ହେଡଲାଇନସ୍:

"ସାମିୟାନା ମେଳା ଅଭିଯାନ"  ଅକ୍ଟୋବର ୪ ତାରିଖରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି /ବାଳକୃଷ୍ଣ  ପାଣିଗ୍ରାହୀ :  ଆସନ୍ତା  ଅକ୍ଟୋବର ମାସ ୪ ତାରିଖ ଦିନ ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ (ଆନ୍ଧ୍ର-ବ୍ୟାଙ୍କ) ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ "ସାମିୟାନା ମେଳା ଅଭିଯାନ" କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଏଥିପାଇଁ  ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

    କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ନିର୍ଦ୍ଦେଶ କ୍ରମେ ଏହି ସାମିୟାନା ମେଳା ଆୟୋଜନ କରାଯାଉଛି । ମୁଖ୍ୟତଃ ଏହି ମେଳାରେ  ବ୍ୟାଙ୍କ ମାନଙ୍କର ଗ୍ରାହକ ମାନଙ୍କୁ ବିଭିନ୍ନ ପ୍ରକାରର ରୄଣ ଯଥା:ରାମ କ୍ରେଡିଟ , ଏସଏଚଜି , ପିଏମଜେଡିୱାଇରେ ଏକାଉଣ୍ଟ ରେ ଓଡି , ଡିଆରଆଇ ରୁଣ , କ୍ଲିନ ରୁଣ , ଗାଡି ରୁଣ , ମୁଦ୍ରାରୁତ,ଓ  ଗୃହରୁଣ, ଏମଏସଏମଇ ପ୍ରଭୃତି ରୁଣ ଦିଆଯିବା ବ୍ୟବସ୍ଥା ରହିଛି ।

    ପ୍ରଥମ ପର୍ଯ୍ୟାୟରେ ସମଗ୍ର ଦେଶର ୨୫୦ ଟି ଜିଲ୍ଲାରେ ଆସନ୍ତା ୩/୧୦/୧୯ ରୁ ୭/୧୦/୧୯ ପର୍ଯ୍ୟନ୍ତ ୫ ଦିନ ବ୍ୟାପି ଏହି ସାମିୟାନା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ  ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଏହି ମେଳା ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ବିଜୁ କଲ୍ୟାଣ ମଣ୍ଡପ ଠାରେ  ଅନୁଷ୍ଠିତ ହେବ ।

   ଏହି ମେଳାରେ ମୁଖ୍ୟତଃ ପବ୍ଲିକ୍ ସେକ୍ଟର ବ୍ୟାଙ୍କ , ନନ ବ୍ୟାଂକିଙ୍ଗ ଫାଇନାନ୍ସ କର୍ପୋରେସନ , ମାଇକ୍ର ଫାଇନାନ୍ସ ଇନଷ୍ଠୀଚ୍ୟୁସନ , ସିଡିବି , ଏବଂ ପ୍ରାଇଭେଟ ସେକ୍ଟର ବ୍ୟାଙ୍କ ମାନେ ଏହି ମେଳାରେ ଅଂଶ ଗ୍ରହଣ କରି ବହୁଳ ଭାବରେ ରୁଣ ମଞ୍ଜୁର କରିବେ ।  ବିଭିନ୍ନ ବ୍ୟାଙ୍କ ଗ୍ରାହକ ମାନେ ଏହି ମେଳାରେ ବହୁ ସଂଖ୍ୟାରେ ଆସି  ବିଭିନ୍ନ  କ୍ଷେତ୍ରରେ ରୁଣ ନେବା ସହ ନିଜର  ବ୍ୟାଙ୍କ ସମ୍ବନ୍ଧୀୟ  ମନରେ ରହିଥିବା ବିଭିନ୍ନ  ସନ୍ଦେହ କୁ ଦୁରିଭୁତ କରି ପାରିବେ ।

   ଏହି ମେଳାର ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର  କିଶୋର ଚନ୍ଦ୍ର ନାୟକ ପରିଚାଳନା କରିବାକୁ ଥିବା ବେଳେ ଏଠି ଜିଲ୍ଲା ନାବାର୍ଡ ବ୍ୟାଙ୍କ ଏଜିଏମ: ସୁଦ୍ୟୋମ୍ନ ପାଲ ସହଯୋଗ କରିବେ ବୋଲି ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ  ପକ୍ଷରୁ ଜଣା ଯାଇଛି ।

 

0
0
0
s2sdefault