ହେଡଲାଇନସ୍:

ଧୁମଧାମରେ ପାଳିତ ହେଲା ସାଲିହା କ୍ରାନ୍ତି ଦିବସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡ଼ା,(ଅମିତ ପୁରୋହିତ) ସଦର ବ୍ଲକ ସାଲିହା ସହିଦ ସ୍ମୃତି ସ୍ତମ୍ଭ ନିକଟରେ ସାଲିହା କ୍ରାନ୍ତି ଦିବସ ଧୁମଧାମରେ ପାଳିତ ହୋଇ ଯାଇଛି । ବିଜେପି ବରିଷ୍ଠ  ନେତା ଖାମସିଂ ମାଝିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ ମହାସମୁନ୍ଦ ସାଂସଦ ଚୁନ୍ନିଲାଲ ସାହୁ, ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ପୂର୍ବତନ ରାଜ୍ୟ ସଭା ସାଂସଦ ଏଭି ସ୍ୱାମୀ, ବିଜେପି ରାଜ୍ୟ ଉପ ସଭାପତି ପ୍ରସନ୍ନ ପାଢୀ, ବିଜେପି ବରିଷ୍ଠ ନେତା ଇଂ ହୋମସିଂ ମାଝି, ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସମାଜସେବୀ ଧନିରାମ ସାହୁ, ବରିଷ୍ଠ  ଆଇନଜିବୀ ଚନ୍ଦ୍ରହାସ ସାହୁ, କେଶବାନନ୍ଦ  ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରଥମେ ପୁଲିସ ବିଭାଗ ପକ୍ଷରୁ ସହିଦଙ୍କ ଉଦ୍ଦେଶ୍ୟ ରେ ତୋପ୍ ସଲାମି ଦେଇ ସହିଦଙ୍କୁ ସମ୍ମାନ ଜଣାଇଥିଲେ । ପରେ ଅତିଥି ମାନେ ସାଲିହା ସ୍ମୃତି ସମ୍ଭରେ ପୂଜା ଅର୍ଚ୍ଚନା କରି ଅମର ସହିଦଙ୍କ ଆତ୍ମାର ସଦଗତି ନିମନ୍ତେ ସ୍ମୃତି ଉଚ୍ଚାରଣ କରିଥିଲେ । ସାଲିହା ସ୍କୁଲର ଛାତ୍ରୀ ମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ । ଭାରତ ମାତାଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରିଥିଲେ । ଭାରତ ସ୍ୱାଧିନତା ସଂଗ୍ରାମରେ ସାଲିହା ସଂଗ୍ରାମୀ ମାନଙ୍କ ବଳିଦାନ  ଚିର ସ୍ମରଣନୀୟ । ତାଙ୍କ ବଳିଦାନ ପାଇଁ ଆମେ ସ୍ୱାଧିନ ଭାରତର ନାଗରିକ । ଏହି ଆନେ୍ଦାଳନକୁ ଦମନ ପରେ ରାଜ୍ୟରେ ଇଂରେଜ ସରକାର ବିରୁଦ୍ଧରେ ଆନେ୍ଦାଳନ ଭୟାବହ ହୋଇ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଥିଲା । ଏବେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସଂଗ୍ରାମୀଙ୍କ ବଳିଦାନକୁ ଅଣଦେଖା କରୁଛି । ଆମେ ସଂଗ୍ରାମୀଙ୍କ ଦାୟାଦ ମାନେ ତାଙ୍କର ଇତିହାସକୁ ଉନ୍ମୋଚନ କରି ଲୋକ ଲୋଚନାକୁ ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରିବା ବୋଲି ମୁଖ୍ୟ ଅତିଥି ସାଂସଦ ଶ୍ରୀ ସାହୁ ଉଦ୍ବୋଧନ ଦେଇଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଛତିଶଗଡ ଓ ନୂଆପଡ଼ା ଜିଲ୍ଲାର କଳାକାର ମାନେ ସଂଗ୍ରାମୀଙ୍କ ସ୍ମୃତିରେ ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଆୟୋଜକ କମିଟି ସଭାପତି ଭୀମାରାମ ସାହୁ, ଉପ ସଭାପତି ଖୁମନଲାଲ ସାହୁ, ସମ୍ପାଦକ ମହେଶରାମ ସାହୁ, ସହ ସମ୍ପାଦକ କୁଲହରସିଂ ମାଝି, କୋଷାଧ୍ୟକ୍ଷ ଭୁବନଲାଲ ସାହୁ, ଉପଦେଷ୍ଟା ତେଜରାମ ଦେବାଙ୍ଗନ ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ସାଲିହା ସମେତ ଆଖପାଖ ଗାଁ ଲୋକେ ପରିଚାଳନାରେ ସହଯୋଗ କରିଥିଲେ । 

0
0
0
s2sdefault