ହେଡଲାଇନସ୍:

କାର୍ଲ ମାର୍କ୍ସ ହେଉଛନ୍ତି ରାଜନୈତିକ ବୁଦ୍ଧ-ଗାନ୍ଧୀ ମାନବତାର ସାଧକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଭୁବନେଶ୍ୱର: ଆଜକୁ ଦେଢଶହ ବର୍ଷ ତଳେ ଭାରତରେ ଜନ୍ମ ହୋଇ ସାରା ବିଶ୍ୱକୁ ମାନବତାର ବାର୍ତ୍ତା ଦେଇଥିଲେ ଗାନ୍ଧିଜୀ । ମାର୍କ୍ସଙ୍କର ଜନ୍ମ ଦୁଇଶହ ବର୍ଷ ତଳେ ଜର୍ମାନରେ । ଲଣ୍ଡନ ଲାଇବ୍ରେରୀରେ ଦୀର୍ଘ ବାରବର୍ଷ କାଳ ସାଧନାର ଫଳସ୍ୱରୂପ ବିଶ୍ୱକୁ ନୂଆ ରାଜନୈତିକ, ଅର୍ଥନୈତିକ ଦିଶା ଦେଖାଇଥିଲେ କାର୍ଲମାର୍କ୍ସ । ଗାନ୍ଧୀ ନିଜକୁ ତତ୍କାଳୀନ  ସାମାଜିକ ପରିବେଶ ଭିତରେ ତିଆରି କରିଥିଲେ । ଉଭୟଙ୍କର ଲକ୍ଷ୍ୟ ଥିଲା ସମଗ୍ର ମଣିଷଜାତିର ମୁକ୍ତି, ସମାଜର ଶେଷ ପାହାଚରେ ଥିବା ମଣିଷର ଅଧିକାର ପାଇଁ ଉଭୟ ଥିଲେ ଅଙ୍ଗୀକାରବଦ୍ଧ । ମାର୍କ୍ସବାଦ ଏକ ରାଜନୈତିକ ବିଜ୍ଞାନ । ଏହାର ପରୀକ୍ଷା ସମ୍ଭବ, ଯାହାର ନିର୍ଯ୍ୟାସ ମଧ୍ୟ ସଠିକ୍ । ତେଣୁ ଏହା ନିକଟତର ଗାନ୍ଧିବାଦର ପରୀକ୍ଷା କଠିନ, ଏହା ସତ୍ୟକୁ ନିଜ ଉପରେ ପ୍ରୟୋଗ କରିବା ଭଳି ଏକ ଅତ୍ୟନ୍ତ କଠିନ କାର୍ଯ୍ୟ । ଅତଏବ ମାର୍କ୍ସବାଦର ପ୍ରୟୋଗରେ ରାଷ୍ଟ୍ର ନିର୍ମାଣ ସହଜ ଓ ସମ୍ଭବ, ଅପର ପକ୍ଷରେ ଗାନ୍ଧିବାଦର ପ୍ରୟୋଗରେ ସମାଜ ନିର୍ମାଣ ସମ୍ଭବ । ମାର୍କ୍ସ ହେଉଛନ୍ତି ରାଜନୈତିକ ବୁଦ୍ଧ, ଗାନ୍ଧୀ ନିଜ କର୍ମକ୍ଷେତ୍ରକୁ ସାଧନା ଭାବେ ଗଢି ତୋଳିଥିଲେ । ମାର୍କ୍ସବାଦ ହେଉଛି ବିଜ୍ଞାନ ଏବଂ ଗାନ୍ଧୀବାଦର ଏକ ଦର୍ଶନ । ମାର୍କ୍ସବାଦ ବହୁ କ୍ଷେତ୍ରରେ ବିଶ୍ୱରେ ସମାଜ ବ୍ୟବସ୍ଥାର ଏକ ପ୍ରଯୋଗଶାଳା । ଭାରତବର୍ଷର ଭୂଦାନ ଆନେ୍ଦାଳନ ଠାରୁ ଆଜିର ସିଏସ୍ଆର ଫଣ୍ଡର ପ୍ରୟୋଗ ହେଉଛି ମାର୍କ୍ସବାଦ ଚାପର ଏକ ଦୃଷ୍ଟାନ୍ତ ବୋଲି ଭାରତୀୟ ଶାନ୍ତି ମୈତ୍ରୀ ସଂଘ (ଇସ୍କଫ) ତରଫରୁ ସ୍ଥାନୀୟ ଗୀତଗୋବିନ୍ଦ ଭବନରେ ‘କାର୍ଲମାକ୍ସ ଓ ଗାନ୍ଧୀ କେତେ ନିକଟ କେତେ ଦୂର’ ସମ୍ପର୍କିତ ଆଲୋଚନାରେ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଅଧ୍ୟାପକ ଦାସ ବେନେହୁର ପ୍ରକାଶ କରିଥିଲେ ।

ପ୍ରାରମ୍ଭରେ ସ୍ୱାତୀ ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ପରେ ସତୀଶ ମିଶ୍ରଙ୍କ ସଭାପତିତ୍ୱରେ ଆହୁତ ଆଲୋଚନା ଚକ୍ର ପୂର୍ବରୁ ଇସ୍କଫର ଜାତୀୟ ସମ୍ପାଦକ ବିଜୟ ପରିହାରି ସ୍ୱାଗତ ଭାଷଣ ଦେଇଥିଲେ । ସଭା ପୂର୍ବରୁ ନିକଟରେ ଆମେରିକାଠାରେ ଅନୁଷ୍ଠିତ  ବିଶ୍ୱ ପରିବେଶ ଓ ଜଳବାୟୁ ସମ୍ମିଳନୀରେ ଭାରତୀୟ ପ୍ରତିନିଧି ଭାବେ ଯୋଗ ଦେଇଥିବା ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱ ତାପମାତ୍ରା ବୃଦ୍ଧିର ମୂଲ୍ୟ ଦେଇ କର୍ପୋରେଟର ବିକାଶ ଓ ସମଗ୍ର ମାନବଜାତିର ବିନାଶ, ଅସନ୍ତୁଳିତ ନିୟନ୍ତ୍ରଣହୀନ ପୁଞ୍ଜିବାଦର ଭୟ ବିଷୟରେ ଶ୍ରୀ ସାମନ୍ତରାୟ ଆଲୋକପାତ କରିଥିଲେ । ଶେଷରେ ବିଜୟ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

 

 

0
0
0
s2sdefault