ହେଡଲାଇନସ୍:

ଜଳ ଏଠି ଜହର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବଢୁଛି କିଡିନି ରୋଗିଙ୍କ ସଂଖ୍ୟା ୫ଟି ଗ୍ରାମରେ ୧୨ ଆକ୍ରାନ୍ତ 

ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ 

ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅଞ୍ଚଳର ବିଭିନ୍ନ ଗ୍ରାମରେ ଦିନକୁ ଦିନ କିଡିନି ରୋଗ ଙ୍କ ସଂଖ୍ୟା ବୁଦ୍ଧି ପାଇବାରେ କେତେକ ଗ୍ରାମରେ ଏହି କିଡିନି ରୋଗୀ ବ୍ୟାପିବାରେ ଲାଗି ମୃତ୍ୟୁ ହେଉଥିବା ବେଳେ କ୍ରମଶଃ ଏହି ରୋଗ ବୁଦ୍ଧିପାଇ ରୋଗି ଙ୍କ ଚିକିତ୍ସାରେ ପରିବାର ଲୋକେ ଖର୍ଚ୍ଚାନ୍ତରେ ପଡୁଛନ୍ତି I ଏପରିକି ଗରିବ ଦୁଃଖି ଲୋକ ମାନେ କଂସାବାସନ ,ଜମିବାଡି  ବନ୍ଧକ କରିବା ସହିତ ବିକ୍ରି କରିଦେଉଥିବା ଦୃଶ୍ୟ ସତେ ଯେମିତି ହୃଦୟ ବିଦାରକ ହୋଇ ପଡୁଥିବା ଦେଖିବାକୁ ମିଳିଛି I ହେଲେ ରେଢାଖୋଲ ବ୍ଲକ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ ତନ୍ତଗାର୍ଡ,ଧଉରାଖମଣ ,ସାନ ରେଙ୍ଗାଲି ,ମଧୁପୁର ,ସୁଦମୁଣ୍ଡା ଆଦି ୫ଟି ଗ୍ରାମରେ ୧୨ ଜଣ ଆକ୍ରନ୍ତ ହୋଇ ବୁର୍ଲା ,କଟକ,ଭୁବନେଶ୍ୱର ଆଦି ବିଭିନ୍ନ ସ୍ଥାନରେ ଚିକିତ୍ସା ହେଉଛନ୍ତି I ଏପରିକି ଉକ୍ତ ସ୍ଥାନ ମାନଙ୍କରେ ଚିକିତ୍ସା କରାଇ ଅଧିକ ଖର୍ଚ୍ଚାନ୍ତ ହୋଇ ପଡିଥିବା ବେଳେ କେହିକେହି ଚେରମୁଳୀ ଔଷଧ କରିବା ସହିତ ଆଉ କେତେକ ଗୁଣି ଗାରେଡି ଉପରେ ଭରସା କରୁଛନ୍ତି I କିଡିନି ରୋଗରେ ଆକ୍ରାନ୍ତ ହୋଇଥିବା ତନ୍ତଗାର୍ଡ ଗ୍ରାମର ହରଗୌରା ଦେହୁରୀ ,ଅକ୍ଷୟ ସାହୁ , କୁନ୍ଥୁ ମୁଣ୍ଡା , ଧବଳେଶ୍ୱର ପ୍ରଧାନ , ଅବନୀ ମୁଣ୍ଡା ,ସାନ ରେଙ୍ଗାଲି ଗ୍ରାମର ଆନନ୍ଦ ମୁଣ୍ଡା ,ଧଉରାଖମଣ ଗ୍ରାମର ସନନ୍ତ ମହାଖୁଡ,ଗଙ୍ଗାଧର ପ୍ରଧାନ ଏବଂ ସୁଦମୁଣ୍ଡା ଗ୍ରାମର ଯୋଗେନ୍ଦ୍ର ଷଣ୍ଢ ,ଭୀକାରି ବାଘ,I ଉପୋରୋକ୍ତ କିଡିନି ରୋଗୀ ମାନେ ୨/୩ ଭିତରେ ଆକ୍ରାନ୍ତ ହୋଇ ଚିକିତ୍ସା ହେଉଛନ୍ତି I

ତନ୍ତଗାର୍ଡ ଗ୍ରାମରେ କିଡିନି ରୋଗୀ ଙ୍କ କହିବାନୁସାରେ ଏହି ଗ୍ରାମରେ ୮୦ଟି ପରିବାର ବସବାସ କରୁଥିବା ବେଳେ ଗ୍ରାମରେ ୧୨ଟି ନଳକୁପ ରହିଥିବା ସହ ଏହି ନଳକୂପ ପାଣିହିଁ ଲୋକେ ବ୍ୟବହାର କରୁଛନ୍ତି I ନଳକୂପ ମାନଙ୍କରୁ ରଙ୍ଗିଆପାଣି ,ଗୁଣ୍ଡ ମିଶ୍ରିତ ପାଣି ବାହାରୁ ଥିବା ପାଣି ହିଁ ଗ୍ରାମବାସୀ ମାନେ ବ୍ୟବହାର କରୁଛନ୍ତି I ଫଳରେ ଜଳପାଇଁ ଦିନକୁ ଦିନ କିଡିନି ରୋଗରେ ବଡୁଥିବା ଗ୍ରାମବାସୀ ମାନେ ପ୍ରକାଶ କରୁଛନ୍ତି I ଏ ପରିକି ସରକାର ପକ୍ଷରୁ ଯଦି କିଡିନି ରୋଗର ଚିହ୍ନଟ ପ୍ରକ୍ରିୟାର ରକ୍ତ ପରୀକ୍ଷା କରାଯାଏ ତା ହେଲେ ଗ୍ରାମରୁ ବହୁ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହେଇପାରିବ ବୋଲି ଆହୁରି ମଧ୍ୟ ଗ୍ରାମବାସୀ ମାନେ କହିଛନ୍ତି I ହେଲେ ଏହି କିଡିନି ରୋଗ ସଂକ୍ରାନ୍ତରେ ଗ୍ରାମବାସୀ ମାନେ ପ୍ରଶାସନ ନିକଟରେ ଅଭିଯୋଗ କରିନଥିବା ବେଳେ ଏପରି ଗ୍ରାମ ମାନଙ୍କର କୂଅ ଓ ନଳକୂଅ ପାଣିର ନମୁନା ପରୀକ୍ଷଣ କରାଯାଇ ନାହିଁ I ହେଲେ ଦିନକୁ ଦିନ ଏହି ରୋଗ ବ୍ୟାପୁଥିବାରୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ଭାଳେଣି ପଡିଯାଇଛି I ଏଣୁ ସ୍ୱାସ୍ଥ୍ୟ ବିଭାଗ ସମେତ ପ୍ରଶାସନ ଦୁଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରୁଛନ୍ତି I ଏପରିକି ଏହି କିଡିନି ରୋଗ ପାଇଁ ସ୍ୱାସ୍ଥ୍ୟ ବିଭାଗର ସଚେତନତାର ଅଭାବ ରହିଛି I ବୋଲି ଲୋକେ ଅଭିଯୋଗ କରିଛନ୍ତି I ଏସଂକ୍ରାନ୍ତ ରେ ଚାରମାଳ ପିଏଚସିର ମୁଖ୍ୟ ଚିକିତ୍ସାଅଧିକାରୀ ଡ଼. ସନ୍ତୋଷ କୁମାର ଶର୍ମାଙ୍କୁ ଯୋଗାଯୋଗ କରିବାରେ ସେ କହିଲେ ଯେ ମୁଁ ଜିଲ୍ଲା ଚିକିତ୍ସାଧିକାରୀଙ୍କୁ ଜଣାଇ ଏଦିଗରେ ପଦକ୍ଷେପ ନିଆଯିବା ସହ ଗ୍ରାମ ମାନଙ୍କୁ ଯାଇ ଏହାର ତଦନ୍ତ କରିବୁ ବୋଲି ପ୍ରକାଶ କରିଥିଲେ I ସେହି ପରି ରେଢାଖୋଲ ଉପଖଣ୍ଡ ଡାକ୍ତରଖାନାର ଏସଡିଏମ ବିପିନ ବିହାରୀ ସାହୁ ମଧ୍ୟ ଏ ଦିଗରେ ପଦକ୍ଷେପ ନେବାକୁ ପ୍ରକାଶ କରିଛନ୍ତି I

0
0
0
s2sdefault