ହେଡଲାଇନସ୍:

ଶାସକ ପ୍ରଶାସକ ପ୍ରଭାବ : ନ୍ୟାୟ ପାଇଲେ ନିର୍ଯାତିତା ଶିକ୍ଷୟିତ୍ରୀ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ତ୍ୱରିତ ତତ୍ପରତା

କଡା କାର୍ଯ୍ୟାନୁଷ୍ଠାନ ନେଲା ଜିଲ୍ଲା ପ୍ରଶାସନ 

ନିଲମ୍ବିତ ହେଲେ  ଅଭିଯୁକ୍ତ ପ୍ରଧାନ ଶିକ୍ଷକ ଓ ଅନ୍ୟ ଶିକ୍ଷକ 

 ନିରାପତ୍ତା ଦୃଷ୍ଟିରୁ  ଶିକ୍ଷୟିତ୍ରୀଙ୍କୁ କରାଗଲା ଅନ୍ୟ ବିଦ୍ୟାଳୟକୁ ବଦଳି  

ବରଗଡ଼/ କନ୍ଧମାଳ : :-ଗତ ଅଗଷ୍ଟ ମାସ 26 ତାରିଖରେ "ଇତିଶ୍ରୀକୁ ମାରିଲା ଭଳି ତୋତେ ମାରିଦେବୁ" ଶୀର୍ଷକରେ ଏକ ଚାଂଚଲ୍ୟକର  ଖବର ପରିବେଷଣ ହୋଇଥିଲା "ଶାସକ ପ୍ରଶାସକ" ନ୍ୟୁଜ ପୋର୍ଟାଲରେ | ଯୋଉଥିରେ କନ୍ଧମାଳ ଜିଲ୍ଲାର କ. ନୂଆଗାଁ ଥାନା ଅନ୍ତର୍ଗତ କୁଡୁତୁଲି ଉଚ୍ଚ ବିଦ୍ୟାଳୟର କାର୍ଯ୍ୟରତ ଜନୈକ ଶିକ୍ଷୟିତ୍ରୀଙ୍କୁ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସମେତ ତିନି ଶିକ୍ଷକ ଦୁର୍ବ୍ୟବହାର କରିବା ସଙ୍ଗେ ସଙ୍ଗେ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦେଉଥିବାର ଏକ ଅଭିଯୋଗ ଥାନାରେ ଦେଇଥିଲେ | ଶାସକ ପ୍ରଶାସକରୁ ତାହା ପଢିବା ପରେ  ଶିକ୍ଷକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା | ମୁଖ୍ୟତଃ ବରଗଡ ଜିଲ୍ଲା ଉଚ୍ଚପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଙ୍ଘ ସମସ୍ୟାକୁ ଗମ୍ଭୀରତା କୁ ଦେଖି ଶିକ୍ଷୟିତ୍ରୀଙ୍କୁ ସୁରକ୍ଷା ଦେବା ନିମନ୍ତେ ଏବଂ ଇତିଶ୍ରୀ ଘଟଣାର ପୁନରାବୃତ୍ତି ନ ଘଟିବା ପାଇଁ ମାନ୍ୟବର  ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ.ସଙ୍ଘ ଶାସକ ପ୍ରଶାସକରେ ପ୍ରସାରିତ ଖବରଟି କୁ ଉଦ୍ଧାର କରି ଟ୍ୱିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ,  ଓଡ଼ିଆ ପୋଲିସ, ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନଦାସ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ଏବଂ କନ୍ଧମାଳ ଜିଲ୍ଲାପାଲଙ୍କୁ ଅବଗତ କରେଇଥିଲେ ଯାହାର ପ୍ରତ୍ୟୁତ୍ତରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତତ୍ପରତା ପ୍ରକାଶ କରାଯାଇଥିଲା |   ତୁରନ୍ତ ଦୋଷୀ ଶିକ୍ଷକଙ୍କୁ ନିଲମ୍ବନ କରାଯାଇଥିବା ଏକ ପତ୍ର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରୁ ପ୍ରତ୍ୟୁତ୍ତର ଆସିଥିଲା | ଏହାଛଡା ପୀଡିତା ଶିକ୍ଷୟିତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଏକ ବିଦ୍ୟାଳୟକୁ ସ୍ଥାନାଂତରଣ କରାଯାଇଥିବା ଉଲ୍ଲେଖ ରହିଛି | ତୁରନ୍ତ ନ୍ୟାୟ ପାଇଥିବାରୁ ଅଂଚଳବାସୀ  ଶାସକପ୍ରଶାସକ ପ୍ରତିନିଧିଙ୍କୁ ଧନ୍ୟବାଦ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଖବର ପ୍ରେରଣ କରିବାକୁ ସହଯୋଗ କରିଥିବା ବରଗଡ ଜିଲ୍ଲା ଉଚ୍ଚପ୍ରାଥମିକ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ ସଙ୍ଘଙ୍କୁ ଅନେକ ଅନେକ ସାଧୁବାଦ ଜଣେଇଛନ୍ତି | 

0
0
0
s2sdefault