ହେଡଲାଇନସ୍:

ଯୁବପିଢିଙ୍କ ବିନା ସହଯୋଗରେ ନୂଆ ଭାରତ କଳ୍ପନା ଅସମ୍ଭବ - ଧର୍ମେନ୍ଦ୍ର ପ୍ରଧାନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡରେ ଭାରତ ସ୍କାଉଟ ଏବଂ ଗାଇଡ୍ସ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ

ସୁନ୍ଦରଗଡ,(ହୋରଚାନ୍ଦ ଦେଉରିଆ)  –୨୦୩୦ ସୁଦ୍ଧା ଭାରତକୁ ବିଶ୍ୱର ୧ ନମ୍ବର ଦେଶ ବନାଇବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏ ଦିଗରେ ଯୁବକମାନଙ୍କୁ କାମ କରିବାର ଆବଶ୍ୟକତା ରହିଛି ବୋଲି ସୋମବାର ସୁନ୍ଦରଗଡ ଠାରେ ଭାରତ ସ୍କାଉଟ ଏବଂ ଗାଇଡ୍ସ ରାଷ୍ଟ୍ରୀୟ ମୁଖ୍ୟାଳୟ ତରଫରୁ ରୋଭର୍ସ ଓ ରେଞ୍ଜର୍ସଙ୍କ ପାଇଁ ଆୟୋଜିତ ହେଉଥିବା ଯୁବଫୋରମ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ବର୍ତମାନ ପ୍ରତିଟି କ୍ଷଣରେ ଲୋକମାନେ ଭବିଷ୍ୟତ କଥା ଚିନ୍ତା କରୁଛନ୍ତିା ତେବେ ଯୁବପିଢୀମାନେ ଏବେ ଭବିଷ୍ୟତକୁ ଦେଖି ନୂଆ ଭାରତ ଗଢିବାର କଳ୍ପନା କରିବା ଦରକାର । ଯୁବବର୍ଗ ହିଁ ଭାରତକୁ ବିଶ୍ୱର ଅଗ୍ରଣୀ ଦେଶ ଭାବେ ବନାଇବା ଦିଗରେ ଚିନ୍ତା କରିବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ଭଳି ଦୁଇଟି ବଡ ସହର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା । ସେସମୟରୁ ଆଜି ପର୍ଯ୍ୟନ୍ତ ଜାପାନ୍ ନିଜ ଦୃଢ ଇଚ୍ଛାଶକ୍ତି ଓ ନିଷ୍ପତି କାରଣରୁ ଏବେ ବିକଶିତ ରାଷ୍ଟ୍ର ଭାବେ ଉଭା ହୋଇପାରିଛି । ଜାପାନ ପାଖରେ ୧ ପ୍ରତିଶତ ଲୁହା ପଥର ନଥାଇ ମଧ୍ୟ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଗୁଡିକ ଠାରୁ କଂଚାମାଲ କିଣି ନିଜ ଦେଶରେ କମ୍ ମୂଲ୍ୟରେ  ଇସ୍ପାତ୍ ଉତ୍ପାଦ ତିଆରି କରି ବିକ୍ରି କରୁଛି । ଜାପାନର ଯୁବକଙ୍କ ଉଦ୍ୟମ ଯୋଗୁଁ ବିଶ୍ୱରେ ଏହା ଅଗ୍ରଣୀ ଦେଶ ହୋଇପାରିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ଅପରପକ୍ଷରେ ଅନେକ ଦିନ ଧରି ସଂଗ୍ରାମ କରିବା ପରେ ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଭାରତର ଭଲ ଅର୍ଥନୀତି ଥାଇ ସତ୍ୱେ ସଂପ୍ରତି ବିକଶିତ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିନାହିଁ । ଦେଶରେ ଖଣିଜ ସମ୍ବଳରେ ଭରପୁର ସୁନ୍ଦରଗଡ ଜିଲ୍ଲା ଓ ରାଉରକେଲା ଭଳି ଇସ୍ପାତ କାରଖାନା ଥାଇ ମଧ୍ୟ ଏଠାକାର ଇସ୍ପାତ୍ ଉତ୍ପାଦିତ  ଜିନିଷ ଜାପାନର ଇସ୍ପାତ୍ ଠାରୁ ଶସ୍ତା ମୂଲ୍ୟରେ ବିକ୍ରି ହୋଇପାରୁନାହିଁ । ଆଜିର ଦିନରେ ଏହି ପ୍ରସଙ୍ଗରେ ଯୁବପିଢୀଙ୍କୁ ଭାବିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । 

   ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମ,ବିଧାୟିକା କୁସୁମ ଟେଟେ, ବିଧାୟକ ଶଙ୍କର ଓରାମ   ପ୍ରମୁଖ ଉପସ୍ଥିତ ଥିଲେ |

0
0
0
s2sdefault