ହେଡଲାଇନସ୍:

ଜୟଜଗନ୍ନାଥ ୟୁଥ ଆସୋସିଏସନ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

User Rating: 2 / 5

Star ActiveStar ActiveStar InactiveStar InactiveStar Inactive
 

(ଆଠମଲ୍ଲିକ /ସନ୍ତୋଷ ମେହେର ): ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ପଞ୍ଚାୟତ କାଦପଡା ଗ୍ରାମର  ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ କିଆକଟା ହାଇସ୍କୁଲ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି ଅବସରରେ ସ୍ୱଚ୍ଛ ବିଦ୍ୟାଳୟ ଗଠନ ପାଇଁ ଆସୋସିଏସନର ସଦସ୍ୟମାନେ ସଂକଳ୍ପ ନେଇଥିଲେ । ଆସୋସିଏସନର ଏହି ଜନହିତକର କାର୍ଯ୍ୟକୁ ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅମିତ ମୁଦୁଲି ଖୁବ୍ ପ୍ରଶଂସା କରିଥିଲେ ଏବଂ ଆଗାମୀଦିନ ଗୁଡିକରେ ଏହିଭଳି ସ୍ୱଚ୍ଛତା ଆପଣେଇବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ I

ଏହି ସଫେଇ କାର୍ଯ୍ୟକ୍ରମରେ ଆସୋସିଏସନର ସଭାପତି ଋତୁପୂର୍ଣ୍ଣ ପ୍ରଧାନ, ଉପସଭାପତି ସୁରେଶ ପ୍ରଧାନ, ସଂପାଦକ ଶିବାଶକ୍ତି ମହାନ୍ତି, କୋଷାଧ୍ୟକ୍ଷ ସୁରାଜ ଚାଉଳିଆଙ୍କ ସମେତ ସଦସ୍ୟ ମୁନା,ପୁଲକ, ଅନିଲ,ଶକ୍ତିମାନ,ଅସିତ, ଘନ,ଯବିରାଜ,ସଫି, ସୋନୁ, ଆଶିଷ  ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମଟି ସୁଚାରୁରୂପରେ ପରିଚାଳନା କରିଥିଲେ | 

0
0
0
s2sdefault