ହେଡଲାଇନସ୍:

ମୁମ୍ବାଇରେ ନୂଆଖାଇ ଭେଟ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ମୁମ୍ବାଇ : ମୁମ୍ବାଇ ରେ ଥିବା ପଶ୍ଚିମ ଓଡିଶାର ଲୋକମାନଙ୍କୁ ନେଇ ଜୁହାର ମୁମ୍ବାଇ ନୂଆଖାଇ ଭେଟ ୨୦୧୯ ଉତ୍ସବ ସମାରୋହ  ଅନୁଷ୍ଠିତ ହୋଇଯାଇଅଛି | ଉକ୍ତ ସହର ରେ ରହୁଥିବା ପ୍ରାୟ ୪୦ ପରିବାର ଏକାଠି ହୋଇ ନୂଆଖାଇ ଭେଟ ର ମହକ ଭିତରେ ଭିଜି ଯାଇଥିଲେ | ନୂଆଖାଇ ଭେଟ ପ୍ରାରମ୍ଭରେ ପଶ୍ଚିମ ଓଡିଶା ର ସବୁ ଦେବା ଦେବୀ ଙ୍କର ପୂଜା ଅର୍ଚନା କରାଯାଇଥିଲା | ଏହାପରେ ନୂଆଚରା ବଣ୍ଟନ କରାଯିବା ସହିତ ଜୁହାର ଭେଟ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହୋଇଥିଲେ | ଏହି ଅବସରରେ ଶିଶୁମାନେ  ଚିତ୍ରାଙ୍କନ ଓ ସମ୍ବଲପୁରୀ ନାଚ ଗୀତ ପରିବେଷଣ କରିଥିଲେ | ସାମିଲ ହୋଇଥିବା ସବୁ ପରିବାର ନିଜର ପରିଚୟ ସମ୍ବଲପୁରୀ ଭାଷା ରେ ଦେଇଥିଲେ | ଆଉ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ ସମ୍ବଲପୁରୀ ଭାଷା ରେ ନିଜ ଛୁଆ ପିଲାଙ୍କ ସହିତ କଥା ବାର୍ତା ହେବ ପାଇଁ |  ନିଜ ଭାଷା ଓ ସଂସ୍କୃତି କୁ କିପରି ଭାବରେ ନିଜର ଆଗ ପିଢ଼ି କୁ ସଚେତନ କରି ପାରିବ ଓ ପଶ୍ଚିମ ଓଡିଶା ର ଅନ୍ୟ ପର୍ବ, ପର୍ବାଣି କୁ ପାଳନ କରା ଯାଇପାରିବ ସେ ଉପରେ ଆଲୋଚନା ହେଇଥିଲା | କାର୍ଯ୍ୟକ୍ରମ ପରିଚାଳନା କରିବା ପାଇଁ ଜଣେ ଶିଶୁ କଳାକାରକୁ ଦିଆ ହୋଇଥିଲା  ଯାହାଦ୍ୱାରା ଶିଶୁ ମାନେ ପଶ୍ଚିମ ଓଡିଶା ର ପାରମ୍ପରିକ ଚାଲି ଚଳଣି ଓ ଭାଷା ସହିତ ଅବଗତ ହୋଇ ପାରିବେ| ସ୍ତ୍ରୀ ଲୋକମାନଙ୍କ ପାଇଁ Musical Chair ପ୍ରତିଯୋଗିତା ହୋଇଥଲା ଶେଷରେ ସମସ୍ତ ମିଶି ପଶ୍ଚିମ ଓଡିଶା ର ପାରମ୍ପରିକ ନୂଆଖାଇ ଭୋଜି ରେ ସାମିଲ ହୋଇ ଥିଲେ |

 

0
0
0
s2sdefault