ହେଡଲାଇନସ୍:

ହାଇଦ୍ରାବାଦରେ ବିଜେପିର ଜନଜାଗରଣ ସଭାରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

 ଆତଙ୍କବାଦର ଜନକ ଓ ମହିଳା, ଯୁବକ ବିରୋଧୀ ଥିଲା ଧାରା ୩୭୦

 ୩୭୦ ଧାରା ଉଚ୍ଛେଦ ହେବା ପରେ ଜାମ୍ମୁ କାଶ୍ମୀରରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ

ହାଇଦ୍ରାବାଦ/ଭୁବନେଶ୍ୱର, ସେପ୍ଟେମ୍ବର ୨୧ - ଜାମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଏକ ଐତିହାସିକ ଭୁଲକୁ ସଠିକ୍ କରିବାକୁ ବଡ ପଦକ୍ଷେପ ବୋଲି ଶନିବାର ହାଇଦ୍ରାବାଦରେ ବିଜେପି ପକ୍ଷରୁ ଆୟୋଜିତ ଜନଜାଗରଣ ସଭାରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପଧାନ । ନରେନ୍ଦ୍ର ମୋଦିଙ୍କ ସରକାର ଆଗାମୀ ଦିନରେ ଜାମ୍ମୁ-କାଶ୍ମୀରକୁ ଭାରତର ଏକ ଅଗ୍ରଣୀ ଅଂଚଳ ବନାଇବା ପାଇଁ ବଦ୍ଧ ପରିକର ବୋଲି ସେ କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଅନୁଚ୍ଛେଦ ୩୭୦ ଦେଶ ବିରୋଧୀ ଥିଲା । ଧାରା ୩୭୦ ଆତଙ୍କବାଦର ଜନକ ଥିଲା ଓ ଜାମ୍ମୁ କାଶ୍ମୀରରେ ରହୁଥିବା ମହିଳା, ଯୁବବର୍ଗଙ୍କ ବିରୋଧୀ ଥିଲା । ପାକିସ୍ତାନର ସମୃଦ୍ଧି ପାଇଁ ଧାରା ୩୭୦କୁ ବ୍ୟବହାର କରାଯାଉଥିଲା । ଜାମ୍ମୁ କାଶ୍ମୀରରେ ୩୭୦ ଧାରା ଲାଗୁ କାରଣରୁ ଯୁବକଙ୍କୁ ରୋଜଗାର ମିଳୁନଥିଲା । ବାହାର ରାଜ୍ୟର ଲୋକମାନେ ସେଠାରେ ଜାଗା କିଣିପାରୁନଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ସେଠାରେ ହୋଇପାରୁନଥିଲା । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଧାରା ୩୭୦ ଅସ୍ଥାୟୀ ଥିଲା । ଭାରତୀୟ ଜନସଂଘର ପ୍ରତିଷ୍ଠାତା  ଓ ଅନେକ ମହାପୁରୁଷମାନେ ଏହି ଧାରାକୁ ହଟାଇବା ପାଇଁ ବଳିଦାନ ଦେଇଛନ୍ତି । ଦୀର୍ଘ ୭୦ ବର୍ଷ ଶାସନରେ ରହିବା ପରେ ମଧ୍ୟ କଂଗ୍ରେସ ଜାମ୍ମୁ କାଶ୍ମୀରରୁ ଏହି ଧାରାକୁ ଉଚ୍ଛେଦ କରିପାରି ନଥିଲା ।

ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଦୃଢ ରାଜନୈତିକ ଇଚ୍ଛାଶକ୍ତି କାରଣରୁ ୩୭୦ ଧାରା ଉଚ୍ଛେଦ ହୋଇପାରିଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାମ୍ମୁ-କାଶ୍ମିରରେ ୩୭୦ ଧାରା ଉଚ୍ଛେଦ ହେବା ପରେ ବର୍ତମାନେ ସେଠାରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ଆବାଳବୃଦ୍ଧବନିତା ସେଠାରେ ନିର୍ଭୟରେ ବୁଲାବୁଲି କରିପାରୁଛନ୍ତି । ଯୁବକମାନେ ରୋଜଗାରର ସୁଯୋଗ ପାଇପାରୁଛନ୍ତି । ଲଦାଖ୍ ଓ କାରଗିଲର ଲୋକଙ୍କ ଯନ୍ତ୍ରଣାକୁ ହୃଦୟଙ୍ଗମ କରି ପ୍ରଧାନମନ୍ତ୍ରୀ ମୋଦି ଏହାକୁ ଭିନ୍ନ କେନ୍ଦ୍ର ଶାସିତ ଅଂଚଳ କରିଛନ୍ତି ।

ଏତଦବ୍ୟତିତ ହାଇଦ୍ରାବାଦ ଭାରତର ବିକାଶର କେନ୍ଦ୍ର ବିନ୍ଦୁ । ଆଗାମୀ ଦିନରେ ହାଇଦ୍ରାବାଦ ବିକାଶର ପ୍ରୟୋଗଶାଳା ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ ।

 

 

 

 

 

0
0
0
s2sdefault