ହେଡଲାଇନସ୍:

ପଞ୍ଚାୟତ ପୋଖରୀରେ ମାଛ ଚାଷ ଆରମ୍ଭ କଲେ ମହିଳା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ଗଜପତି ଜିଲ୍ଲାରେ ଚଳିତ  ବର୍ଷ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ  କୃଷି ବିକାଶ ଯୋଜନା ଓ ନୀଳ ବିପ୍ଲବ ଯୋଜନାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ  ପଞ୍ଚାୟତ ପୋଖରୀରେ ମାଛ ଚାଷ ଆରମ୍ଭ କରାଯାଇଛି । ଗୋଷାଣୀ ବ୍ଲକର କଇଠଡା , ଗାରାବନ୍ଧ  ସ୍ୱାଗି ମାହାଦେଇ ପୁର ଓ ଗୁରାଣ୍ଡି ଗ୍ରାମର ପଞ୍ଚାୟତ ପୋଖରୀରେ ଆଜି ଏହି ମାଛ ଯାଆଁଳ  ଚ୍ଛଡା କାର୍ଯ୍ୟକ୍ରମ ହୋଇଥିଲା ।

    ଏହି ମାଛ ଚାଷରେ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ଜିଲ୍ଲାରେ ମୋଟ ୭୫ ହେକ୍ଟର ପରିମିତ ପୋଖରୀରେ ମାଛ ଚାଷ କରିବା ପାଇଁ  ୧୩୦ ଟି  ମହିଳା ଗୋଷ୍ଠୀ ମା' ମାନଙ୍କୁ ଚିହ୍ନଟ  କରାଯାଇଛି ।

    ଏହି ମାଛ ଚାଷରେ  ହେକ୍ଟର୍  ପ୍ରତି ଦେଢ ଲକ୍ଷ ଟଙ୍କା ଦେବାର ପ୍ରକଳ୍ପ କରାଯାଇଛି  ଏବଂ ସେହି ଦେଢ ଲକ୍ଷ ଟଙ୍କା କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଓ ନୀଳ ବିପ୍ଲବ ଯୋଜନାରେ  ଅନ୍ତର୍ଭୁକ୍ତ ।

    ଏହି ଯୋଜନାରେ ମାଛ ଚାଷ ପାଇଁ ମହିଳା ଗୋଷ୍ଠୀ ମା' ମାନଙ୍କୁ  ମୋଟ ଦେଢ ଲକ୍ଷ ଟଙ୍କାରେ ୬୦ ପ୍ରତିଶତ ରିହାତି ଅର୍ଥାତ ୯୦ ହଜାର ଟଙ୍କାର  ବ୍ୟବସ୍ଥା ରଖାଯାଇଛି ଏବଂ ଏଥିରେ ମତ୍ସ୍ୟ ବିଭାଗ ପକ୍ଷରୁ ବର୍ଷକିଆ ରୋହି , ଭାକୁର ଓ ମିରିକାଳି ମାଛ-ଯାଆଁଳ  ଓ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ରଖାଯାଇଛି  ଏବଂ  ବାକି ୪୦ ପ୍ରତିଶତ ଅର୍ଥାତ ୬୦ ହଜାର ଟଙ୍କାରେ ମହିଳା ଗୋଷ୍ଠୀ ମା' ମାନେ ପୋଖରୀ ସଫା , ଚୂନ ପକା , ରକ୍ଷଣା- ବେକ୍ଷଣ ଓ ଅନ୍ୟାନ୍ୟ ପ୍ରସ୍ତୁତି  କରିବେ ।

    ମହିଳା ଗୋଷ୍ଠୀ ମା' ମାନେ  ପଞ୍ଚାୟତ ପୋଖରୀକୁ ୩ ବର୍ଷିଆ ଲିଜ୍ ସୂତ୍ରରେ ନେଇ  କେନ୍ଦ୍ର ସରକାରଙ୍କ ଏହି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାର ରିହାତି ବ୍ୟବସ୍ଥାରେ ଆଗେଇ ଆସି ଭବିଷ୍ୟତରେ ସ୍ବାବଲମ୍ବି ହେବାପାଇଁ ମାଛ ଚାଷ କରୁଛନ୍ତି  ବୋଲି ଗୋଷ୍ଠୀର  ମହିଳା ସଦସ୍ୟା କହିଛନ୍ତି । ମହିଳା ମାନେ ମାଛ ଯାଆଁଳ କିଣି  ଜାଲ ସହାୟତାରେ ମାଛ ଯାଆଁଳ ସବୁ ନେଇ ପୋଖରୀରେ ନିଜେ ଛାଡ଼ିଛନ୍ତି ।

    ପୋଖରୀ ସ୍ଥଳରେ ମାଛ ଯାଆଁଳ କିଣିବା ଓ ପୋଖରୀରେ ଯାଆଁଳ ଛାଡିବା ବେଳେ ମହିଳା ଗୋଷ୍ଠୀର ସମସ୍ତ ମା' ମାନେ ଉପସ୍ଥିତ ରହି ଥାଉଛନ୍ତି  ।

    ଏତଦ୍ ବ୍ୟତିତ  ଜିଲ୍ଲା ମତ୍ସ୍ୟ ବିଭାଗର ଜିଲ୍ଲା ମତ୍ସ୍ୟ  ଅଧିକାରୀ ମନୋଜ କୁମାର ପାତ୍ର ,କନିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ଶୁଭଶ୍ରୀ ପାଲ ଓ ମିଶନ ଶକ୍ତି ଗୋଷ୍ଠୀ ପ୍ରକଳ୍ପ ସଂଯୋଜକ ଲାବନ ରଈତ ପ୍ରମୁଖ ପୋଖରୀ ସ୍ଥଳରେ ଉପସ୍ଥିତ ରହି ମାଛ ଚାଷର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ ।

0
0
0
s2sdefault