ହେଡଲାଇନସ୍:

ବିଡ଼ିଓଙ୍କ ହସ୍ତକ୍ଷେପ ପରେ ସମାଧାନ ହେଲା ବିବାଦ : ଦୁଇ ମାସ ପରେ ଖୋଲିଲା ଅଙ୍ଗନବାଡ଼ି ସେଣ୍ଟର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଚରଦାପାଳି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚଙ୍ଗରିଆ ଗ୍ରାମର ଅଙ୍ଗନବାଡି ସେଣ୍ଟର ଗତ ପ୍ରାୟ 2 ମାସ କାଳ ବନ୍ଦ ରହିବା ପରେ ଆଜି ପାଇକମାଲ ବିଡ଼ିଓ ଶ୍ରୀ ସଦାଶିବ ନାୟକ ଓ ଗ୍ରାମବାସୀ ମାନଙ୍କ ମଧ୍ୟରେ ଏକ ଲମ୍ବା ଆଲୋଚନା ପରେ ଅଙ୍ଗନବାଡି ସେଣ୍ଟର ଖୋଲିଥିଲା । 

        ପ୍ରାପ୍ତ ସୂଚନା ଅନୁସାରେ ଚଙ୍ଗରିଆ ଗ୍ରାମରେ ଥିବା ଅଙ୍ଗନବାଡି ସେଣ୍ଟର ର ସହାୟିକାଙ୍କର ସହିତ ଗ୍ରାମବାସୀ କୋଣସି କଥାକୁ ନେଇ ବିବାଦ ବଢି ଯିବାରୁ ଗ୍ରାମବାସୀ ମାନେ ସହାୟିକା ଙ୍କୁ ବରଖାସ୍ତ କରିବା ଦାବିରେ ଅଙ୍ଗନବାଡି ସେଣ୍ଟର କୁ ତାଲା ବନ୍ଦ କରିଦେଇଥିଲେ । ଅଙ୍ଗନବାଡି ସେଣ୍ଟର ରେ ତାଲା ପଡିଥିବା ଜାଣିବା ପରେ ଆଜି ବିଡ଼ିଓ ଶ୍ରୀ ନାୟକ, WEO ଶ୍ରୀ ଗୁରୁ ଚରଣ ଦାସ ପ୍ରମୁଖ ଚଙ୍ଗରିଆ ଗ୍ରାମବାସୀ ଙ୍କର ସହିତ ପ୍ରାୟ ଚାରିଘଣ୍ଟା ମାରାଥନ ଆଲୋଚ କରିଥିଲେ | ପରେ ବିଡିଓ ଙ୍କର ଅନୁରୋଧ ରକ୍ଷା କରି ଗ୍ରାମବାସୀ ଓ ସହାୟିକା ଙ୍କର ମଧ୍ୟରେ ବୁଝାମଣା ହେବାପରେ ସେଣ୍ଟରର ତାଲା  ଖୋଲିଥିଲେ । ବହୁ ଦିନ ପରେ ବିଡ଼ିଓ ଶ୍ରୀ ନାୟକ ଗ୍ରାମକୁ ପହଂଛି ସମସ୍ୟା ର ସମାଧାନ କରିଥିବାରୁ ଗ୍ରାମବାସୀ ମାନେ ବିଡ଼ିଓ ଶ୍ରୀ ନାୟକ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି ।

0
0
0
s2sdefault