ହେଡଲାଇନସ୍:

ଅବାଂଛିତ କାଳିଆ ହିତାଧିକାରୀଙ୍କ ସଂଖ୍ୟା ଏକ ପ୍ରତିଶତରୁ କମ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କାଳିଆ ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କଲେଣି ୨୦୦୦ରୁ ଅଧିକ ଅବାଂଛିତ ହିତାଧିକାରୀ

ଡ଼ିବିଟିଏସ ମାଧ୍ୟମରେ ଯାଇଛି ଟଂକା,  ଫେରାଇ ଆଣିବେ ସରକାର 

ଭୁବନେଶ୍ୱର : ଏବେ କାଳିଆକୁ ନେଇ ଚାଲିଛି ଘୋ | ବିରୋଧୀ ଦଳ ଏହାକୁ ନେଇ ଆରମ୍ଭ କରିଛି ସମାଲୋଚନା | ଅଭିଯୋଗ କରୁଛନ୍ତି ଅଯୋଗ୍ୟ ହିତାଧିକାରୀ ଲକ୍ଷ ଲକ୍ଷ | ଟଙ୍କା ନେଇଯାଇଛନ୍ତି | ଟଙ୍କା ବୁଡିଗଲା |  ୧୭୦ କୋଟି ଟଙ୍କା ପାଣିରେ ପଡିଗଲା |  ଆଉ କିଏ କହିଲାଣି ଆହୁରି ଅଧିକ ହେବ | ହେଲେ କିଛି ଅସାଧୁ ଲୋକ ଓ ଅସାଧୁ କର୍ମଚାରୀଙ୍କ ତ୍ରୁଟି ପାଇଁ ସରକାରଙ୍କ ମହତ୍ୱାକାଂକ୍ଷୀ କାଳିଆ ଯୋଜନା ହରଡ ଘଣାରେ ପଡିଥିବା ବେଳେ ହେଲେ ଗତକାଲି ମନ୍ତ୍ରୀ ଯେଉଁ ମନ୍ତବ୍ୟ ଦେଇଥିଲେ ତାହାରି ଉପରେ ତାକୁ ହିସାବ କଲେ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଏକ ପ୍ରତିଶତରୁ  କମ୍‍ | ଯେଉଁମାନେ ଭୁଲରେ ପାଇଛନ୍ତି ବା ଉଦ୍ଦେଶ୍ୟମୂଳକ ଭାବେ ନେଇଛନ୍ତି ତାହା ସରକାର ଫେରସ୍ତ ଆଣିବେ ବୋଲି ମନ୍ତ୍ରୀ ଶ୍ରୀ ସାହୁ କାଲି ସ୍ପଷ୍ଟ କରିଥିଲେ |

 ଚାଷ ଓ ଚାଷୀଙ୍କ ବିକାଶ ତଥା ଆର୍ଥିକ ମାଣଦଣ୍ଡରେ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାଳିଆ ଯୋଜନା ଆରମ୍ଭ କରାଯାଇଥିବା ବେଳେ ଏହି  ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୫୧ଲକ୍ଷ ୫ହଜାର ଚାଷୀ ସହାୟତା ପାଇଥିଲେ | ଏମାନଙ୍କ ମଧ୍ୟରେ ବଡଚାଷୀ, ଟିକସଦାତା, ସରକାରୀ କର୍ମଚାରୀ ଓ ପେନ୍‍ସନଭୋଗୀଙ୍କ ସଂଖ୍ୟା ମାତ୍ର ୪୦ହଜାର ରହିଛି । କିଛି ବ୍ୟକ୍ତି ଜାଣିଶୁଣି, ଆଉ କିଛି ଅଜାଣତରେ ଆଉ କିଛି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁ ତାଲିକାରେ ସାମିଲ ହୋଇଯାଇଥିବାବେଳେ ସେମାନଙ୍କଠାରୁ ସେ ରାଶିକୁ ଫେରସ୍ତ ଅଣାଯିବାରେ କିଛି ଅସୁବିଧା ନାହିଁ | ଏବେ ନେଇଥିବା ସହାୟତା ରାଶି ଫେରାଇବାକୁ ନିଜଆଡୁ ଅନେକ ଅବାଂଛିତ ହିତାଧିକାରୀ  ଆଗ୍ରହ ପ୍ରକାଶ କରୁଥିବା ଜଣାପଡିଛି । ଆଉ ପ୍ରାୟ ୨୦୦୦ରୁ ଅଧିକ ଅବାଂଛିତ ହିତାଧିକାରୀ ଅଜାଣତରେ ବା ଭୁଲରେ ନେଇଥିବା କାଳିଆ ଟଂକା ଫେରାଇବାକୁ ଅନୁରୋଧ କରିଛନ୍ତି ବୋଲି ଜଣାପଡିଛି | କାଳିଆ ଯୋଜନାରେ ଉପକୃତ ହୋଇଥିବା ୩ଲକ୍ଷ ହିତାଧିକାରୀ, ଯେଉଁମାନଙ୍କ ପରିବାରରୁ ଏକାଧିକ ଚାଷୀ ଉପକୃତ ହୋଇଥିବା ଲକ୍ଷ୍ୟ କରାଯାଇଛି ବାସ୍ତବରେ ସେମାନେ କୌଣସି ଅନୈତିକ ଉପାୟରେ ଅର୍ଥ ପାଇନାହାନ୍ତି ।  ଯେହେତୁ କାଳିଆ ଯୋଜନାରେ ଗୋଟିଏ ଚାଷୀ ପରିବାରର ଜଣଙ୍କୁ ସହାୟତା ଦେବାର ବ୍ୟବସ୍ଥା ରହିଛି ତେଣୁ ଏହି ତିନିଲକ୍ଷ ହିତାଧିକାରୀଙ୍କୁ ଅଧିକ ଭାବେ ଦର୍ଶାଯାଉଛି । ଏମାନେ ସହାୟତା ଆକାରରେ ପାଇଥିବା ୧୫୦କୋଟି ଟଙ୍କାକୁ ସେମାନଙ୍କ ପରିବାରକୁ ପରବର୍ତ୍ତୀ ପର୍ଯ୍ୟାୟରେ ମିଳିବାକୁ ଥିବା କାଳିଆ ଅର୍ଥରେ ଆଡଜଷ୍ଟ କରାଯିବ ବୋଲି ମନ୍ତ୍ରୀ କାଲି କହିଥିଲେ ଓ ଆଜି ଦଳ ପକ୍ଷରୁ ମୁଖପାତ୍ର କହିଛନ୍ତି |  ତେଣୁ ଏଥିରେ ରାଜକୋଷରୁ କୌଣସି ଅର୍ଥ ବେନିୟମ ଭାବେ ବ୍ୟୟ ହେବାର ସମ୍ଭାବନା ନାହିଁ । ଏହି ଯୋଜନାରେ ହିତାଧିକାରୀମାନଙ୍କ ସହାୟତା ରାଶି ଡ଼ିବିଟିଏସ ମାଧ୍ୟମରେ ସେମାନଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଇ ଦିଆଯାଇଥିବାରୁ ସହାୟତା ପ୍ରଦାନରେ କୌଣସି ପ୍ରକାର ବେନିୟମ ବି ହୋଇନାହିଁ । ଯୋଜନାରେ ବ୍ୟୟ ହୋଇଥିବା ଟଙ୍କାଟିଏ ବି ସ୍ୱଚ୍ଛ ଉପାୟରେ ଚାଷୀଙ୍କ ନିକଟରେ ବୋଲି ପହଞ୍ଚିଛି ଦଳ ପକ୍ଷରୁ ମୁଖପାତ୍ର କହିଛନ୍ତି । ଅର୍ଥ ନେଇଥିବା ହିତାଧିକାରୀଙ୍କ ସମସ୍ତ ବିବରଣୀ ସରକାରଙ୍କ ନିକଟରେ ରହିଥିବା ଯୋଗୁଁ ସେମାନଙ୍କ ସହିତ କୌଣସି ସମୟରେ ଯୋଗାଯୋଗ କରାଯାଇ ପାରିବ ନେଇଥିବା ଟଙ୍କା କୁ ଫେରସ୍ତ ଅଣାଯିବା କିଛି ବଡ଼କଥା ନୁହେଁ  ବୋଲି ରାଜନୀତିକ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି |  

କାଳିଆ ଯୋଜନା ଘୋଷଣା ହେବାପରେ ଏଥିରେ ସାମିଲ ହେବାପାଇଁ ପ୍ରଥମ ପର୍ଯ୍ୟାୟରେ ୧.୧୯କୋଟି  ଆବେଦନ ପଡିଥିଲା । ବିଭିନ୍ନ ପର୍ଯ୍ୟାୟରେ ଆବେଦନପତ୍ର ଗୁଡିକର ଯାଞ୍ଚ ହେବାପରେ ୭୦୦୦ ପଞ୍ଚାୟତରେ ଡ୍ରାଫ୍ଟ ତାଲିକା ଝୁଲାଇ ଦିଆଯାଇଥିଲା । ଅନେକ ହିତାଧିକାରୀ ଯୋଜନାରୁ ନିଜକୁ ବାଦ୍‍ ଦେବାପାଇଁ ପଞ୍ଚାୟତରେ ଆବେଦନ କରିଥିଲେ । ନାଲି ରଙ୍ଗର ଫର୍ମରେ ଆବେଦନ କରିଥିବା ପାଖାପାଖି ଏକ ଲକ୍ଷ ହିତାଧିକାରୀଙ୍କୁ ସେମାନଙ୍କ ଅନୁରୋଧ ଅନୁଯାୟୀ ଡ୍ରାଫ୍ଟ ତାଲିକାରୁ ବାଦ୍‍ ଦିଆଯାଇଥିଲା । ହିତାଧିକାରୀ ଚୟନ ପାଇଁ ୫୦ହଜାରରୁ ଉଦ୍ଧ୍ୱର୍ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ଏହିପରି ତିନି ପର୍ଯ୍ୟାୟ ଯାଞ୍ଚ ପରେ ସରକାରଙ୍କ ନିକଟରେ ଥିବା ଚାଷୀଙ୍କ ଡାଟାବେସ୍‍ ଆଧାରରେ ଚୂଡାନ୍ତ ତାଲିକାରେ ୫୧ଲକ୍ଷ ୫ହଜାର ସ୍ଥାନ ପାଇଥିଲେ । ଇତି ମଧ୍ୟରେ ୨ହଜାରରୁ ଅଧିକ ହିତାଧିକାରୀ ସେମାନେ ପାଇଥିବା ସହାୟତା ଅର୍ଥ ଫେରାଇବାକୁ ଅନୁରୋଧ କରିଛନ୍ତି । କାଳିଆ ଯୋଜନାଟି ରାଜ୍ୟର କ୍ଷୁଦ୍ର, ନାମମାତ୍ର, ଭାଗଚାଷୀ ଓ ଭୂମିହୀନ ବ୍ୟକ୍ତିମାନଙ୍କ ଲାଗି କାର୍ଯ୍ୟକାରୀ ହେଉଥିବାବେଳେ ବିନା ମଧ୍ୟସ୍ଥିରେ ସରକାର ଏହି ଅର୍ଥକୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ୍‍ ଆକାଉଣ୍ଟକୁ ପଠାଉଛନ୍ତି । ତେଣୁ ଯେଉଁ ପ୍ରକାର ସମାଲୋଚନା ଜରାଯାଉଛି ସେ ଧରଣର କୌଣସି ତ୍ରୁଟିବିଚ୍ୟୁତି  ଯୋଜନାରେ ନାହିଁ କିମ୍ବା ଅର୍ଥ ହେରଫେର ହେବାର ନାହିଁ 

ବୋଲି ସମୀକ୍ଷକ ମାନେ ମତବ୍ୟକ୍ତ କରିଛନ୍ତି | ଆଉ ଚାଷୀ ମାନେ ନିରବ ମୋଦି କି ମାଲ୍ୟା କି ଚୋକ୍ସିଙ୍କ ପରି ଟଂକା ହଡପ କରି ଦେଶ ଛାଡି ତା ଚାଲିଯାଇନାହାନ୍ତି, ସେମାନେ ରାଜୁଆ ଭିତରେ ଅଛନ୍ତି | ରାଜ୍ୟ ସରକାର ଚାହିଁଲେ ସେମାନଙ୍କ ଠାରୁ ଟଂକା ଆଦାୟ କରାଇବାରେ କିଛି ଅସୁବିଧା ନାହିଁ | 

0
0
0
s2sdefault