ହେଡଲାଇନସ୍:

ଆଗୁଆ ମାଛ ଯାଆଁଳ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉ : ମନ୍ତ୍ରୀ ଅରୁଣ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

"ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ମତ୍ସ୍ୟ ଚାଷର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି'

"ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ମତ୍ସ୍ୟ ଚାଷ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯାଉ'

ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ ସୁଯୋଗ ରହିଥିବାବେଳେ ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ମତ୍ସ୍ୟ ଚାଷର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛିା ରାଜ୍ୟରେ ଦୀର୍ଘ ୪୮୦ କିମି ସମୁଦ୍ର ଉପକୂଳ ଓ ପର୍ଯ୍ୟାପ୍ତ ମଧୁର ଜଳର ଉତ୍ସ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ସୁଯୋଗ ଆଣିଛିା ଏହାକୁ ଉପଯୋଗ କରି ଓଡ଼ିଶାକୁ ମତ୍ସ୍ୟ ଉତ୍ପାଦନରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତିା

 ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ସମ୍ମିଳନୀ କକ୍ଷରେ ମତ୍ସ୍ୟ ବିଭାଗ ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଅବସରରେ ମନ୍ତ୍ରୀ ଡ. ସାହୁ ମତ୍ସ୍ୟ ଚାଷ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦେବାକୁ କହିଥିଲୋ ଏଥି ସହିତ ମଧୁର ଜଳ ମାଛ ପାଇଁ କିପରି ଆଗୁଆ ମାଛ ଯାଆଁଳ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଇପାରିବ ସେଥି ପାଇଁ ସେପେଫମ୍ବର ୩୦ ତାରିଖ ସୁଦ୍ଧା ଏକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲୋ ମତ୍ସ୍ୟ ଚାଷ କ୍ଷେତ୍ରରେ ୫ "ଟି'ର ଉପଯୋଗ କରି ମାଛର ଉତ୍ପାଦନ ଓ ଉତ୍ପାଦିକା ବୃଦ୍ଧି କରିବା ଉପରେ ମନ୍ତ୍ରୀ ଡ. ସାହୁ ଗୁରୁତ୍ୱ ଦେଇଥିଲେ |  ସେ କହିଲେ ଯେ

ନୀଳ ବିପ୍ଳବକୁ ସାକାର କରିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଇଛନ୍ତି ଏବଂ ମାଛଚାଷୀ ଏହାର ଲାଭ ନେବା ପାଇଁ ଆଗକୁ ଆସିବା ଦରକାରା ମାଛ ଚାଷ କ୍ଷେତ୍ରରେ ଆଧୁନିକ ଜ୍ଞାନକୌଶଳର ଉପଯୋଗ କରି ଉତ୍ପାଦନ ବୃଦ୍ଧି କରାଯାଇପାରିଲେ ଏହା ରାଜ୍ୟର ଜିଡ଼ିପିରେ ସହଯୋଗ କରିବା ଏଥି ପାଇଁ ଓ୍ୱାଲର୍ଡ ଫିସ୍,ୟୁଏସ୍ଏଆଇଡି ଇଣ୍ଡିଆ, ଇକି୍ରସାଟ୍, ଆଇସିଏଆର୍ ଫିସରିଜ୍ ଇନଷ୍ଟିଟ୍ୟୁଟ  ଆଦି ଅନ୍ତର୍ଜାତୀୟ ଅଗ୍ରଣୀ ଅନୁଷ୍ଠାନମାନଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛିା ରାଜ୍ୟରେ ଥିବା ବୃହତ୍ ଜଳଭଣ୍ଡାରଗୁଡ଼ିକରେ ଅତ୍ୟାଧୁନିକ ଜ୍ଞାନକୌଶଳ ବିନିଯୋଗ ସହ "ବୃତ୍ତାକାର ପିଞ୍ଜରା' ଅବଲମ୍ବନ ଦ୍ୱାରା ମଧୁରଜଳ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ପାଇପାରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ |

ସୂଚନା ଯୋଗ୍ୟ ଯେ ଭାରତବର୍ଷରେ ମଧୁର ଜଳ ମାଛ ଉତ୍ପାଦନରେ ଓଡ଼ିଶା ୫ମ ସ୍ଥାନରେ ଥିବାବେଳେ ସାମୁଦ୍ରିକ  ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଅଷ୍ଟମ ସ୍ଥାନ ଅଧିକାର କରିଛିା ରାଜ୍ୟ ଜିଡ଼ିପିରେ କୃଷି ଓ ଆନୁଷଙ୍ଗିକ କୃଷିର ଅବଦାନ ୧୮ ପ୍ରତିଶତ ରହିଛିା ରାଜ୍ୟରେ ମଧୁର ଜଳ ଭଣ୍ଡାର ୬.୮୪ ଲକ୍ଷ ହେକଫର ଥିବାବେଳେ ଖାରିପାଣି ଉତ୍ସ.୧୪ ଲକ୍ଷ ହେକ୍ଟର  ରହିଛିା ରାଜ୍ୟରେ ବିଗତ ୫ ବର୍ଷ ମଧ୍ୟରେ ମାଛ ଉତ୍ପାଦନ ୬୨ ପ୍ରତିଶତ ବୃଦ୍ଧି ପାଇଛିା ୨୦୧୪-୧୫ରେ ୪.୬୯ ଲକ୍ଷ ମେଟି୍ରକ୍ ଟନ୍ ମାଛ ଉତ୍ପାଦନ ହୋଇଥଥିବେଳେ ୨୦୧୮-୧୯ରେ ଏହା ୭.୫୮ ଲକ୍ଷ ମେଟ୍ରିକ ଟନ ରେ ପହଞ୍ଚୀଛିା ୨୦୧୮-୧୯ ତୁଳନାରେ ମାଛ ଉତ୍ପାଦନ ପ୍ରାୟ ୧୧ ପ୍ରତିଶତ ବୃଦ୍ଧି ପାଇଛିା ରାଜ୍ୟରେ ୨୦୧୭-୧୮ ବର୍ଷରେ ପ୍ରାୟ ୨୮୭୧ କୋଟି ଟଙ୍କାର ସାମୁଦ୍ରିକ  ମାଛ ରପ୍ତାନୀ କରାଯାଇଥିଲାା  ଏଥି ସହିତ ବୈଠକରେ ମତ୍ସ୍ୟଜୀବୀ ଉନ୍ନୟନ ଯୋଜନା, ମତ୍ସ୍ୟ ପୋଖରୀ ଯୋଜନା, ମାଛ ଚାଷ ପାଇଁ ନୂଆ ପୋଖରୀ ଖୋଳା ଯୋଜନା, ମାଛ ଚାଷୀଙ୍କ ଦକ୍ଷତା ବୃଦ୍ଧି ଓ ସଚେତନତା କାର୍ଯ୍ୟକ୍ରମ, ମୋବାଇଲ୍ ମାଧ୍ୟମରେ ମାଛ ଚାଷ ସଂପର୍କରେ ପରାମର୍ଶ  ଅଧିକ ଭିତ୍ତିଭୂମି ପ୍ରତିଷ୍ଠା ଆଦି ବିଷୟରେ ଆଲୋଚନା ହୋଇଥିଲାା ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଆର୍. ରଘୁପ୍ରସାଦ, ମତ୍ସ୍ୟ ନିର୍ଦ୍ଦେଶକ ଡ. ଏନ୍. ତିରୁମଲ୍ଲା ନାୟକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ 

0
0
0
s2sdefault