ହେଡଲାଇନସ୍:

 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରଅଭାବ : ରୋଗୀସେବା ବିପର୍ଯ୍ୟସ୍ତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସୁନ୍ଦରଗଡ/ - ସୁନ୍ଦରଗଡ଼ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇପଡିଛି ସ୍ୱାସ୍ଥ୍ୟ ସେବା | ପିଏଚସି ସିଏଚସି ଅବସ୍ଥା କହିଲେ ନସରେ | ପ୍ରାୟତଃ ଜାଗାରେ ଡାକ୍ତର ଅଭାବ | କୋଉଠି ଡାକ୍ତର ନାହାନ୍ତି ତ କେଉଁଠି ଡାକ୍ତର ନିଯୁକ୍ତି ହୋଇ ବି ଯାଉନାହାନ୍ତି |  ଆଉ ଡାକ୍ତରଙ୍କ ଅଭାବରୁ ନର୍ସ ମାନେ ମଧ୍ୟ ମନମୁଖୀ କାର୍ଯ୍ୟ ଜାରିରଖିଛନ୍ତି |   ପିଏଚସିଓ ସିଏଚସି କଥା ଛାଡ,ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କଥା ଅବସ୍ଥା ବି ଅତି ଦୟନୀୟ | ଜିଲ୍ଲା ଡାକ୍ତରଖାନାକୁ ପ୍ରତେହ ଦିନ ବିଭିନ୍ନ ଗ୍ରାମାଞ୍ଚଳରୁ ଶହ ଶହ ସଂଖ୍ୟାରେ ରୋଗୀ ଆସିଥାନ୍ତି ଚିକିତ୍ସା ପାଇଁ | ଏହାସହିତ ସୁନ୍ଦରଗଡ଼ ଜିଲ୍ଲାକୁ ଲାଗିଥିବା ଛତିଶଗଡ ଓ ଝାରଖଣ୍ଡ ସୀମାନ୍ତ ର୍ ଲୋକଙ୍କ ସହିତ ଜିଲ୍ଲାକୁ ଲାଗି ଥିବା ସମ୍ବଲପୁର ଓ ଝାରସୁଗୁଡା ସୀମାନ୍ତ ର୍ ଲୋକେ ମଧ୍ୟ ଭରସା କରି ଚିକିତ୍ସା ପାଇଁ ଆସିଥାନ୍ତି | ହେଲେ ଗ୍ରାମାଞ୍ଚଳରେ ଯୋଉ ଅବସ୍ଥା କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ସେହି ଅବସ୍ଥା, ଡାକ୍ତର ନାହାଁନ୍ତି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬୨ଜଣ ଡାକ୍ତର ରହିବାକୁ  ବେଳେ ଏବେ ୨୧ ଜଣ ଡାକ୍ତର ଥିବା ଜଣାପଡ଼ିଛି | ତେଣୁ ଲୋକେ ନାହିଁନଥିବା ହଇରାଣ ର୍ ଶିକାର ହେଉଛନ୍ତି  | ଲୋକେ ଘରୁ ଆସି ଟିତମେଣ୍ଟ ସାରିକି କିଛି ଖାଇବା ଚିନ୍ତା କରିବା ମଧ୍ୟ ସପ୍ନଭଳି ହୋଇଗଲାଣି | ଲାମ୍ବା ଲମ୍ବା ଧାଡିରେ ରୋଗୀ ଘଣ୍ଟା ଘଣ୍ଟା ଧରି ଛିଡ଼ାହୋଇ ରହୁଛନ୍ତି | ତେଣୁ ଡାକ୍ତର  ସମସ୍ୟା ତଥା ଅନ୍ୟାନ୍ୟ ଭିତ୍ତିଭୂମି ଗତ ସମସ୍ୟା ଉପରେ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦିଅନ୍ତୁ ବୋଲି ସାଧାରଣରେ ଦାବୀ ଜୋର ଧରିଛି | 

0
0
0
s2sdefault