ହେଡଲାଇନସ୍:

ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ପାଳନ ଅବସରରେ ଭାଜପା ତରଫରୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ନୂଆପଡା(ଅମିତ ପୁରୋହିତ) ମାନନୀୟ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ପାଳନ ଅବସରରେ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ବିଭିନ୍ନ ଜାଗାରେ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଆଜି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀ ତଥା କର୍ମଚାରୀ ଓ ମାନସିକ ଅନଗ୍ରସର ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ବିଦ୍ୟାଳୟ କର୍ମଚାରୀ ମାନଙ୍କୁ ନୂଆପଡା ଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ ଫଳ ତଥା ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ସଦର ବ୍ଲକ ଅନ୍ତର୍ଗତ ସାରାବଙ୍ଗ ଓ ଧରମବନ୍ଧା ପଞ୍ଚାୟତରେ ରକ୍ତ ଦାନ ଶିବିରର ଆୟୋଜନ କରାଯାଇଥିଲା । ସୂଚନା ମୁତାବକ ଶ୍ରୀ ମୋଦିଙ୍କ ଜନ୍ମ ଦିନକୁ ସାରା ଭାରତରେ ସେବା ସପ୍ତାହ ନାମରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ। ଏଣୁ ନୂଆପଡା ଭାରତୀୟ ଜନତା ପାର୍ଟି ତରଫରୁ ଜିଲ୍ଲାବ୍ୟାପି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଆଜି ପ୍ରଥମ ଦିନର କାର୍ଯ୍ୟକ୍ରମ ପାଳନ ଅବସରରେ ରାଜ୍ୟ ଭାଜପା ଉପ ସଭାପତି ପ୍ରସନ୍ନ କୁମାର ପାଢୀ, ବରିଷ୍ଠ  ସମାଜସେବୀ ସୁରେଶ କୁମାର ଅଗ୍ରବାଲ, ଜିଲ୍ଲା ସଦସ୍ୟତା ପ୍ରଭାରୀ ହୋମ ସିଂ ମାଝୀ, ଜିଲ୍ଲା ଭାଜପା ଉପ ସଭାପତି ବସନ୍ତ ସିଂ ଠାକୁର, ନଗର ମଣ୍ଡଳ ସଭାପତି ପ୍ରଦୀପ କୁମାର ମହାପାତ୍ର, ଅଭିନନ୍ଦନ ପଣ୍ଡା, ରାକେଶ ଜୈନ ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ ପତି, ମୁରଲୀ ସୁନା, ଶିଶିର ଭୂୟାଁ, ଆଦି କର୍ମକତ୍ତା ଉପସ୍ଥିତ ଥିଲେ।

 

0
0
0
s2sdefault