ହେଡଲାଇନସ୍:

ସଫଳ ହେଉଛି ମ୍ୟାଲେରିଆ ନିରାକରଣ ଅଭିଯାନ : ଦୁର୍ଗମ ଅଞ୍ଚଳରେ ହ୍ରାସ ପାଉଛନ୍ତି ମ୍ୟାଲେରିଆ ରୋଗୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ : ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଉପଖଣ୍ଡ ଅଞ୍ଚଳରେ ଏକଦା ମ୍ୟାଲେରିଆ ରୋଗର ଗଡ଼ କୁହା ଯାଉଥିବା ଗୁରୁଣ୍ଡିଆ ବ୍ଲକ କୁଚେଇତା ପଞ୍ଚାୟତ ଅନ୍ତର୍ଗତ ଦୁର୍ଗମ ଅଂଚଳ କେନ୍ଦୁଘାଟି ଗ୍ରାମରେ ମ୍ୟାଲେରିଆ ରୋଗ ଆଶାନୁରୂପ ନିୟନ୍ତ୍ରଣ ଅବସ୍ଥାକୁ ଆସିଥିବା ପରିଲକ୍ଷିତ ହୋଇଛି | ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଠାରୁ କେନ୍ଦୁଘାଟି ଗ୍ରାମରେ 'ଦମନ' କାର୍ଯ୍ୟକ୍ରମ ଚାଲିଥିବା ବେଳେ ମ୍ୟାଲେରିଆ ରୋଗରେ ଆଶାନୁରୂପ ନିୟନ୍ତ୍ରଣ ଆସିଥିବା କଥା ଦୃଷ୍ଟିଗୋଚର ହୋଇଛି | ତତ ସଙ୍ଗେସଙ୍ଗେ ମାତୃ ଶିଶୁ ମୃତ୍ୟୁ ଘଟଣା ମଧ୍ୟ ନିୟନ୍ତ୍ରଣକୁ ଆସିଥିବା ପରିଲକ୍ଷିତ ହୋଇଛି |   'ଦମନ' ର ପ୍ରଥମ ଦିନରେ କୁସୁମଟୋଲା ସ୍ୱାସ୍ଥ୍ୟକର୍ମୀ ଦୀପାଞ୍ଜଳୀ ଗୌଡ଼ ଓ ସ୍ଥାନୀୟ ଆଶାକର୍ମୀଙ୍କ ଦ୍ଵାରା କେନ୍ଦୁଘାଟି ଗ୍ରାମର ସତୁରି ଜଣଙ୍କ ମ୍ୟାଲେରିଆ ପରୀକ୍ଷା କରାଯାଇଥିବା ବେଳେ କୌଣସି ଜଣେ ହେଲେ ମ୍ୟାଲେରିଆ ରୋଗୀ ବାହାରିନଥିବା ଜଣାପଡିଛି | ତାସହିତ ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ନିରୋଗ ରହିଛି | ଆଜିର ଏହି 'ଦମନ' କାର୍ଯ୍ୟକ୍ରମ ଅବସରରେ ସ୍ୱାସ୍ଥ୍ୟକର୍ମୀ ଦୀପାଞ୍ଜଳୀଙ୍କୁ ଦୁର୍ଗମ ଅଂଚଳରେ ମ୍ୟାଲେରିଆ  ରୋଗ ନିରାକରଣର ବାସ୍ତବତା ନେଇ ପଚାରିବାରୁ ସେ କହିଛନ୍ତି ଯେ, କେନ୍ଦୁଘାଟି ଭଳି ଦୁର୍ଗମ ଅଂଚଳରେ ମ୍ୟାଲେରିଆ  ରୋଗ ନିରାକରଣ କାର୍ଯ୍ୟକ୍ରମ ସଫଳତା ହାସଲ କରିଛି | ସରକାରଙ୍କ ପକ୍ଷରୁ ଯେତେବେଳେ ଯେଉଁ ନିର୍ଦେଶ ଆସିଥାଏ ତାକୁ ଗ୍ରାମାଞ୍ଚଳ ମାନଙ୍କରେ ଘର ଘର ବୁଲି ଆମେ  ନିଷ୍ଠାର ସହିତ କାର୍ଯ୍ୟକାରୀ କରିଥାଉ | ଦୀର୍ଘ ବର୍ଷ ଧରି ସରକାରଙ୍କ ନିର୍ଦେଶକୁ ଆମେ ନିଷ୍ଠାର ସହ କାର୍ଯ୍ୟକାରୀ କଲାପରେ ଆମକୁ ଆଶାତିତ ସଫଳତା ମିଳିଛି | କେନ୍ଦୁଘାଟି ଭଳି ଦୁର୍ଗମ ଓ ଅସଚେତନ ଅଂଚଳରେ ମ୍ୟାଲେରିଆ ଭଳି ଜୀବନ ଘାତକ ରୋଗରେ ନିୟନ୍ତ୍ରଣ ଆସିଛି | ସରକାରଙ୍କ ଯୋଜନାକୁ ତଳ ସ୍ତରରେ ସଠୀକ ଭାବରେ କାର୍ଯ୍ୟକାରୀ କଲେ ସବୁ ଅଂଚଳ ମ୍ୟାଲେରିଆ ମୁକ୍ତ ହୋଇପାରିବ ବୋଲି ଦିପାଞ୍ଜଳୀ କହିଛନ୍ତି | ତାସହିତ ଦୁର୍ଗମ ଅଂଚଳର ଶାନ୍ତ ସରଳ, ନିଷ୍ପେସିତ ଆଦିବାସୀ ଭାଇ ଭଉଣୀଙ୍କ ସେବା କରି ଅନେକ ଆତ୍ମସନ୍ତୋଷ ପ୍ରାପ୍ତ ହେଉଛି ବୋଲି ସେ କହିଛନ୍ତି |

0
0
0
s2sdefault