ହେଡଲାଇନସ୍:

ସମସ୍ୟା ଘେରରେ ଗିରିଶ୍‌ଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ, ଶିକ୍ଷକ ନାହାନ୍ତି କି ଖେଳ ପଡ଼ିଆ ନାହିଁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମସ୍ୟା ଘେରରେ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଗିରିଶ୍‌ଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ । ୧୯୪୨ରେ ସ୍ଥାପନ ହୋଇଥିବା ଏହି ସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏ ପାଠ ପଢା ହେଉଛି । ମାତ୍ର ଏଠାରେ ଶିକ୍ଷକଙ୍କ ଅଭାବ ଲାଗି ରହିଥିବା ବେଳେ କିରାଣୀ ମଧ୍ୟ ନାହାନ୍ତି । ସେହିପରି ସେବାଶ୍ରମ ସ୍କୁଲରେ କମ୍ପ୍ୟୁଟର ଓ କମ୍ପ୍ୟୁଟର ଶିକ୍ଷକ ରହିବାର ନିୟମ ଥିଲେ ମଧ୍ୟ ଏଠାରେ କମ୍ପୁଟର ଶିକ୍ଷକ ନାହାନ୍ତି । ଏପରିକି ଖେଳ ପଡିଆ ମଧ୍ୟ ନାହିଁ । ଏନେଇ ଜିଲ୍ଲା ଡିଡବ୍ଲ୍ୟୁଓଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ।

ସୂଚନା ଅନୁଯାୟୀ, ଗିରିଶ୍ଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟ ,ଅନୁସୁଚିତ ଜନଜାତି ଓ ଜାତି ବିଭାଗ, ୨୦ ଫେବ୍ରୁୟାରୀ ୧୯୪୨ ମସିହାରେ ସ୍ଥାପନା ହୋଇଥିଲା । ଏହି ସ୍କୁଲରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ପ୍ରଥମରୁ ଦଶମ ଶ୍ରେଣୀ ପର୍ୟ୍ୟନ୍ତ ୪୭୬ ପିଲା ଏହି ସ୍କୁଲରେ ପାଠ ପଢନ୍ତି । ୩୫ ଜଣ ପିଲାରେ ଜଣେ ଶିକ୍ଷକ ରହିବାର ନିୟମ ଅନୁଯାୟୀ ଏହି ସ୍କୁଲରେ ୧୫ ଜଣ ଶିକ୍ଷକ ଆବଶ୍ୟକ । କିନ୍ତୁ ସ୍କୁଲରେ ପ୍ରଧାନ ଶିକ୍ଷକଙ୍କୁ ମିଶାଇ ମାତ୍ର ୭ଜଣ ଶିକ୍ଷକ ୪୭୬ ଜଣ ପିଲାମାନଙ୍କୁ ପାଠ ପଢାଉଛନ୍ତି । ଫଳରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ତା’ ସାଙ୍ଗକୁ ସ୍କୁଲ କାର୍ୟ୍ୟ କରିବା ପାଇଁ କିରାଣୀ ମଧ୍ୟ ନାହାଁନ୍ତି । ସବୁ ସେବାଶ୍ରମ ସ୍କୁଲରେ କମ୍ପ୍ୟୁଟର ସହିତ କମ୍ପୁଟର ଶିକ୍ଷକ ରହିବା ନିୟମ ଥିଲେ ମଧ୍ୟ ଏହି ସ୍କୁଲରେ କମ୍ପୁଟର ଶିକ୍ଷକ ନାହାଁନ୍ତି । ଏମିତିକି ପିଲାଙ୍କ ଖେଳିବା ପାଇଁ ଖେଳ ପଡିଆ ମଧ୍ୟ ନାହିଁ । ଛାତ୍ରାବାସ ଚାରିପଟେ ପାଚେରୀ ମଧ୍ୟ ନାହିଁ । ଏହି ସମସ୍ୟା ଡିଡବ୍ଲ୍ୟୁଓ ସମ୍ବଲପୁରଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଆଜି ପର୍ୟ୍ୟନ୍ତ କୌଣସି ସମସ୍ୟାର ସମାଧାନ ହୋଇପାରିନାହିଁ ।

0
0
0
s2sdefault