ହେଡଲାଇନସ୍:

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନା ଶିବିର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏସିଡ ଆକ୍ରମଣ ସମ୍ପର୍କିତ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।

      ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା-ଜଜ ଶ୍ରୀ ବିଶ୍ବଜିତ ଦାସ ଏଥିରେ ଯୋଗଦେଇ ଏସିଡ ପୀଡିତାଙ୍କ ପାଈଁ ରହିଥିବା ଆଇନ ଓ ସେମାନଙ୍କ ଥଇଥାନ ଉପରେ ବୁଝାଇଥିଲେ ।

 ପ୍ରାଧିକରଣର ସମ୍ପାଦିକା ଦୀପା ଦାସ ଯୋଗଦେଇ ଏସିଡ ଆକ୍ରମଣରେ ପିଡ଼ୀତାଙ୍କ ପାଇଁ ରହିଥିବା କ୍ଷତିପୂରଣ ରାଶି ଓ ଆଇନର ବିଭିନ୍ନ ଦିଗ ଉପରେ କହି ପ୍ରାଧିକରଣ ପକ୍ଷରୁ ଏସିଡ ପିଡ଼ୀତାଙ୍କୁ କିଭଳି ସବୁ ସହାୟତା କରାଯିବା ବ୍ୟବସ୍ଥା ରହିଛି ସେ ସମ୍ପର୍କରେ କହିଥିଲେ । 

ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣ ପକ୍ଷରୁ ରହିଥିବା ବିଭିନ୍ନ ମୁକ୍ତ ଆଇନ ସେବା କିଭଳି ଉପଲବ୍ଧ ହୋଇପାରିବ ସେ ସମ୍ପର୍କରେ ଅନ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ  ବୁଝାଇ ସଚେତନ କରାଇଥିଲେ ।  ଅନ୍ୟ ପକ୍ଷରେ ଶିଶୁ କନ୍ୟାର ମହତ୍ତ୍ୱ , ଲିଙ୍ଗ ନିରୂପଣ ଓ କନ୍ୟା ଭୃଣହତ୍ୟା ପାଇଁ ରହିଥିବା ବିଭିନ୍ନ ଆଇନ ଗୁଡ଼ିକ ଉପରେ  ମଧ୍ୟ କହି ସଚେତନ କରାଇଥିଲେ।

    ଅନ୍ୟ ମାନଙ୍କ ମଧ୍ୟରେ ଜେଏମଏଫସି ଅଙ୍କୀତା ଗୁରୁ , ରେଜିଷ୍ଟ୍ରାର ଶୁଭଶ୍ରୀ ପ୍ରଧାନ , ସବ-ଜଜ ବ୍ୟୋମକେଶ ନାୟକ , ଏସଡିଜେଏମ ଚନ୍ଦ୍ରହାସ୍ ବେହେରା ,ହୀରାଚାନ୍ଦ ପଟ୍ଟନାୟକ, ଜେଏମଏଫସି ସୁମିତା ଦାସ , ଏସଡିପିଓ ଠାକୁର ପ୍ରସାଦ ପାତ୍ର , ପାରଳାଖେମୁଣ୍ଡି ଥାନା ଅଧିକାରୀ  ବିବେକାନନ୍ଦ ସ୍ବାଇଁ , ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ସଂଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

     ସମସ୍ତ କାର୍ଯ୍ୟକ୍ରମକୁ  ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଭଜମନ ବେହେରା , ବିଜ୍ଞାନ ବିଭାଗର ଅଧ୍ୟାପକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଏବଂ ଭୂଗୋଳ ବିଭାଗର ଇନ୍ଦୁ ଭୂଷଣ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

0
0
0
s2sdefault