ହେଡଲାଇନସ୍:

କଣ୍ଟାବାଞ୍ଜି ବୈଶୟିକ ମହାବିଦ୍ୟାଳୟରେ ଅଭିଭାବକ ଶିକ୍ଷକ ସଂଘ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ତୁରେକେଲା ସୁରେନ୍ଦ୍ର ତାଣ୍ଡି; କଣ୍ଟାବାଞ୍ଜି ବୈଶୟିକ ମହାବିଦ୍ୟାଳୟର ଡ଼ିଗ୍ରି ମହାବିଦ୍ୟାଳୟର ଭାରପ୍ରାପ୍ତ ପ୍ରିନସିପାଳ ଶ୍ରୀଯୁକ୍ତ ସତ୍ୟବ୍ରତ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅବିଭାବକ ଶିକ୍ଷକ ସଙ୍ଘ ବୈଠକ ଅନୁଷ୍ଠିତ ହୋଇଯାଇଛି ।ବୈଠକରେ ମହାବିଦ୍ୟାଳୟ ର ଅଧ୍ୟାପକ ଅଧ୍ୟାପିକ ଙ୍କ ସମେତ +3 ପ୍ରଥମ ବର୍ଷରେ ନାମଲେଖାଇଥିବା ଛାତ୍ରଛାତ୍ରୀ ମାନଙ୍କ ପିତାମାତା ତଥା ଅଭିଭାବକ ମନେ ଯୋଗ ଦେଇଥିଲେ l ସର୍ବପ୍ରଥମେ ଇଂରାଜୀ ବିଭାଗ ଅଧ୍ୟାପକ ଲୋହିତାକ୍ଷ ଯୋଶୀ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଆଜିର ସଭାର ଉଦ୍ଧେଶ୍ୟ  ଜ୍ଞାପନ କରିଥିଲେ । ସେ ଶିକ୍ଷକ, ଛାତ୍ରଛାତ୍ରି ଓ ଅଭିଭାବକ ଶିକ୍ଷାୟତନର ତିନୋଟି ସ୍ତମ୍ଭ ବୋଲି କହିଥିଲେ ଏଵଂ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅର୍ଥନୀତି ବିଭାଗ ଅଧ୍ୟାପକ ତୁଲେଶ୍ଵର ବେହେରା ଜ୍ଞାନ ଅର୍ଜନ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।ଜ୍ଞାନ ବିନା ହାସଲ କରାଯାଇଥିବା ସାର୍ଟିଫିକେଟ ଏକ କାଗଜ ଖଣ୍ଡ ବୋଲିକହିଥିଲେ। ନିଜନିଜ ପୁଅଝିଅ ମାନଙ୍କୁ ପ୍ରତ୍ୟେକଦିନ ବିଦ୍ୟାଳୟକୁ ପ୍ରେରଣ କରିବାକୁ ଆହ୍ଵାନ କରିଥିଲେ। +2 ର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ଦୀନବନ୍ଧୁ କର ମୋହଦୟ ସରକାରଙ୍କ ତରଫରୁ ନିଆଯାଇଥିବା ନୂତନ ପଦକ୍ଷେପ ଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ। ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ରୋହିତ କିଶୋର କୁମ୍ଭାର ଶିକ୍ଷ୍ୟାର୍ଥୀ ମାନଙ୍କ ବିକାଶ  ଉଭୟ ଅଭିଭାବକ ଓ ଶିକ୍ଷକଶିକ୍ଷୟତ୍ରୀ ମାନଙ୍କ ନିଷ୍ଠା ଉପରେ ନିର୍ଭରକରେ ବୋଲି ମତବ୍ୟକ୍ତ କରିଥିଲେ । ପିତାମାତା ଓ ଅଧ୍ୟାପକଅଧ୍ୟାପିକା ଉଭୟଙ୍କ ପ୍ରଚେଷ୍ଠାରେ ହିଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଏକଲବ୍ୟ,ଶ୍ରବଣ କୁମାର,ଗାନ୍ଧୀ,ଆମ୍ବେଦକର, ଅବ୍ଦୁଲକଳାମ ଙ୍କ ପରି ଗୁଣଗୁଡିକ ବିକାଶ କରାଯାଇପାରିବ।ହିନ୍ଦୀ ଅଧ୍ୟାପକ ଶ୍ରୀ  ଅଗ୍ରୱାଲ ତାଙ୍କ ସମୟର କଲେଜ ର  ଅନୁଭୁତ ବର୍ଣ୍ଣନା କରିଥିଲେ ଓ ନିଜ ପୁଅଝିଅ ର ଶିକ୍ଷାର ବିକାଶରେ କିପରି ପିତାମାତାଙ୍କ ଗୁରୁଦାୟିତ୍ୱ ରହିଛି ତାହା ଉପରେ ଆଲୋକପାତ କରିଥିଲେ । ଅଭିଭାବକ ମାନଙ୍କ ତରଫରୁ ମଧ୍ୟ ବହୁ ଗଠନ ମୂଳକ ପରାମର୍ଶ ଗୁଡିକ ପ୍ରଦାନ କରାଯାଇଥିଲା । ବିଶେଷ କରି ଶେଷଦେବ ପୁଟେଲ ଓ ଜଗନ୍ନାଥ ରାଓ ମହୋଦୟ ଶିକ୍ଷ୍ୟାର୍ଥୀର ବିକାଶ ନିମନ୍ତେ ଶିକ୍ଷକ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୁମିକା ତଥା ସରକାରଙ୍କ ଦାୟିତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ସରକାରଙ୍କ ତରଫରୁ ନିଆଯାଉଥିବା ନୂତନ ପଦକ୍ଷେପ କୁ  ସ୍ୱାଗତ କରିଥିଲେ ଏବଂ ଏଥିରେ ସମସ୍ତ ଅଭିଭାବକ  ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସତ୍ୟଵ୍ରତ ମିଶ୍ର 75 ପ୍ରତିଶତ ଉପସ୍ଥାନ, ପରୀକ୍ଷା ସମୟରେ ସିସିଟିଭି ର ପ୍ରଚଳନ ପ୍ରକଟୋରିଆଲ ଗ୍ରୁପ ଗଠନ, ସରକାରଙ୍କ 5ଟି ଇତ୍ୟାଦି ସମନ୍ଧରେ ପୁଙ୍ଗାନୁପୁଙ୍ଗ ଆଲୋଚନା କରିଥିଲେ ।ଅଭିଭାବକ ମାନଙ୍କ ଗଠନ ମୁଳକ ପରାମର୍ଶ ଗୁଡିକ ଗ୍ରହଣ କରି ଲାଗୁକରିବା ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ ତଥା ମହାବିଦ୍ୟାଳୟର ଉନ୍ନତ ପାଇଁ ସମସ୍ତେନିଷ୍ଠାର ସହିତ କାର୍ଯ୍ୟ  କରିବା ପାଇଁ ଆହ୍ଵାନ ଦେଇଥିଲେ । ପରିଶେଷରେ ଅର୍ଥନୀତି ବିଭାଗ ଅଧ୍ୟାପକ ଦେବେନ୍ଦ୍ର ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଓଡ଼ିଆ ବିଭାଗ ଅଧ୍ୟାପକ ଡଃ.ସଞ୍ଜୟ ମିଶ୍ର କହିଥିଲେ ଛାତ୍ରଛାତ୍ରୀ ହେଉଛନ୍ତି ଶିକ୍ଷାବ୍ୟବସ୍ଥାର କେନ୍ଦ୍ରବିନ୍ଦୁ ତେଣୁ ସେମାନଙ୍କର ଉନ୍ନତି ନିମନ୍ତେ ସମସ୍ତେ ପ୍ରୟାସ କରିବା ଉଚିତ।ଅଧ୍ୟାପିକା ପ୍ରଭାସିନୀ ରାଉତରାୟ,ନମିତା ମିଶ୍ର,ସବିତା ମହାପାତ୍ର, ଅଧ୍ୟାପକ ଯଶୋବନ୍ତ ନାରାୟଣ ମିଶ୍ର, ଅଧ୍ୟାପକ ଲକ୍ଷ୍ମଣ  ବେହେରା, ରାଜେଶ ମହାନ୍ତି ,ବିଜୟ ରଞ୍ଜନ କର୍ମୀ, ଖେଳ ଶିକ୍ଷକ ଧନଞୟ  ପ୍ରଧାନ, ଅଧ୍ୟାପିକା ଦୀପିକା ମିଶ୍ର,  ଅର୍ଣୁପୂର୍ଣା ପଣ୍ଡା, ପ୍ରଭୁତି ମଧ୍ୟ  ସଭାରେ ଉପସ୍ଥିତ ଥିଲେ ।

0
0
0
s2sdefault