ଲଗାତାର ଭାବେ ବାଣୀ ବିହାର (ଉତ୍କଳ ବିଶ୍ୱବିଦ୍ୟାକୟର) ବିଭିନ୍ନ ଛାତ୍ରାବାସରେ ଆସ୍ଥାନ ଜମାଇ ବିଶ୍ୱବିଦ୍ୟାଳୟ ଭିତରେ ଅସ୍ଥିରତା ସୃଷ୍ଟି କରିବା ସହ ଶୈଖିକ ପରିବେଶକୁ ପ୍ରଦୂଷିତ କରି ଆସୁଥିବା ଅଣଛାତ୍ର ମାନଙ୍କୁ କ୍ୟାମ୍ପସରୁ ବିଦା କରାଯିବା ପରେ ଏଥିପାଇଁ ବିଭିନ୍ନ ଦଳର ପ୍ରଭାବଶାଳୀ ଅଣଛାତ୍ରଙ୍କ ଟାର୍ଗେଟକୁ ଅସିଜାଇଥିଲେ ଉଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ | ମନ୍ତ୍ରୀ ହେବାର କିଛିଦିନ ପରେ ବାଣୀବିହାର ଗସ୍ତରେ ଆସି ଫେରିଯିବାର ଦୁଇଦିନ ପରେ ହଷ୍ଟେଲ୍ରୁ ଅଣଛାତ୍ରଙ୍କୁ ବିଦା କରାଯିବା ନିଷ୍ପତ୍ତି ପଛରେ ମନ୍ତ୍ରୀ ଡ଼ ସାହୁଙ୍କ ହାତ ଥିଲା ବୋଲି ଅଣଛାତ୍ର ମାନେ ଅନୁମାନ କରିସାରିଥିଲେ | ଆଉ ଅଣଛାତ୍ରଙ୍କୁ ବିଶ୍ୱବିଦ୍ୟାଳୟରୁ ବିଦା କରାଯିବା ଘଟଣାକୁ ବୁଦ୍ଧିଜୀବୀ ଓ ପୁରାତନ ଛାତ୍ରମାନେ ସ୍ୱାଗତ କରିଥିଲେ | କ୍ୟାମ୍ପସରୁ ଅଳିଆ ସଫା ହେବ ପରେ ମନ୍ତ୍ରୀ ଶ୍ରୀ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟର ଶିକ୍ଷା ଦାନ, ଗବେଷଣା ଓ ଭିତ୍ତିଭୁମିରେ ବିକାଶ ପାଇଁ ଅଂଟା ଭିଡିଛନ୍ତି | ଆଉ ଏଥିପାଇଁ ବିଶ୍ୱବିଦ୍ୟାଳୟ ଛାତ୍ର ଛାତ୍ରୀ ଓ କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡିଛନ୍ତି |
କିଛି ଦିନ ତଳେ ବାଣୀବିହାରରେ ଛାତ୍ର ଛାତ୍ରୀଙ୍କ ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି । ହଷ୍ଟେଲ ଭିତର ବୁଲି ଦେଖିବା ସହ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ଅସୁବିଧା ବିଷୟରେ ଛାତ୍ର ଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହିତ ବିଶ୍ୱ ବିଧ୍ୟାଳୟ ଗୁଡିକରେ ଚାଲିଥିବା ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି ।ମିଳିଥିବା ସୂଚନା ଅନୁଯାୟି ମନ୍ତ୍ରୀ ଆଜି ପୁରା ଦିନ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ କାଟିବେ ବୋଲି ଜଣାପଡିଛି। ବିଶ୍ୱବିଦ୍ୟାଳୟ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଥିବା ବେଳେ ତାହା କାହିଁକି ବିକାଶ କାର୍ଯ୍ୟ ରେ ଲାଗି ପାରୁନାହିଁ ତାହାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ତୁରନ୍ତ ଏହି ପାଣ୍ଠି କୁ ବିନିଯୋଗ ପାଇଁ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ। ସମୟେ ସମୟେ ସବୁ କାମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି ମନ୍ତ୍ରୀ ଡ଼ ସାହୁ କହିଛନ୍ତି | ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ରହିଛନ୍ତି । ଗତ ଦୁଇ ଦିନ ତଳେ ୧୦ ଦଫା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଘେରିଥିଲେ । କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ସେଠାରେ ବସି ନାରାବାଜି କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ପହଁଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।