ହେଡଲାଇନସ୍:

"ସୁନ୍ଦରଗଡରୁ ଝାରସୁଗୁଡା ରେଳଷ୍ଟେସନକୁ ସ୍ୱତନ୍ତ୍ର ସିଟି ବସ ସେବା ଆରମ୍ଭ ହେଉ"  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସୁନ୍ଦରଗଡ ଜିଲ୍ଲାପାଳଙ୍କ ନିକଟରେ ଦାବି କଲା ପଶ୍ଚିମାଞ୍ଚଳ ଏକତା ମଞ୍ଚ

         ସୁନ୍ଦରଗଡ(ହୋରାଚାନ୍ଦ ଦେଉରିଆ )  - ଭାଷା ସାହିତ୍ୟ ସଂସ୍କୃତି ପରମ୍ପରା କୁ ସୁତା ଭାବରେ ବ୍ୟବହାର କରି ଭିନ୍ନ ଭିନ୍ନ ପୁଷ୍ପରୂପୀ ପଶ୍ଚିମାଞ୍ଚଳ ର ସମସ୍ତ ଜିଲ୍ଲାକୁ ଏକ ମାଳାରେ ଗୁନ୍ଥିବା ଲକ୍ଷ୍ୟ ଓ ଉଦ୍ଦେଶ୍ୟ ନେଇ କାର୍ଯ୍ୟ କରୁଛି ପଶ୍ଚିମାଞ୍ଚଳ ଏକତା ମଞ୍ଚ । ଭାଷା ସାହିତ୍ୟ ସଂସ୍କୃତିର ର ସୁରକ୍ଷା ପ୍ରଚାର ପ୍ରସାର, ମାଟିର ବରପୁତ୍ରଙ୍କୁ ଉଚିତ ସମ୍ମାନ, ସମାଜସେବା, ପଶ୍ଚିମାଞ୍ଚଳବାସୀ ଙ୍କର ମୌଳିକ ଅଧିକାର ର ଲଢେଇ ସଦା ସର୍ବଦା ତତ୍ପର ଓ କାର୍ଯ୍ୟରତ ପଶ୍ଚିମାଞ୍ଚଳ ଏକତା ମଞ୍ଚ । ସମ୍ବଲପୁରୀ ଦିନ, ଜାତୀୟ ସମ୍ବଲପୁରୀ ସମ୍ମିଳନୀ, ବରଗଡ଼ ଠାରେ କେନ୍ସର ହସ୍ପିଟାଲ ଦାବୀ, ବଲାଙ୍ଗୀର ବନ୍ୟା ପିଡିତା ଙ୍କୁ ରିଲିଫ ବଣ୍ଟନ, ବୃକ୍ଷରୋପଣ ଭଳି ଅନେକ ପ୍ରସଙ୍ଗ ପଶ୍ଚିମାଞ୍ଚଳ ଏକତା ମଞ୍ଚର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ସୁନ୍ଦରଗଡ ର ଏଭଳି ଏକ ମୌଳିକ ଓ ନ୍ୟାର୍ଯ୍ୟ ଦାବୀ କୁ ନେଇ ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ ଦାବୀ କରିଛି ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ନିକଟରେ । 

           ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଆଜି ସୁନ୍ଦରଗଡ ଜିଲ୍ଲା ସାମଗ୍ରିକ ବିକାଶ ରେ ବହୁ ପଛରେ । ସ୍ୱାଧୀନତା ପରବର୍ତ୍ତୀ ସମସ୍ତ ସରକାର ଦଳିତ ଓ ଆଦିବାସୀ ବିକାଶ ପାଇଁ କୁମ୍ଭୀରକାନ୍ଦଣା କରୁଥୁବା ବେଳେ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲା ଆଜି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଅଧିକାର ରୁ ଓ ମାନବସମାଜ ର ସାମଗ୍ରିକ ବିକାଶଧାରା ରୁ ବହୁ ପଛରେ । ବିଶେଷ କରି ସୁନ୍ଦରଗଡ ଜିଲ୍ଲା ସଦର ମହକୁମା ଆଜି ସିଧା ସଳଖ ରେଳ ସଂଯୋଗରୁ ବଞ୍ଚିତ । ଦୈନନ୍ଦିନ ଶହ ଶହ ରେଳ ଯାତ୍ରୀ ଦୂର ଦୁରାନ୍ତକୁ ଯାତ୍ରା କରିବା ପାଇଁ ସୁଦୂର ଝାରସୁଗୁଡା କିମ୍ବା ରାଜଗାଙ୍ଗପୁର ଉପରେ ନିର୍ଭର କରୁଛନ୍ତି । ବିଶେଷ କରି ବିଭିନ୍ନ ସରକାରୀ ବେସରକାରୀ କାମ, ଉଚ୍ଚ ଶିକ୍ଷା। ଲାଭ, ଉନ୍ନତମାନର ଚିକିତ୍ସା ସୁବିଧା ପାଇଁ ଶତାଧିକ ରେଳ ଯାତ୍ରୀ କଟକ ଓ ଭୁବନେଶ୍ୱର ଯାତ୍ରା କରୁଛନ୍ତି । ଝାରସୁଗୁଡା ରୁ ସୁନ୍ଦରଗଡ ଓ ସୁନ୍ଦରଗଡ଼ ରୁ ଝାରସୁଗୁଡା କୁ ଯାତାୟତ କରିବା ପାଇଁ ସେଭଳି ଅନେକ ରେଳ ଯାତ୍ରୀଙ୍କ ସୁବିଧା ଲାଗି ସ୍ୱର ଉତ୍ତୋଳନ କରିଛି ଆଜି ପଶ୍ଚିମାଞ୍ଚଳ ଏକତା ମଞ୍ଚ । ପ୍ରଥମ କରି ତାପସ୍ୱିନୀ ଏକ୍ସପ୍ରେସ ଓ ରାଉରକେଲା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ ର ଯାତ୍ରୀ ଙ୍କୁ ଠିକ ସମୟରେ ରେଳ ଷ୍ଟେସନ କୁ ପହଞ୍ଚାଇବା ଓ ସୁନ୍ଦରଗଡ କୁ ଆଣିବା ପାଇଁ  ସୁନ୍ଦରଗଡ ରୁ ଝାରସୁଗୁଡା ରେଳ ଷ୍ଟେସନ କୁ ଏକ ସ୍ୱତନ୍ତ୍ର ସିଟି ବସ ସେବା ଯୋଗେଇ ଦେବାର ବ୍ୟବସ୍ଥା ଗ୍ରହଣ କରିବା ପାଇଁ ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ନିକଟରେ । ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ଆବାହକ ଭବାନୀ ଶଙ୍କର ଭୋଇ ଙ୍କ ନେତୃତ୍ୱରେ ସଂଗଠନର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି, ଦେବାଶିଷ ବେହେରା, ଶ୍ରୀମତୀ ପଙ୍କଜିନି ମେହେର, ଶ୍ରୀମତୀ କାନ୍ତି ମେହେର ଙ୍କ ସଙ୍ଗେ ସଙ୍ଗେ ସୁନ୍ଦରଗଡ଼ ର ରୋଶନ ସାହୁ, ଡ଼. ହିମାଂଶୁ ଶେଖର ଷଡଙ୍ଗୀ, ଗୌରାଙ୍ଗ ଧଳ, ଡମ୍ବୁରୁଧର ନାଏକ ବିବେକ କୁମାର ନାଏକ, ସୌମ୍ୟ ରଞ୍ଜନ ମହାପାତ୍ର, ଶୁଭମ ଶର୍ମା ପ୍ରମୁଖ ଆଜି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଡୋଳାମଣୀ ପଟେଲ ଙ୍କୁ ସାକ୍ଷାତ କରି ଦାବୀ ପତ୍ର ପ୍ରଦାନ କରିଥିଲେ ।

0
0
0
s2sdefault