ହେଡଲାଇନସ୍:

ଅଭିରାମଙ୍କ ମୁହଁରେ ଫୁଟିଲା ହସ : ପାଇଲେ ଭତ୍ତା, ଖୁବ ଶୀଘ୍ର ମିଳିବ ଆବାସ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ତୁରେକେଲା/ ସୁରେନ୍ଦ୍ର ତାଣ୍ଡି : ଆଜି ଅଭିରାମଙ୍କ ମୁହଁରେ ଆନନ୍ଦର ଛାପ | ମିଳିଛି କିଛିଟା ଆଶ୍ବସ୍ତି | ଆଜି ଏତେଦିନ ପରେ ଭତ୍ତା ମିଳିଲା, ଆଉ ମିଳିଛି ଘର ଖଣ୍ଡେ ମିଳିବାର ପ୍ରତିଶ୍ରୁତି | ପ୍ରଶାସନ ଆଉ ହିତାଧିକାରୀଙ୍କ ଭିତରେ ସେତୁ ହେବାର ଉଦ୍ୟମ ମାରିଥିଲା  "ଶାସକ ପ୍ରଶାସକ" | ବ୍ୟବସ୍ଥା ଠାରୁ ନ୍ୟାୟ ପାଇବା ଆଶାରେ ଚାହିଁରହିଥିବା  ଅଭିରାମଙ୍କ ସହ ସାଥ ଦେଇଥିଲା "ଶାସକ ପ୍ରଶାସକ" | ଆଉ ଠିକଣା ଜାଗାରେ ପହଁଚିଲା ସ୍ୱର ଅଭିରାମଙ୍କର | ଖୋଦ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ହୋଇଥିଲା ହସ୍ତକ୍ଷେପ | ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ନିର୍ଦ୍ଦେଶ ପରେ  ପ୍ରଶାସନ ତାଙ୍କ ଦୈନ୍ୟତା ଅନୁଭବ କରି ଅଭିରାମଙ୍କ ନିକଟରେ ପହଂଚି ତାଙ୍କୁ ଯୋଗାଇ ଦେଇଛନ୍ତି ସହାୟତା | ଆଉ ଦେଖିବାକୁ ମିଳିଛି ୫-ଟି ର ପ୍ରଭାବ |

ଅଭିରାମଙ୍କ ମୁହଁରେ ହସ ଫୁଟାଇଥିବା ପାଇଁ ଉଦ୍ୟମ ଆଁକୁମ୍ଭ କରିଥିଲା ଶାସକ ପ୍ରଶାସକ | ଶାସକ ପ୍ରଶାସକର ସାଥ ଦେଇଥିଲେ ବରଗଡ ଜିଲ୍ଲା ବିଜେପୁର ବ୍ଲକର ଜଣେ ସାମାଜିକ କର୍ମୀ ଦିବସ କୁମାର ସାହୁ  |  ଅଭିରାମଙ୍କ ସମ୍ପର୍କରେ ଶାସକ ପ୍ରଶାସକ ନ୍ୟୁଜ ପୋର୍ଟାଲରେ ଗତ 22 ସେପ୍ଟେମ୍ବର ଦିନ ପ୍ରସାରିତ  "71 ବର୍ଷରେ ମିଳିନି ଭତ୍ତା, ଆଉ କଣ ମିଳିବ ତୁଟିଲେ ନିଃଶ୍ୱାସ " ଖବରକୁ ଆଧାର କରି  ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ସମେତ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତଥା ବଲାଙ୍ଗୀର ଜିଲ୍ଲାପାଳଙ୍କୁ ଟୁଇଟ କରି ତୁରନ୍ତ ଭତ୍ତା ଏବଂ ପକ୍କାଗୃହ ପ୍ରଦାନ କରିବାକୁ ବିନମ୍ର ଅନୁରୋଧ କରିଥିଲେ ସହାୟତା ପାଇଁ ଅନୁରୋଧ କରିଥିଲେ  | ଆଉ ଏହାପରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ପ୍ରକାଶ ପାଇଥିଲା ତତ୍ପରତା | ଆଉ ମାତ୍ର ପାଞ୍ଚଦିନ ଭିତରେ ମିଳିଥିଲା ଫଳ |  ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜିଲ୍ଲା ପ୍ରଶାସନକୁ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଆସିବା ପରେ ତୁରେକେଲା ବ୍ଲକ ପ୍ରଶାସନ ଚେଇଁବା ସହ ତୁରେକେଲା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଙ୍କ ସଂଗେ ବ୍ଲକ ର ଅନ୍ୟ ଜଣେ କର୍ମଚାରୀ  ଅଭିରାମ ଗଏଁତାଙ୍କ ଘରକୁ ଯାଇ ଯୁଦ୍ଧକାଳୀନ ଭିତ୍ତିରେ ତାଙ୍କୁ ମଧୁବାବୁ ପେନ୍ସନ ଯୋଜନାରେ ଭତ୍ତା କାର୍ଡ ପ୍ରଦାନ କରିବା ସହ ସେପ୍ଟେମ୍ବର ମାସର ଭତ୍ତା ବାବଦରେ ପାଞ୍ଚଶହ ଟଙ୍କା ଭତ୍ତା ପ୍ରଦାନ କରିଥିଲେ |   ଘର ମଧ୍ୟ ନିକଟ ଭବିଷ୍ୟତରେ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ଜିଲ୍ଲା ପ୍ରଶାସନ .| 

ଏହା ଫଳରେ ଅଭିରାମଙ୍କ  ଦୀର୍ଘ 10 ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଥିଲା ଏବଂ ସେ ବହୁତ ଖୁସି ଅନୁଭବ କରିଥିଲେ | ବ୍ଲକ ପ୍ରଶାସନ ଠାରୁ ଭତ୍ତା ପାଇବା ପରେ  ଖୁସିରେ ହୃଦୟର ସହିତ ଆମ ଶାସକ ପ୍ରଶାସକ ପ୍ରତିନିଧି, ସାମାଜିକ କର୍ମୀ, ବ୍ଲକ ପ୍ରଶାସକ ଏବଂ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ ଅଭିରାମ | 

0
0
0
s2sdefault