ହେଡଲାଇନସ୍:

ତିର୍ତ୍ତୋଲ ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ବିଧାୟକଙ୍କ ପ୍ରତିନିଧି ହେଲେ ରଶ୍ମିରଞ୍ଜନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର:(ରମେଶ ମହାନ୍ତି):-ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଜଗନ୍ନାଥପୁର ଠାରେ ଥିବା କେନ୍ଦ୍ର ସରକାରଙ୍କ ଶିକ୍ଷା ଭିତ୍ତିକ ଓ ରାଜ୍ୟ ସରକାର ପରିଚାଳିତ ସଂସ୍ଥା ସ୍କିଲ ଡେଭଲପମେଣ୍ଟ ସେଣ୍ଟରରେ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିନିଧି ଭାବେ ଛାତ୍ରନେତା ରଶ୍ମିରଞ୍ଜନ ଚୌଧୁରୀଙ୍କୁ ନିଯୁକ୍ତି ମିଳିଛି।ତିର୍ତ୍ତୋଲ ଅଞ୍ଚଳର ଛାତ୍ରନେତା ରଶ୍ମିରଞ୍ଜନ ଚୌଧୁରୀଙ୍କ ଉପରେ ଆସ୍ଥା ପ୍ରକଟ କରି ତାଙ୍କୁ ଜଗତସିଂହପୁର ଜିଲ୍ଲାର ଏହି ଏକମାତ୍ର ସଂସ୍ଥାରେ ବିଧାୟକଙ୍କ ପ୍ରତିନିଧି ଭାବେ ଦାୟିତ୍ବ ପ୍ରଦାନ କରାଯାଇଥିବା ଜଣାପଡିଛି ।ଏ ସମ୍ପର୍କରେ ତିର୍ତ୍ତୋଲ ବିଧାୟକଙ୍କ ସୁପାରିଶ କ୍ରମେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନଂ -୨୪୦/୧୯ରେ ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ଅବଗତ କରାଯାଇଛି।ଏହି ସରକାରୀ ପ୍ରତିଷ୍ଠାନରେ ମେଧାବୀ ବିଦ୍ୟାର୍ଥୀ ମାନେ ଆବାସିକ ଭାବରେ ମାଗଣାରେ ବିଭିନ୍ନ ପ୍ରକାର ଟ୍ରେଡରେ ତାଲିମ ନେବାର ସୁବିଧା ସୁଯୋଗ ରହିଛି।ଏହି ସରକାରୀ ସ୍କିଲ୍ ଡେଭଲପମେଣ୍ଟ ଟ୍ରେନିଂ ସେଣ୍ଟରର ବିକାଶ ଓ ସେଣ୍ଟରରେ କିଭଳି ଭାବରେ ଅଧିକରୁ ଅଧିକ ମେଧାବୀ ଛାତ୍ରଛାତ୍ରୀ ପ୍ରଶିକ୍ଷଣ ନେଇ ସ୍ୱାବଲମ୍ବୀ ହୋଇପାରିବେ ଏନେଇ ସ୍ଥାନୀୟ ବିଧାୟକ ଓ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇବେ ବୋଲି ଶ୍ରୀ ଚୌଧୁରୀ ପ୍ରକାଶ କରିଛନ୍ତି।

 

 

 

 

0
0
0
s2sdefault