ହେଡଲାଇନସ୍:

କ୍ରେଡିଟ ଡେବିଟ ଅନୁପାତ ବୃଦ୍ଧି ପାଉ ନଥିବା ହେତୁ ଜିଲ୍ଲାପାଳଙ୍କ ଅସନ୍ତୋଷ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର ଜିଲ୍ଲା ସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ଓ ସମୀକ୍ଷା କମିଟି ବୈଠକ 

ଜଗତସିଂହପୁର:(ରମେଶ ମହାନ୍ତି):- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ବ୍ୟାଙ୍କ ପରାମର୍ଶ ଦାତା କମିଟି ଓ ସମୀକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକ ରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଅଧକ୍ଷତା କରି କ୍ରେଡିଟ ଡେବିଟ ଅନୁପାତ ରେ ବୃଦ୍ଧି ପାଉ ନଥିବା ହେତୁ ଅସନ୍ତୋଷ ପ୍ରକାଶ କରିଥିଲେ l ଏଥିସହିତ ଏହି ଅନୁପାତ କିପରି ଭାବେ ବୃଦ୍ଧି ପାଇବ ସେବିଷୟରେ ବ୍ୟାଙ୍କ ର ଅଧିକାରୀ ମାନଙ୍କୁ  ପରାମର୍ଶ ଦେଇଥିଲେ l ଶିକ୍ଷା, କୃଷି ସ୍ୱୟଂସହାୟକ ଗୋଷ୍ଠୀ, ମିଶନ ଶକ୍ତି ମହିଳା ଓ ଯୁବ ଉଦ୍ୟୋଗୀ, ଚାଷ, ପନିପରିବା, ମାଛ ଚାଷ, କୁକୁଡ଼ା, ଗୋ ପାଳନ ଓ ପାନ ଚାଷୀ ଙ୍କୁ ଋଣ ପ୍ରଦାନ କରିବାରେ ବହୁ ହଇରାଣ ହରକତ କରୁଛନ୍ତି l ଏତତ ବ୍ୟତିତ ଯେଉଁ  ଚାଷୀ ମାନେ ସବସିଡି ଋଣ ନେଉଛନ୍ତି ବର୍ଷ ବର୍ଷ ଧରି ବ୍ୟାଙ୍କ କୁ ଦେଉଡ଼ିଲେ ମଧ୍ୟ ବ୍ୟାଙ୍କ ସେମାନଙ୍କୁ ସବସିଡ଼ି ଦେବାକୁ ବିଳମ୍ବ କରୁଛି l ଯାହାକି ଜିଲ୍ଲାପାଳଙ୍କ ନିକଟକୁ ବାରମ୍ବାର ଅଭିଯୋଗ ଆସୁଛି l  ତେଣୁ ତୁରନ୍ତ ସେମାନଙ୍କୁ ଋଣ ପ୍ରଦାନ କରିବା ସହିତ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ  ଦେଇଥିଲେ l ଏହି ବୈଠକ ରେ ୟୁକୋ ବ୍ୟାଙ୍କ ର ଜୋନାଲ ମ୍ୟାନେଜର ପି କେ ବିଶ୍ୱାସ    ଯୋଗଦେଇ କହିଲେ ଜୁନ ମାସ ସୁଦ୍ଧା ବିଭିନ୍ନ ବ୍ୟାଙ୍କ ରେ ୭୪୦୫ କୋଟି ଜମା ହୋଇଥିବା ବେଳେ ୨୮୫୫ କୋଟି ଋଣ ପ୍ରଦାନ କରାଯାଇଛି l ବ୍ୟାଙ୍କ ଓ ସରକାରୀ ଅଧିକାରୀ ମାନେ ଋଣ ଗ୍ରହୀତା ଙ୍କୁ ସଚେତନ କରିପାରିଲେ ଋଣ ଆଦାୟ ବୃଦ୍ଧି ହୋଇ ପାରିବ ବୋଲି ପ୍ରକାଶ କରିବା ସହିତ ବ୍ୟାଙ୍କ ର ପ୍ରିଣ୍ଟର ଗୁଡିକ ଅଧିକ ସମୟ ଖରାପ ରହୁଥିବାରୁ ଗ୍ରାହକ ମାନେ ହଇରାଣ ହେଉଛନ୍ତି l ଏଥିପ୍ରତି ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ l ଏହି ବୈଠକ ରେ ରିଜର୍ଭ ବ୍ୟାଙ୍କ ଏଲ ଡ଼ି ଓ  ସୁନୀଲ ଦାସ, ପ୍ରକଳ୍ପ ନିର୍ଦେଶକ ସରୋଜକାନ୍ତ ମହାନ୍ତି, ଜଗତସିଂହପୁର ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ସତୀଶଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇଥିଲେ l

 

 

 

 

0
0
0
s2sdefault