ହେଡଲାଇନସ୍:

ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

-ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଗଙ୍ଗାବାଡ ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ  ଜିଲ୍ଲାପାଳ ଓ ଏସପିଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

     ଜିଲ୍ଲାପାଳ ଅନୁପମ ଶାହା ଏହି ଜନ-ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଓ ଏସପି: ସାରା ଶର୍ମା  ସମୁଦାୟ ୪୪ ଗୋଟି ଜନ-ଅଭିଯୋଗର ଶୁଣାଣୀ କରିଥିଲେ । ଏଥିରେ  ମୋଟ ୧୧ ଟି ବ୍ୟକ୍ତିଗତ ଓ ୩୩ ଟି  ଗ୍ରାମ୍ୟ ସ୍ତରୀୟ ଗୋଷ୍ଠୀଗତ  ଅଭିଯୋଗ ରହିଥିଲା ।  ଏଥିରେ କେବଳ ଜଣକୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିରୁ ୨୦ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲ।

     ଜନ- ଅଭିଯୋଗ ଗୁଡ଼ିକ ମଧ୍ୟରେ ମୁଖ୍ୟତଃ , ରାସ୍ତାଘାଟ , ପାନୀୟଜଳ , ସ୍ବାସ୍ଥ୍ୟ , ପ୍ରଭୃତି ସମସ୍ୟା ସମେତ ଆବାସ ଓ ବିଜୁ ପକ୍କା ଘର ପ୍ରଭୃତି ଅଭିଯୋଗ ରହିଥିଲା ।

     ଅନ୍ୟ ମାନଙ୍କ ମଧ୍ୟରେ ଇବି କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ପଞ୍ଚାୟତ ସମିତି ଅଧ୍ୟକ୍ଷ ଧନେଶ୍ୱର ଭୂୟାଁ , ବିଡିଓ, ଲୁକାଶ ପ୍ରଧାନ ଙ୍କ ସମେତ ବିଭିନ୍ନ ବିଭାଗୀୟ ଜିଲ୍ଲା ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଏବଂ ବହୁ ସଂଖ୍ୟାରେ ବିଭିନ୍ନ ଗ୍ରାମର ଲୋକେ ଯୋଗ ଦେଇଥିଲେ ।

0
0
0
s2sdefault