଷରୁ ଜିଲ୍ଲା ଶ୍ରମ କାର୍ଯ୍ୟଳୟ ଘେରାଉ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଘରୋଇ ଶିକ୍ଷାନୁଷ୍ଠାନରେ ପଢୁଥିବା ନିର୍ମାଣ ଶ୍ରମିକ ମାନଙ୍କ ପିଲା ମାନଙ୍କୁ ଶିକ୍ଷା ସହାୟତା ଦିଆ ନ ଯିବା ନିର୍ଦ୍ଦେଶନାମାର ପ୍ରତ୍ୟାହୃତ ଏବଂ ନିର୍ମାଣ ଶ୍ରମିକ ମାନଙ୍କୁ ସହାୟତା ରାଶି ପ୍ରଦାନରେ ଟାଳଟୁଳ ନିତି ବିରୁଦ୍ଧରେ ଓ ଅନ୍ୟାନ୍ୟ ଦାବିରେ ଗଜପତି ଜିଲ୍ଲା ନିର୍ମାଣ ଶ୍ରମିକ ୟୁନିଅନ ସମନ୍ବୟ କମିଟି ପକ୍ଷରୁ  ପାରଳାଖେମୁଣ୍ଡି ସ୍ଥିତ ଗଜପତି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ  ବିଭିନ୍ନ ଦାବୀ ଗୁଡିକୁ ନେଇ ବିକ୍ଷୋଭ ପ୍ରଦର୍ଶନ, ଘେରାଉ ଓ ଦାବୀ ପ୍ରଦାନ ପ୍ରଭୃତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

     ଏହି ଅବସରରେ କମିଟି ପକ୍ଷରୁ ଏକ ବିରାଟ ବିକ୍ଷୋଭ ଶୋଭାଯାତ୍ରାରେ ୫୦୦ ରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ଦାବୀ ସମ୍ପର୍କିତ ବିଭିନ୍ନ ସ୍ଲୋଗାନ ଦେଇ ପରିକ୍ରମା କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଠାରେ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଓଡିଶା କୋଠା-ବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଶ୍ରମ କମିଶନର ତଥା ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲା ଶ୍ରମ ଅଧିକାରୀ ସୁବାଷ ଚନ୍ଦ୍ର ମଣ୍ଡଳ ଙ୍କୁ ୧୦ ଦଫା ଦାବୀ ସମ୍ମିଳୀତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।    

     ୧୦ ଦଫା ଦାବୀ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ ପଞ୍ଜିକୃତ  ନିର୍ମାଣ ଶ୍ରମିକ ପିଲାମାନଙ୍କୁ ବୈଷୟିକ କଲେଜ ଓ ଅନ୍ୟାନ୍ୟ ଘରୋଇ କଲେଜରେ ନାମ ଲେଖାଇଲେ   ସେମାନେ ଶିକ୍ଷା ସହାୟତା ରାଶି ପାଇବେ ନାହିଁ ସମ୍ବନ୍ଧୀୟ ନିର୍ଦ୍ଦେଶନାମା ତୁରନ୍ତ ପ୍ରତ୍ୟାହାର କରାଯାଉ , ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ୧୦ ବର୍ଷିଆ ବାର୍ଷିକ ନବୀକରଣ ପ୍ରଥା ଉଚ୍ଛେଦ କରି ୫ ବର୍ଷିଆ ବାର୍ଷିକ ନବୀକରଣ କରାଯାଇ ସର୍ବନିମ୍ନ ୩ ହଜାର ଟଙ୍କା ପେନସନ ପ୍ରଦାନ କରାଯାଉ , ବୋର୍ଡର ନିର୍ଦ୍ଦେଶନାମାକୁ ଅବମାନନା କରି ବିଭିନ୍ନ ସାମଗ୍ରୀ କ୍ରୟ କରିଥିବା ଅଧିକାରୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯିବା ସହ ସେମାନଙ୍କ ଠାରୁ ପ୍ରାପ୍ୟ ଅର୍ଥ ଫେରାଇ ଅଣାଯାଉ, ଵ୍ୟାକଲଗ ଫର୍ମକୁ ଅପଲୋଡ଼ ପୁର୍ବରୁ ପଞ୍ଜିକରଣ ଧାରାରେ କରାଯାଉ ଏବଂ ସହାୟତ ରାଶି ଆବେଦନ ଫର୍ମକୁ ଅନଲାଇନ କରାଯାଇ ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ , ଜିଲ୍ଲାରେ ଆଦାୟ ହୋଇଥିବା ସେସ୍ ର ୮୦ ପ୍ରତିଶତ ସମ୍ପୃକ୍ତ ଜିଲ୍ଲାର ହିତାଧିକାରୀ ଦେୟ ପ୍ରଦାନ କରାଯାଉ ,ଗୃହ ନିର୍ମାଣ ସହାୟତା ରାଶି ପ୍ରଦାନରେ ଜଟିଳତା ନ କରି ସେଥିରେ ରଖାଯାଇଥିବା ନିର୍ଦ୍ଦେଶାବଳୀରେ ପରିବର୍ତ୍ତନ କରାଯାଉ , ନିର୍ଦ୍ଧିଷ୍ଟ ଭାବେ ଯାଗା ଚିହ୍ନଟ କରାଯାଇ ସେମାନଙ୍କୁ ଘର ଯୋଗାଇ ଦେବା ସହ ଅନୁରୂପ ଭାବେ ସହରାଞ୍ଚଳରେ ଗୃହ ନିର୍ମାଣ ସହାୟତା ରାଶି ପ୍ରଦାନ କରାଯାଉ , ନିର୍ମାଣ ବୋର୍ଡର ଆବଶ୍ୟକ ଭିତ୍ତିଭୂମି ଗଠନ କରିବା ସହ ଆବଶ୍ୟକ କର୍ମଚାରୀ ନିଯୁକ୍ତି କରାଯାଉ ପ୍ରଭୃତି ଦାବୀ ଗୁଡ଼ିକ ଅନ୍ତର୍ଭୁକ୍ତ ।

    ଏହି ବିକ୍ଷୋଭ ଓ ଘେରାଉ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ନିର୍ମାଣ ଶ୍ରମିକ ସମନ୍ବୟ କମିଟିର  ରାଜ୍ୟ ଆବାହକ ମହେନ୍ଦ୍ର ପରିଡା , ସତ୍ୟବାଦୀ ତ୍ରିପାଠୀ , ବି:ସମେଶ , ଚପଳା ନାୟକ ,  ପ୍ରଶାନ୍ତ କୁମାର ରାଉତ , ମାନସ ରଞ୍ଜନ ପ୍ରମୁଖ ଯୋଗ ଦେଇଥିଲେ ।

0
0
0
s2sdefault