ହେଡଲାଇନସ୍:

କେନ୍ଦ୍ରାପଡ଼ା ପୌରପରିଷଦର ୧୫୦ତମ ବାର୍ଷିକୀ: କେନ୍ଦ୍ରାପଡ଼ା ସହରର ସୌନ୍ଦର୍ଯ୍ୟକରଣ କରାଯିବ : ପ୍ରତାପ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର: ୧୮୬୯ରେ ସ୍ଥାପିତ ଓଡ଼ିଶାର ସର୍ବପୁରାତନ କେନ୍ଦ୍ରାପଡ଼ା ପୌରପରିଷଦ ଆଗାମୀ ବର୍ଷ ୧୫୦ତମ ବାର୍ଷିକୀ ପାଳନ କରିବା ଏହି ଅବସରରେ କେନ୍ଦ୍ରାପଡ଼ା ସହରର ସୌନ୍ଦର୍ଯ୍ୟକରଣକୁ ଗୁରୁତ୍ୱଦେଇ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ ବୋଲି ଲୋକସେବା ଭବନଠାରେ ଏକ ବୈଠକରେ ଅଧ୍ୟକ୍ଷତା କରି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତିା ପରିମଳ ସୁଧାର ପାଇଁ ଡ୍ରେନେଜ୍ ବ୍ୟବସ୍ଥା ସୁଦୃଢ଼ୀକରଣ କରିବା ସହ ଏଲ୍ଇଡି ମାଧ୍ୟମରେ ସମଗ୍ର ସହରର ରାସ୍ତା ଆଲୋକୀକରଣ, ନୂତନ ବସଷ୍ଟାଣ୍ଡ, ସ୍ମାର୍ଟ ପାର୍କ, ପୌରପରିଷଦର ନୂତନ କାର୍ଯ୍ୟାଳୟ ଏବଂ ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ପ୍ରତ୍ୟେକଙ୍କ ଘରକୁ ପାଇପ ସଂଯୋଗ କରାଯିବ ବୋଲି ବୈଠକରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତିା ଉନ୍ନୟନମୂଳକ କାର୍ଯ୍ୟପାଇଁ ସଂପୃକ୍ତ ଅନ୍ୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି କେନ୍ଦ୍ରାପଡ଼ା ସହରର ବିକାଶ ପାଇଁ ଏକ ସ୍ୱତନ୍ତ୍ର ବୈଠକ ଡକାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲାା

ବୈଠକରୁ ଜଣାପଡ଼ିଛି ଯେ, କେନ୍ଦ୍ରାପଡ଼ା ପୌରପରିଷଦର ୧୫୦ତମ ପୂର୍ତ୍ତି ଉତ୍ସବ ୭ ଦିନ ଧରି ପାଳନ କରାଯିବା ଏହି ବୈଠକରେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀ ଶଶିଭୂଷଣ ବେହେରା, ରାଜନଗର ବିଧାୟକ ଶ୍ରୀ ଧ୍ରୁବ ସାହୁ, ପୌର ପ୍ରଶାସନ ନିର୍ଦ୍ଦେଶକ ଶ୍ରୀ ସଂଗ୍ରାମଜିତ ନାୟକ, କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା, ପିଡ଼ିଡିଆର୍ଡିଏ ଶ୍ରୀ ଦିଲ୍ଲୀପ ପରିଡ଼ା, ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ମହାପାତ୍ର ଓ ପୌରପରିଷଦ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ 

0
0
0
s2sdefault