ହେଡଲାଇନସ୍:

ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ "ସ୍ୱଚ୍ଛ ଭାରତ ମିଶନ" କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :    ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ  ଜିଲ୍ଲା ଶିକ୍ଷାରେ ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ପକ୍ଷରୁ "ସ୍ୱଚ୍ଛ ଭାରତ ମିଶନ" ଓ ସ୍ୱଚ୍ଛତା ହିଁ ସେବା" କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।

      ଏହି ଅବସରରେ ପ୍ରତିଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ପ୍ରସାଦ ନାୟକଙ୍କ ନେତୃତ୍ୱରେ ପ୍ରତିଷ୍ଠାନର ଶତାଧିକ ଛାତ୍ରଛାତ୍ରୀ ସ୍ୱଚ୍ଛତା ଉପରେ  ବିଭିନ୍ନ ସଚେତନତା ମୂଳକ ପ୍ଲା-କାର୍ଡ ଗୁଡ଼ିକ ଧରି  ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଲୋକ ମାନଙ୍କୁ ସଚେତନ କରାଇଥିଲେ ।

     ପରେ ପ୍ରତିଷ୍ଠାନ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରତିଷ୍ଠାନର ଅଧ୍ୟକ୍ଷା ଅପର୍ଣ୍ଣା ମିଶ୍ର ଅଧ୍ୟକ୍ଷତା କରି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରକୁ ସମ୍ପୁର୍ଣ୍ଣ ଭାବେ ବର୍ଜନ କରିବା ସହ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ସୁସ୍ଥ ସମାଜ ଓ ଦେଶ ଗଠନରେ ସହାୟକ ହେବାକୁ ଆହ୍ବାନ କରିଥିଲେ ।

    ଅନ୍ୟ ମାନଙ୍କ ମଧ୍ୟରେ  ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ଡାକ୍ତର ମୁର୍ମୁ , ମମତା ଜେନା , ମନୋଜ କୁମାର ଗମାଙ୍ଗ , ସୁଚିସ୍ମିତା ବଳ , ତ୍ରିଲୋଚନ ମହାଲିକ , ସନ୍ତୋସି ଦେବୀ , ପ୍ରସାଦ ନାୟକ ଏବଂ ଧନଞ୍ଜୟ ପାତ୍ର ପ୍ରମୁଖ  ଶିକ୍ଷକ ଓ ପ୍ରଶିକ୍ଷକ ମାନେ ଯୋଗଦେଇ ସ୍ୱଚ୍ଛ ଭାରତ ମିଶନର ଆଭିମୁଖ୍ୟ ଉପରେ କହି ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାରର ଅପକାରିତା ଓ ଉପକାରିତା , ପରିବେଶ ଚତୁଃପାଶ୍ୱ ସଫା ରଖିବା , ବାହ୍ୟ ମଳତ୍ୟାଗ ନ କରି ପାଇଖାନା ବ୍ୟବହାର କରିବା , ନିରୋଗ ଜୀବନଯାପନ କରି ସୁସ୍ଥ ସମାଜ ଓ ସୁସ୍ଥ ଦେଶ ଗଠନରେ ସହାୟକ ହେବା ଉପରେ ସଚେତନ କରାଇଥିଲେ ।

    ପରେ  ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱଚ୍ଛତା ହିଁ ସେବା ଓ ଅନ୍ୟାନ୍ୟ ଦିଗରେ ସବୁବେଳେ ସ୍ୱଛ୍ୱତା ଅବଲମ୍ବନ କରିବା ପାଇଁ ସଂକଳ୍ପ ନେବାକୁ ଶପଥ ପାଠ କରା ଯାଇଥିଲା ।

   ଶେଷରେ ଛାତ୍ରଛାତ୍ରୀ ମାନଙ୍କ ସମେତ ପ୍ରତିଷ୍ଠାନର ଅଧ୍ୟକ୍ଷା ଓ ପ୍ରଶିକ୍ଷକ ଓ ଶିକ୍ଷକ ମାନେ ପ୍ରତିଷ୍ଠାନ  ପରିସରରେ ସଫେଇ କାର୍ଯ୍ୟ କରିଥିଲେ।

0
0
0
s2sdefault